ଅଜଣା ରୋଗପୋକରୁ ଉଜୁଡ଼ିବ ଫସଲ

ସମ୍ବଲପୁର,୧୭ା୧୦(ବ୍ୟୁରୋ): ଧାନକେଣ୍ଡା ବାହାରି କ୍ଷୀର ଢୋକିବା ସମୟ ଚାଷୀଙ୍କୁ ବେଶ୍‌ ଖୁସି ଆଣିଦେଇଥାଏ। ବିଲରେ ଧାନ କେଣ୍ଡା ବାହାରୁଥିବା ଫସଲକୁ ଦେଖି ସେ ତା’ର ସବୁ ଦୁଃଖକଷ୍ଟ ଭୁଲି ଯାଇଥାଏ। ହେଲେ କିଛିବର୍ଷ ହେଲା କେତେକ ଅଜଣା ରୋଗ ପୋକକୁ ନେଇ ସମ୍ବଲପୁର ଜିଲା ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସହିତ ମାନେଶ୍ୱର, ରେଙ୍ଗାଲି, ଧନକଉଡା, ଯୁଯୁମୁରା, ଜମନକିରା ବ୍ଲକର ଚାଷୀ ଚିନ୍ତାରେ ପଡିଯାଇଛନ୍ତି। ଏଥିରେ ଧାନକେଣ୍ଡା ଲାଲ ରଙ୍ଗ ହୋଇଯିବା ସହ କ୍ଷୀର ଢୋକିପାରୁ ନାହିଁ। ଏହି ରୋଗର ପ୍ରତିକାର କରିପାରୁ ନ ଥିବା ଚାଷୀମାନେ କହିଛନ୍ତି। ହୀରାକୁଦ ଜଳଭଣ୍ଡାର ପାଣି ଉପରେ ନିର୍ଭର କରି ହୋଇଥିବା ଚାଷଜମିରେ ଏଭଳି ରୋଗପୋକ ଅତ୍ୟଧିକ ମାତ୍ରାରେ ଲାଗିଥିବା ଅଭିଯୋଗ ହେଉଛି। ପୂର୍ବରୁ ନଳୀ ପୋକ, ଗଣ୍ଠିପୋକ, ଚକଡା ପୋକ ଲାଗି ଫସଲ ନଷ୍ଟ ହେଉଥିଲା। ହେଲେ ଏବେ ଏହି ନୂଆ ରୋଗପୋକ ଯୋଗୁ ଧାନ ଫସଲ ଉଜୁଡିବାକୁ ବସିଛି। ଚାଷୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି, ରୋଗପୋକ ଏବେ ପ୍ରଚୁର ପରିମାଣରେ ଫସଲରେ ଲାଗିଛି। କୀଟନାଶକ ଓ ରୋଗର ପ୍ରତିକାର ପାଇଁ ଔଷଧ ଦରଦାମ ବୃଦ୍ଧି ହୋଇଛି। କେତେକ ରୋଗ ପାଇଁ ମିଳୁଥିବା ଔଷଧ ଲିଟର ପିଛା ୧୫ ହଜାର ଟଙ୍କା ରହିଛି। ଏତେ ଦାମ୍‌ରେ ବାରମ୍ବାର ଔଷଧ ଦେବା ଚାଷୀମାନଙ୍କ ପଇଁ ସମ୍ଭବପର ନୁହେଁ। ଅନ୍ୟପଟେ ନଳୀ ଓ ଚକଡା ପୋକ ସହିତ ଅନ୍ୟାନ୍ୟ ରୋଗପୋକ ଦେଖିବାକୁ ମିଳୁଛି। ଉଚିତ ସମୟରେ ପ୍ରତିକାର ବ୍ୟବସ୍ଥା ନ କଲେ ଫସଲ ନଷ୍ଟ ହୋଇଯିବ ବୋଲି କହିଥିଲେ। ସେହିପରି ଚାନ୍ଦମୁଣ୍ଡା ଗ୍ରାମର ଚାଷୀ ଜି ଶ୍ରୀନିବାସ କହିଛନ୍ତି, ଧାନ ଏବେ ବାହାରିଯାଇଛି। ଧାନ କେଣ୍ଡାର ଅଗ୍ରଭାଗ ପ୍ରଥମେ ଲାଲ ରଙ୍ଗ ହୋଇଯାଉଛି। ପରେ ଧୀରେ ଧୀରେ ପୂରା କେଣ୍ଡା ଲାଲ ରଙ୍ଗ ହେବା ସହ ଧାନ କ୍ଷୀର ଢୋକିପାରୁ ନାହିଁ। ଅଜଣା ପୋକ ପାଇଁ ଏଭଳି ହେଉଛି। ଏଥି ନିମନ୍ତେ ଆବଶ୍ୟକ ମେଡିସିନ ମିଳୁନାହିଁ। ସ୍ବର୍ଣ୍ଣ କିସମ ଧାନରେ ଏହି ରୋଗ ଅଧିକ ହୋଇଥିବା ଦେଖାଦେଇଛି ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁ କହିଛନ୍ତି, ଏଭଳି ଘଟଣା ଆମ ଚିନ୍ତା ବଢାଇଛି। ଘଟଣାସ୍ଥଳ ପରିଦର୍ଶନ କରି ରୋଗପୋକ ଉପରେ ପରୀକ୍ଷା କରାଯିବ। କେଉଁ କାରଣରୁ ଏଭଳି ହେଉଛି ଓ ପ୍ରତିକାର ନେଇ ଚାଷୀମାନଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?