ଥମୁନି କୁମ୍ଭୀର ଆତଙ୍କ

ସୋର, ୨୬।୮: ସୋର ବ୍ଲକ ଚପରପଦା ଗ୍ରାମରେ ଯାଇଥିବା ପିତାକଳିଆ ନଦୀ ହୁଡ଼ାରେ ଏକ ବିରାଟ କୁମ୍ଭୀର ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।
କାଂଶବାଂଶ ନଦୀ ପରେ ପୁଣି ଏହା ପିତାକଳିଆ ନଦୀରେ ଦେଖାଦେଇଛି। ଗତ ୧୫ ଦିନ ତଳେ କାଂଶବାଂଶ ନଦୀ ତଳେ ସଜନପୁର ନଦୀରେ ଏକ ୯ ଫୁଟ ଲମ୍ବ କୁମ୍ଭୀର ଦେଖା ଦେଇଥିଲା । ପରେ କାଂଶବାଂଶ ନଦୀ ସଂଲଗ୍ନ ପିତାକଳିଆ ନଦୀରେ କୁମ୍ଭୀର ଦେଖାଦେଇଛି । କୁମ୍ଭୀରକୁ ଦେଖିବା ପାଇଁ ନଦୀ କୂଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।