ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି ପୋଲିସ, ଜିଲାକୁ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ…ସରକାରଙ୍କୁ ତେର୍ଚ୍ଛାବାଣ ମାରିଲେ କିରାଣୀ

ପାଟଣା,୧୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ହାଇସ୍କୁଲର କିରାଣୀ, ଭାଷ୍ୟକାର ତଥା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ସଚିଦାନନ୍ଦ ମହାକୁଡ଼ ସୋମବାର ନିଜ ଫେସବୁକ ପେଜ୍‌ରେ କହିଛନ୍ତି, କେନ୍ଦୁଝରର ପୋଲିସ ଭାଇମାନେ ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଜିଲାକୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ ପୋଲିସମାନଙ୍କ ସାମାଜିକ ଜୀବନ ଓ ଚଳଣି ବାଧାପ୍ରାପ୍ତ ହେଉଛି । ତାଙ୍କ ରିଲଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ବ୍ୟସ୍ତତା କାର୍ଯ୍ୟକୁ ସେ ପ୍ରଶଂସା କରିଥିବାବେଳେ ପୋଲିସ ପରିବାରକୁ ସମବେଦନା ଜଣାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛାବାଣ ମାରିଥିବା ଆଲୋଚନା ହେଉଛି। ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମକର ସଂକ୍ରାନ୍ତି ବୁଧବାରରେ ରାଜନଗର ରଘୁନାଥ ଜିଉ ମଠ ସଂଲଗ୍ନ ବୈତରଣୀ ନଦୀରେ ମକର ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ରାଜନଗର ହାଇସ୍କୁଲର କାର୍ଯ୍ୟରତ ଜଣେ ଅମଲା (କିରାଣୀ) ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁ ପୋଲିସ କର୍ମଚାରୀଙ୍କ ପର୍ବପର୍ବାଣୀଗୁଡିକ ଫିକା ପଡୁଛି ବୋଲି ଆରୋପ ଲଗାଇଛନ୍ତି। ରିଲରେ ସେ ପୋଲିସଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପର୍ବପର୍ବାଣୀରେ ଛୁଟି ଦେବା ସହ ସେମାନଙ୍କର ଦାବି ଗୁଡ଼ିକ ପୂରଣ କରିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଘଟଣାକୁ କେହି କେହି ସଚିଦାନନ୍ଦଙ୍କୁ ସାବାସି ଦେଉଥିବାବେଳେ କେହି କେହି ତାଙ୍କ ପ୍ରତି ଖୁବଶୀଘ୍ର ସରକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ହେଲା ବିସ୍ଫୋରଣ: ନାବାଳକଙ୍କ ଆଖି ନଷ୍ଟ, ଥାନାରେ ପହଞ୍ଚିଲେ ମା’ବାପା

ବଲାଙ୍ଗୀର,୧୩।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଶଗଡ ଘାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାନୁଯାୟୀ, ଚିପ୍ସ ପ୍ୟାକେଟରେ ଥିବା...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

୧୮ରୁ ଶୀତରେ ଲାଗିବ ବ୍ରେକ୍‌

ଭୁବନେଶ୍ୱର,୧୩ା୧: ରାଜ୍ୟର ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି...

ଅଟୋରେ ଯାଉଥିଲେ ୧୦ ଜଣ ଯାତ୍ରୀ, ଭରସାମ୍ୟ ହରାଇ ଘାଟିରେ ଓଲଟିପଡିଲା ଅଟୋ

ଗୁଣୁପୁର,୧୩।୧ (ସଂକେତ ପାତ୍ର): ରାୟଗଡା ଜିଲା ପୁଟାସିଂ ଥାନା ସିନ୍ଦୁବା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଅଟୋରେ ପ୍ରାୟ ୧୦ ଜଣ...

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି,...

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର...

୧୭ ଯାଏଁ ଶୀତ!: ୧୮ରୁ ବଢ଼ିବ

ଭୁବନେଶ୍ୱର,୧୩।୧: ରାଜ୍ୟରେ ୧୭ ତାରିଖ ଯାଏଁ ଜାରି ରହିବ ଶୀତ। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

ଡାକ୍ତର ସାର୍ ମୋତେ ଏହି ସାପ କାମୁଡ଼ିଛି… ନାଗକୁ ପକେଟରେ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri