ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ ସୋମବାର ଜୟପାଟଣା ବ୍ଲକ ଭାଲୁ ବୁଟୁରା ନାଳ(ଜୋର)ରେ ଏକ କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନ ବିଭାଗର ରେସକ୍ୟୁ ଟିମ ପହଞ୍ଚି ବନ ବିଭାଗ ଉଦ୍ଧାର କରିଛନ୍ତି । ହାତୀ ନଦୀରେ ଦେଖାଯାଇଥିବା କୁମ୍ଭୀର ଏହି କୁମ୍ଭୀର ନାଁ ଅନ୍ୟ ତାହାକୁ ନେଇଁ ଏବେ ଚର୍ଚ୍ଚା ଜୋର ଧରିଛି। ଭାଲୁବୁଟୁରା ନାଳଠୁ ହାତୀ ନଦୀ ଅଧିକ ଦୂରତା ଥିବାବେଳେ ସେଠାକାର କୁମ୍ଭୀର ଏଠାକୁ କେମିତି ଆସିଲା ନଂ ଏହା ଅନ୍ୟ ଏକ କୁମ୍ଭୀର ତାହାକୁ ନେଇଁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଯାହା ବି ହେଉ ଏବେ ଅଞ୍ଚଳରେ କୁମ୍ଭୀର ଦେଖାଯିବା ଘଟଣା ଚର୍ଚ୍ଚାର ସମେତ ଭୟର ବିଷୟ ମଧ୍ୟ ହୋଇଛି।

