ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି ପୋଲିସ, ଜିଲାକୁ ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ…ସରକାରଙ୍କୁ ତେର୍ଚ୍ଛାବାଣ ମାରିଲେ କିରାଣୀ

ପାଟଣା,୧୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ହାଇସ୍କୁଲର କିରାଣୀ, ଭାଷ୍ୟକାର ତଥା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ସଚିଦାନନ୍ଦ ମହାକୁଡ଼ ସୋମବାର ନିଜ ଫେସବୁକ ପେଜ୍‌ରେ କହିଛନ୍ତି, କେନ୍ଦୁଝରର ପୋଲିସ ଭାଇମାନେ ପର୍ବପର୍ବାଣୀରେ ଛୁଟି ପାଉନାହାଁନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଜିଲାକୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହୁଥିବାରୁ ପୋଲିସମାନଙ୍କ ସାମାଜିକ ଜୀବନ ଓ ଚଳଣି ବାଧାପ୍ରାପ୍ତ ହେଉଛି । ତାଙ୍କ ରିଲଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ବ୍ୟସ୍ତତା କାର୍ଯ୍ୟକୁ ସେ ପ୍ରଶଂସା କରିଥିବାବେଳେ ପୋଲିସ ପରିବାରକୁ ସମବେଦନା ଜଣାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛାବାଣ ମାରିଥିବା ଆଲୋଚନା ହେଉଛି। ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମକର ସଂକ୍ରାନ୍ତି ବୁଧବାରରେ ରାଜନଗର ରଘୁନାଥ ଜିଉ ମଠ ସଂଲଗ୍ନ ବୈତରଣୀ ନଦୀରେ ମକର ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ରାଜନଗର ହାଇସ୍କୁଲର କାର୍ଯ୍ୟରତ ଜଣେ ଅମଲା (କିରାଣୀ) ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁ ପୋଲିସ କର୍ମଚାରୀଙ୍କ ପର୍ବପର୍ବାଣୀଗୁଡିକ ଫିକା ପଡୁଛି ବୋଲି ଆରୋପ ଲଗାଇଛନ୍ତି। ରିଲରେ ସେ ପୋଲିସଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପର୍ବପର୍ବାଣୀରେ ଛୁଟି ଦେବା ସହ ସେମାନଙ୍କର ଦାବି ଗୁଡ଼ିକ ପୂରଣ କରିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଘଟଣାକୁ କେହି କେହି ସଚିଦାନନ୍ଦଙ୍କୁ ସାବାସି ଦେଉଥିବାବେଳେ କେହି କେହି ତାଙ୍କ ପ୍ରତି ଖୁବଶୀଘ୍ର ସରକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri