Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ

ନୂଆଦିଲ୍ଲୀ, ୩୧।୫: ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନଲାଇନ୍‌ କ୍ଲାସ ଚାଲୁଛି। ଇଂଲିଶ୍‌, ମାଥମେଟିକ୍ସ, ଉର୍ଦ୍ଦୁ ଓ ଇଭିଏସ୍‌ ସାଙ୍ଗକୁ ରହୁଛି କମ୍ପ୍ୟୁଟର କ୍ଲାସ। ଖୁବ୍‌ ହୋମଓ୍ବାର୍କ ଦିଆଯାଉଛି। ଛୋଟ ଛୁଆଙ୍କୁ କାହିଁକି ଦିଆଯାଉଛି ଏତେ ସବୁ କାମ। ପ୍ରଧାନମନ୍ତ୍ରୀ ମୋଦି, ଆପଣଙ୍କ ପାଖରେ ଏହାର କିଛି ଉପାୟ ଅଛି କି? ଏଭଳି ପ୍ରଶ୍ନ କରିଛନ୍ତି ଜମ୍ମୁ-କଶ୍ମୀରର ଜଣେ ୬ ବର୍ଷୀୟା କୁନି ଝିଅ।

୪୫ ସେକେଣ୍ଡ୍‌ର ଏକ ଭିଡିଓକୁ ଶେୟାର କରିଛନ୍ତି ଔରଙ୍ଗଜେବ ନାକଶବନଦି ନାମକ ଜଣେ ଜର୍ନାଲିଷ୍ଟ। ଭିଡିଓର କ୍ୟାପଶନରେ ସେ ଲେଖିଛନ୍ତି, ଦୀର୍ଘ ସମୟ ଧରି ଚାଲୁଥିବା ଅନଲାଇନ କ୍ଲାସ ଓ ଅତ୍ୟଧିକ ହୋମଓ୍ବର୍କ ଦିଆଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରୁଛନ୍ତି ୬ ବର୍ଷୀୟା ଝିଅ। ଶନିବାର ଟୁଇଟ୍‌ କରାଯାଇଥିବା ଏହି ଭିଡିଓ ଭାଇରାଲ ହୋଇଛି। ଏପର୍ଯ୍ୟନ୍ତ ଏହାକୁ ୫ ହଜାର ଲାଇକ୍‌ ମଧ୍ୟ ମିଳିସାରିଲାଣି।

Share