ଗଣତାନ୍ତ୍ରିକ ଦେଶ ଉପରେ ସଙ୍କଟ, ସତର୍କତା ଜରୁରୀ: ମାକ୍ରୋନଙ୍କ ଚେତାବନୀ…

ଓ୍ବାଶିଂଟନ, ୨୫।୯ : ଆମେରିକା ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତାନ୍ତ୍ରିକ ଦେଶର ସଙ୍କଟ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଥିବା ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ରହିଛି। ମାକ୍ରୋନ କହିଛନ୍ତି ଯେ ବର୍ଷ ବର୍ଷ ଧରି ଅସ୍ଥିରତା ସୃଷ୍ଟି ପାଇଁ ଜାରି ରହିଥିବା ପ୍ରୟାସ ଯୋଗୁଁ ଏହି ପରିସ୍ଥିତି ଉପୁଜିଛି। ଆମେରିକାର ଟିଭି ଚ୍ୟାନେଲ ସିଏନଏନ କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ମାକ୍ରୋନ ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଯେତେବେଳେ ତାଙ୍କୁ ଆମେରିକୀୟ ଗଣତନ୍ତ୍ର ବିଷୟରେ ପଚରାଗଲା, ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ ଯେ, ଏଠାକାର ପରିସ୍ଥିତି ମଧ୍ୟ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ମୁଁ କହିବାକୁ ପସନ୍ଦ କରେ ନାହିଁ ଯେ ମୁଁ ଆପଣ ମାନଙ୍କ ବିଷୟରେ ଚିନ୍ତା କରେ । କିନ୍ତୁ ମୋର ମତ ଯେ ଅଷ୍ଟାଦଶ ଶତାବ୍ଦୀ ପରେ ଆମେ ଯାହା ନିର୍ମାଣ କରିଥିଲୁ ତାହା ଆଜି ବିପଦରେ।

ପାଶ୍ଚାତ୍ୟ ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ବିଶ୍ୱ ସଜାଗ ରହିବା ଆବଶ୍ୟକ ବୋଲି ମାକ୍ରୋନ କହିଛନ୍ତି। ସେ କହିଛନ୍ତି ମୋ ମତରେ ଗଣତାନ୍ତ୍ରିକ ଦେଶଗୁଡିକ ଏକ ବଡ଼ ଅସୁବିଧାରେ ଅଛନ୍ତି। ମୁଁ ଏହି ଦେଶଗୁଡିକର ବ୍ୟବସ୍ଥାକୁ ଏକ ଉଦାରବାଦୀ ଗଣତନ୍ତ୍ର ବୋଲି କହୁଛି। କାରଣ ଗୋଟିଏ ପଟେ ସେମାନେ ଖୋଲା ସମାଜ, ଏଠାରେ ଅନେକ ଖୋଲା ମନୋଭାବ ଅଛି ଏବଂ ସେମାନେ ସମଯୋଗ କରୁଥିବା ଗଣତାନ୍ତ୍ରିକ ରାଷ୍ଟ୍ର। କିନ୍ତୁ ଏହା ପ୍ରତିପକ୍ଷମାନଙ୍କୁ ଏହି ବ୍ୟବସ୍ଥା ଉପରେ ଚାପ ପକାଇବାକୁ ସୁଯୋଗ ଦେଇଛି।

ମାକ୍ରୋନ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ଲୋକଙ୍କ ଇଚ୍ଛାକୁ ସମ୍ମାନ କରେ। ବିଭିନ୍ନ ସଂସ୍କୃତି ସେଠାରେ ସ୍ବାଗତଯୋଗ୍ୟ। ଏହି ବ୍ୟବସ୍ଥାରେ ସମସ୍ତ ବିଭାଗ ମଧ୍ୟରେ ସ୍ବଚ୍ଛତା ଏବଂ ସହଯୋଗର ଏକ ଭାବନା ବଜାୟ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ସନ୍ତୁଳନ ବଜାୟ ରଖିବା।

ବିଶ୍ଳେଷକଙ୍କ ଅନୁଯାୟୀ, ଗଣତାନ୍ତ୍ରିକ ସମାଜରେ ବଢୁଥିବା ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ ଧ୍ରୁବୀକରଣ ବିଷୟରେ ମାକ୍ରନ ସୂଚିତ କରୁଛନ୍ତି। ଆମେରିକାରେ ଏଭଳି ଧ୍ରୁବୀକରଣ ମଧ୍ୟ ନିକଟ ଅତୀତରେ ବୃଦ୍ଧି ପାଇଛି। ଅପରପକ୍ଷରେ, ୟୁରୋପର ଅନେକ ଦେଶରେ ଦକ୍ଷିଣପନ୍ଥୀ ଦଳଗୁଡିକ ବଡ଼ ସଫଳତା ପାଇଛନ୍ତି। ଗତ ସପ୍ତାହରେ, ଦକ୍ଷିଣପନ୍ଥୀ ଦଳ ସ୍ବିଡେନର ସବୁଠାରୁ ବଡ ଦଳ ଭାବରେ ଉଭା ହୋଇଥିଲା। ଚଳିତ ରବିବାର ମଧ୍ୟ ଇଟାଲୀରେ ମଧ୍ୟ ଏହା ଘଟିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri