ଟାର୍ଗେଟ୍‌ ଦେବା ନାଁରେ କୋଟିଏ ଆଦାୟ

ଯାଜପୁର ଅଫିସ,୨୯।୧: ଚାଷୀ ଓ ଚାଷଙ୍କ ପିଛା ଛାଡୁନି ସଙ୍କଟ। ଯାଜପୁର ଜିଲା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପଞ୍ଜୀକରଣ ଉପରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡ଼ିଛି। ଏହାବାଦ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଠାରୁ ଧାନ ପରିମାଣ ଲକ୍ଷ୍ୟ(ଟାର୍ଗେଟ) ଦେବା ନାମରେ କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁ ପାକ୍ସ କିମ୍ବା ଏସଏଚ୍‌ଜି ଏହି ଟଙ୍କା ଦେଉନାହାନ୍ତି ସେମାନଙ୍କୁ ଉପଯୁକ୍ତ ଭାବେ ଟାର୍ଗେଟ ମିଳୁନାହିଁ ବୋଲି କୁହାଯାଉଛି। ତେବେ ଏହି ଆଦାୟକୁ ମଣ୍ଡି ଲେବର ଚାର୍ଜେସ୍‌ ବୋଲି ବିଭାଗୀୟ ଅଧିକାରୀମାନେ ସଫେଇ ଦେଉଛନ୍ତି। ସରକାର ମଣ୍ଡିରେ ଲୋଡିଂ ଏବଂ ଅନଲୋଡିଂ ପାଇଁ କୁଇଣ୍ଟାଲ ପିଛା ୮.୪୭ ଟଙ୍କା ପ୍ରଦାନ କରୁଛନ୍ତି। ଏଥିରେ ମିଲର୍ସମାନେ ୩.୩୦ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ମିଲର୍ସମାନେ ଏହି ନିର୍ଦ୍ଦେଶକୁ ମାନୁ ନ ଥିବା ଦର୍ଶାଇ ସମ୍ପୃକ୍ତ ଅଧିକାରୀ ଟାର୍ଗେଟ ଦେବା ନାମରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ଭାଗବଣ୍ଟା କରୁଥିବା ଅଭିଯୋଗ ହେଉଛି।
ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ରାଜ୍ୟ ସରକାର ଯାଜପୁର ଜିଲାର ଚାଷୀଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ୧୪ଲକ୍ଷ ୧୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ୫୩ ହଜାର ୨୫୬ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ତେବେ ନାମ ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ ଉପରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ ସୋସାଇଟି(ଏଆରସିଏସ୍‌)ଙ୍କୁ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସାନସୁଆର ପଞ୍ଚାୟତ କରିମାବାଦ, କପାସି ଓ ତରତୋଟା ମୌଜାରେ ଚାଷୀ ବାଇଧର ଦାସ ଏବଂ ହେମଲତା ଦାସଙ୍କ ସମୁଦାୟ ୧୧ ଏକର ଜମି ରହିଛି। ଆବଶ୍ୟକ କାଗଜପତ୍ର ସହ ସେମାନେ ମା’ ମଙ୍ଗଳା ଏସ୍‌ଏଚ୍‌ଜି ଜରିଆରେ ପଞ୍ଜୀକରଣ କରିଥିଲେ ହେଁ ମାତ୍ର ୨ ଏକର ଜମିର ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ହୋଇଛି। ତେବେ ବାଦ ପଡ଼ିଥିବା ଜମି ଅନ୍ୟ ଏକ ଏସ୍‌ଏଚ୍‌ଜିରେ ଉଲ୍ଲେଖ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଭଳି ଭାବେ ଜିଲାର ଶତାଧିକ ଚାଷୀଙ୍କ ପଞ୍ଜୀକରଣରେ ଅନିୟମିତତା ହୋଇଥିବା ସୂଚନା ମିଳିଛି। ଜିଲାର ୧୦୮ ପାକ୍ସ ଓ ୪୭ ଏସ୍‌ଏଚ୍‌ଜିଙ୍କୁ ମଣ୍ଡି ଖୋଲିବାକୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ୯ ମିଲର୍ସ ଏଥିରେ ସାମିଲ ହୋଇଛନ୍ତି। ଗତ ୨୩ ତାରିଖ ସୁଦ୍ଧା ୫,୬୮,୨୭୧.୭୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଅନ୍ୟପକ୍ଷେ ଏଯାଏ ୧ କେ.ଜି. ବି ଚାଉଳ ଦାଖଲ ହୋଇପାରିନାହିଁ।
ମଣ୍ଡି ଖୋଲିବା ଦାୟିତ୍ୱରେ ଥିବା ପାକ୍ସ ଓ ଏସ୍‌ଏସ୍‌ଜିଗୁଡ଼ିକୁ ନିଜର ଟାର୍ଗେଟ୍‌ ଅନୁଯାୟୀ ଧାନ କିଣିବାକୁ କୁହାଯାଇଛି। ତେଣୁ ଟାର୍ଗେଟ୍‌ କିଏ କେତେ ଅଧିକା ପାଇବ ସେଥିନେଇ ପାକ୍ସ ଓ ଏସ୍‌ଏସ୍‌ଜିଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏପରି କି ଅଧିକ ଟାର୍ଗେଟ୍‌ ପାଇବା ଆଶାରେ ପାକ୍ସ ଓ ଏସ୍‌ଏସ୍‌ଜିର କର୍ମକର୍ତ୍ତାମାନେ ସମବାୟ ବିଭାଗର ଏଆରସିଏସ୍‌ ଓ ଜିଲା ଯୋଗାଣ ବିଭାଗର ସହକାରୀ ଜିଲା ଯୋଗାଣ ଅଧିକାରୀ(ଏସିଏସଓ)ଙ୍କ ଘର ନିକଟରେ ଭିଡ଼ କରୁଥିବା ଦେଖିବାକୁ ମିଳିଛି। କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରୁଥିବା ବାବୁମାନଙ୍କର କାହାକୁ ଟିକେ ହେଲେ ବି ଡର ଭୟ ନାହିଁ। କାରଣ ଟଙ୍କା ଆଦାୟ କରୁଥିବା ବାବୁଙ୍କ ମଧ୍ୟରୁ ଯୋଗାଣ ବିଭାଗର ଜଣେ ଅଧିକାରୀ ଜିଲାରେ ଦୀର୍ଘଦିନ ହେବ ରହିଛନ୍ତି। ବଦଳି ହେଲେ ମଧ୍ୟ ସେ କଳେବଳେ କୌଶଳେ ଗାଦି ମାଡ଼ି ବସିଛନ୍ତି।
ଏ ସଂକ୍ରାନ୍ତରେ ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, କୁଇଣ୍ଟାଲ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରିବା ଖବର ସମ୍ପୂର୍ଣ୍ଣ ମିଛ। ମଣ୍ଡି ଲେବର ଚାର୍ଜେସ ବାବଦକୁ ସରକାର ମାତ୍ର ୫.୧୭ ଟଙ୍କା ଦେଉଛନ୍ତି, ଯାହାକି ନିଅଣ୍ଟ ହେଉଛି। ମିଲର୍ସମାନେ ଧାର୍ଯ୍ୟ ୩.୩୦ ଟଙ୍କା ଦେଉ ନଥିବାରୁ କୁଇଣ୍ଟାଲ ପିଛା ୫ରୁ ୧୦ ଟଙ୍କା ଲେଖାଏ ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri