ଅଜଣା ରୋଗପୋକରୁ ଉଜୁଡ଼ିବ ଫସଲ

ସମ୍ବଲପୁର,୧୭ା୧୦(ବ୍ୟୁରୋ): ଧାନକେଣ୍ଡା ବାହାରି କ୍ଷୀର ଢୋକିବା ସମୟ ଚାଷୀଙ୍କୁ ବେଶ୍‌ ଖୁସି ଆଣିଦେଇଥାଏ। ବିଲରେ ଧାନ କେଣ୍ଡା ବାହାରୁଥିବା ଫସଲକୁ ଦେଖି ସେ ତା’ର ସବୁ ଦୁଃଖକଷ୍ଟ ଭୁଲି ଯାଇଥାଏ। ହେଲେ କିଛିବର୍ଷ ହେଲା କେତେକ ଅଜଣା ରୋଗ ପୋକକୁ ନେଇ ସମ୍ବଲପୁର ଜିଲା ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସହିତ ମାନେଶ୍ୱର, ରେଙ୍ଗାଲି, ଧନକଉଡା, ଯୁଯୁମୁରା, ଜମନକିରା ବ୍ଲକର ଚାଷୀ ଚିନ୍ତାରେ ପଡିଯାଇଛନ୍ତି। ଏଥିରେ ଧାନକେଣ୍ଡା ଲାଲ ରଙ୍ଗ ହୋଇଯିବା ସହ କ୍ଷୀର ଢୋକିପାରୁ ନାହିଁ। ଏହି ରୋଗର ପ୍ରତିକାର କରିପାରୁ ନ ଥିବା ଚାଷୀମାନେ କହିଛନ୍ତି। ହୀରାକୁଦ ଜଳଭଣ୍ଡାର ପାଣି ଉପରେ ନିର୍ଭର କରି ହୋଇଥିବା ଚାଷଜମିରେ ଏଭଳି ରୋଗପୋକ ଅତ୍ୟଧିକ ମାତ୍ରାରେ ଲାଗିଥିବା ଅଭିଯୋଗ ହେଉଛି। ପୂର୍ବରୁ ନଳୀ ପୋକ, ଗଣ୍ଠିପୋକ, ଚକଡା ପୋକ ଲାଗି ଫସଲ ନଷ୍ଟ ହେଉଥିଲା। ହେଲେ ଏବେ ଏହି ନୂଆ ରୋଗପୋକ ଯୋଗୁ ଧାନ ଫସଲ ଉଜୁଡିବାକୁ ବସିଛି। ଚାଷୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି, ରୋଗପୋକ ଏବେ ପ୍ରଚୁର ପରିମାଣରେ ଫସଲରେ ଲାଗିଛି। କୀଟନାଶକ ଓ ରୋଗର ପ୍ରତିକାର ପାଇଁ ଔଷଧ ଦରଦାମ ବୃଦ୍ଧି ହୋଇଛି। କେତେକ ରୋଗ ପାଇଁ ମିଳୁଥିବା ଔଷଧ ଲିଟର ପିଛା ୧୫ ହଜାର ଟଙ୍କା ରହିଛି। ଏତେ ଦାମ୍‌ରେ ବାରମ୍ବାର ଔଷଧ ଦେବା ଚାଷୀମାନଙ୍କ ପଇଁ ସମ୍ଭବପର ନୁହେଁ। ଅନ୍ୟପଟେ ନଳୀ ଓ ଚକଡା ପୋକ ସହିତ ଅନ୍ୟାନ୍ୟ ରୋଗପୋକ ଦେଖିବାକୁ ମିଳୁଛି। ଉଚିତ ସମୟରେ ପ୍ରତିକାର ବ୍ୟବସ୍ଥା ନ କଲେ ଫସଲ ନଷ୍ଟ ହୋଇଯିବ ବୋଲି କହିଥିଲେ। ସେହିପରି ଚାନ୍ଦମୁଣ୍ଡା ଗ୍ରାମର ଚାଷୀ ଜି ଶ୍ରୀନିବାସ କହିଛନ୍ତି, ଧାନ ଏବେ ବାହାରିଯାଇଛି। ଧାନ କେଣ୍ଡାର ଅଗ୍ରଭାଗ ପ୍ରଥମେ ଲାଲ ରଙ୍ଗ ହୋଇଯାଉଛି। ପରେ ଧୀରେ ଧୀରେ ପୂରା କେଣ୍ଡା ଲାଲ ରଙ୍ଗ ହେବା ସହ ଧାନ କ୍ଷୀର ଢୋକିପାରୁ ନାହିଁ। ଅଜଣା ପୋକ ପାଇଁ ଏଭଳି ହେଉଛି। ଏଥି ନିମନ୍ତେ ଆବଶ୍ୟକ ମେଡିସିନ ମିଳୁନାହିଁ। ସ୍ବର୍ଣ୍ଣ କିସମ ଧାନରେ ଏହି ରୋଗ ଅଧିକ ହୋଇଥିବା ଦେଖାଦେଇଛି ବୋଲି କହିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁ କହିଛନ୍ତି, ଏଭଳି ଘଟଣା ଆମ ଚିନ୍ତା ବଢାଇଛି। ଘଟଣାସ୍ଥଳ ପରିଦର୍ଶନ କରି ରୋଗପୋକ ଉପରେ ପରୀକ୍ଷା କରାଯିବ। କେଉଁ କାରଣରୁ ଏଭଳି ହେଉଛି ଓ ପ୍ରତିକାର ନେଇ ଚାଷୀମାନଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri