ମାଡ଼ି ଆସୁଛି ସଙ୍କଟ: ୬ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ଛୁଇଁବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨।୮: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳରେ ଆମେରିକାର ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଦାବୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଆସନ୍ତା ୬ ସପ୍ତାହ ମଧ୍ୟରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ଟପିବ ବୋଲି ଆମେରିକାର ମହାମାରୀ ବିଶେଷଜ୍ଞ ଭ୍ରମର ମୁଖାର୍ଜୀ କହିଛନ୍ତି। ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଥିବା ସେ ଦାବି କରିଛନ୍ତି। କରୋନା ସଂକ୍ରମଣ ସମ୍ପର୍କରେ ଯେତେବେଳେ କୌଣସି ପୂର୍ବ ସୂଚନା ନ ମିଳେ। ସେତେବେଳେ ଗୋଷ୍ଠୀ ସଂକ୍ରମଣ ହୋଇଥିତ୍ବା କୁହାଯାଇଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତରେ ଏଭଳି ସ୍ଥିତି ଦେଖାଦେଇଥିବା ମଧ୍ୟ ବିଶେଷଜ୍ଞ କହିଛନ୍ତି।

Share