ଘନେଇଲା ସଙ୍କଟ, ଲକ୍ଷେ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୮୧୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୪ ହଜାର ୫୦୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୦ ଥିଲା।

ଏହି ସମୟରେ ସକ୍ରିୟ ମାମଲା ପୁଣି ଲକ୍ଷେ ଟପିଛି।  ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪ ହଜାର ୫୫୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୯୯ ହଜାର ୬୦୨ ଥିଲା। ସେହିପରି ୨୪ ଘଣ୍ଟାରେ ୧୩ ହଜାର ୮୨୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୧ ହଜାର ୫୭୪ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୧୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୪ ଲକ୍ଷ ୫୨ ହଜାର ୧୬୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୮ ଲକ୍ଷ ୨୨ ହଜାର ୪୯୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩,୯୫୭ ଜଣ, କେରଳରେ ୪,୪୫୯ଜଣ, ଦିଲ୍ଲୀରେ ୧,୧୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୧,୮୨୭ ଜଣ, ହରିୟାଣାରେ ୬୨୦ ଜଣ, କର୍ନାଟକରେ ୧,୯୪୫ଜଣ, ପଶ୍ଚିମବଙ୍ଗରେ ୧,୪୨୪, ଉତ୍ତରପ୍ରଦେଶରେ ୫୪୬ ଜଣ, ତେଲେଙ୍ଗାନାରେ ୪୮୫, ଗୁଜରାଟରେ ୫୨୯, ଗୋଆରେ ୨୦୧ ଜଣ, ରାଜସ୍ଥାନରେ ୧୪୦ ଜଣ, ବିହାରରେ ୧୭୮ ଜଣ, ଛତିଶଗଡ଼ରେ ୧୨୬, ପଞ୍ଜାବରେ ୨୨୩ ଜଣ, ଆନ୍ଧ୍ରପ୍ରଦେଶରେ ୧୭୨ ଜଣ, ଓଡ଼ିଶାରେ ୧୫୫ ଜଣ, ହିମାଚଳପ୍ରଦେଶରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୭ କୋଟି ୬୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share