ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ସେ ନିଜର ଏହି ନିଷ୍ପତ୍ତି ଜଣାଇଛନ୍ତି। ନଭେମ୍ବର ମାସର ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକ ପରେ ସେ ପର୍ତ୍ତୁଗାଲ ଜାତୀୟ ଦଳରୁ ବିଦାୟ ନେବେ।

ପାଞ୍ଚ ଥର ବାଲନ ଡି’ଅର୍‌ ବିଜେତା ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ୨୩୪ଟି ମ୍ୟାଚ ଖେଳି ୧୪୬ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ଫୁଟବଲ୍‌ରେ ସର୍ବାଧିକ ଗୋଲ ଏବଂ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।

ପାଞ୍ଚ ଥର ବାଲନ ଡି’ଅର୍‌ ବିଜେତା ରୋନାଲ୍ଡୋ ପର୍ତ୍ତୁଗାଲ୍‌କୁ ୨୦୧୬ ୟୁରୋ କପ ଏବଂ ଦୁଇଥର ୟୁଏଫଏ ନେସନ୍ସ ଲିଗ ଟାଇଟଲ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ପର୍ତ୍ତୁଗାଲ ଦଳର ୭ ନମ୍ବର ଜର୍ସି ରୋନାଲ୍ଡୋଙ୍କ ପରିଚୟ ପାଲଟିଯାଇଥିଲା। ଦୀର୍ଘ ବର୍ଷ ଧରି ଏହି ଜର୍ସି ପିନ୍ଧି ସେ ଦେଶ ପାଇଁ ଅନେକ ସ୍ମରଣୀୟ ମ୍ୟାଚ ଖେଳିଛନ୍ତି। ଏବେ ନଭେମ୍ବର ଅନ୍ତର୍ଜାତୀୟ ବ୍ରେକ ପରେ ଏହି ଜର୍ସି ଫେରାଇବାକୁ ଯାଉଛନ୍ତି ସେ।

ଦୀର୍ଘ ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଅନେକ ରେକର୍ଡ ସୃଷ୍ଟି କରିବା ସହ ଦେଶ ପାଇଁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଆଣିଛନ୍ତି। ୪୧ ବର୍ଷୀୟ ରୋନାଲ୍ଡୋଙ୍କ ଅବସର ଘୋଷଣା ସହ ପର୍ତ୍ତୁଗାଲ ଫୁଟବଲ୍ର ଏକ ଗୌରବମୟ ଯୁଗର ଅନ୍ତ ଘଟିବାକୁ ଯାଉଛି।

 

Dharitri – Odisha’s No.1 Odia Daily

 

Share