କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା ରସୁଲପୁର ବ୍ଲକ କୁଜିବର ନିକଟରେ ଏହି ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣକ କେନ୍ଦୁଝର ଜିଲା ହରିଚନ୍ଦନପୁର ଅଞ୍ଚଳର ଗୁରୁଚରଣ ଦେହୁରୀ(୬୦)। ଚାଷୀଙ୍କ ଜମିରୁ ଚିନାବାଦାମ ଉପାଡ଼ିବା ପାଇଁ ଆସିଥିଲେ। ନଦୀରେ ଗାଧୋଉଥିବା ସମୟରେ ଘଟିଛି ଏଭଳି ଘଟଣା। କୁମ୍ଭୀର ପଛପଟୁ ଆକ୍ରମଣ କରିଥିବା ବେଳେ ସେ ତା’ଠାରୁ ଛାଟିପିଟି ହୋଇ ନିଜକୁ ଉଦ୍ଧାର କରିଥିଲେ। ତେବେ ଶରୀରର ଏକାଧିକ ସ୍ଥାନରେ ରହିଛି କ୍ଷତଚିହ୍ନ। ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

