Categories: ଫୁରସତ

ରାସ୍ତାକଡ଼ ବେଞ୍ଚ ତଳେ ଥିଲା କୁମ୍ଭୀର, ଏମିତି ଦେଲା ଧରା

ଗାନ୍ଧୀନଗର,୧୭ା୮: ତିନିଦିନ ଧରି ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ଅନେକ ସହର ପାଣିରେ ବୁଡ଼ି ରହିଛି। ସୁରଟର ଭଦୋଦରା ସହର ମଧ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ କେଉଁଠି ରାସ୍ତା ନଦୀରେ ପରିଣତ ହୋଇଛି ତ ଆଉ କେଉଁଠି କୁମ୍ଭୀରଗୁଡ଼ିକ ରାସ୍ତାକୁ ଚାଲିଆସିଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହୋଇଛି, ଏଥିରେ କିଛି ଲୋକ ରାସ୍ତା କଡ଼ରେ କୁମ୍ଭୀରକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।

କୁମ୍ଭୀରଟି ଏକ ବେଞ୍ଚ ତଳେ ପଶିଯାଇଥିଲା। ଏହା ଦେଖି ଲୋକେ ହାତ, ପାଦ ହଲାଇ କୁମ୍ଭୀରକୁ ଧରିବା ପାଇଁ ଖୁବ୍‌ ଚେଷ୍ଟା କରୁଛନ୍ତି। ମାତ୍ର ସେ ସହଜରେ ଧରା ଦେଉନି। ଫଳରେ ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ। ଜିଏସ୍‌ପିସିଏ ସ୍ବେଚ୍ଛାସେବୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୫ ଫୁଟ ଲମ୍ବର ଏହି କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି।

ଛୋଟ ହୋଇଥିଲେ ମଧ୍ୟ କୁମ୍ଭୀରକୁ ଧରିବା ଏତେ ସହଜ ନ ଥିଲା। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ସ୍ବେଚ୍ଛାସେବୀମାନେ କୁମ୍ଭୀରକୁ ଧରିବା ପାଇଁ ଖୁବ୍‌ ସଂଘର୍ଷ କରୁଛନ୍ତି। ଦଉଡି ଏବଂ ଅଖା ସାହାଯ୍ୟରେ ଏହାକୁ ଧରିଥିଲେ। ଏହି ସମୟ ମଧ୍ୟରେ କୁମ୍ଭୀରଟି ନିଜକୁ ମୁକ୍ତ କରିବାକୁ ଖୁବ୍‌ ଚେଷ୍ଟା କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

Share