ଅନିୟନ୍ତ୍ରିତ ବ୍ୟବହାରରୁ ସଙ୍କଟ

ଯାଜପୁର ଅଫିସ,୨୨ା୩: ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠ ଜଳ ଭୂତଳକୁ ଝରିବା ହ୍ରାସ ପାଇଚାଲିଛି। ଏଭଳି ସ୍ଥଳେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ବଢ଼ିଚାଲିଛି। ଏଥିରୁ ଅନେକ ଅଞ୍ଚଳରେ ଜଳକ୍ଲିଷ୍ଟତା ଦେଖିବାକୁ ମିଳୁଛି। ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାରକୁ ରୋକିବା ପାଇଁ ସବୁସ୍ତରରେ ଉଦ୍ୟମ ନ ହେଲେ ପିଇବା ପାଣି ନ ପାଇ ଲୋକେ ଗୁରୁତର ଜଳ ସଙ୍କଟକୁ ଶୀଘ୍ର ସାମ୍ନା କରିବେ ବୋଲି ପରିବେଶବିତ୍‌ମାନେ ଚେତାଇ ଦେଇଛନ୍ତି।

ଜଳର ମୂଲ୍ୟ ନିର୍ଦ୍ଧାରଣ ଏବଂ ବିଶ୍ୱ ଜଳ ସଙ୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ୧୯୯୩ରୁ ପାଳନ କରାଯାଉଛି। ଅଥଚ ଭୂତଳ ଜଳ ସଂରକ୍ଷଣ ଓ ପୁନଃଭରଣ ସକାଶେ ଏଯାଏ ପ୍ରଣିତ ହୋଇଥିବା ବିଭିନ୍ନ ଯୋଜନା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭୂତଳ ଜଳସ୍ତର ହ୍ରାସ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏଥିରେ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର ଖଣି ଅଞ୍ଚଳ ସୁକିନ୍ଦା ଓ ଶିଳ୍ପାଞ୍ଚଳ ଦାନଗଦି ବ୍ଲକରେ ବୋରୱେଲ ଖୋଳି ଭୂତଳ ଜଳ ମାତ୍ରାଧିକ ବ୍ୟବହାର ହେଉଥିବାରୁ ଏହାର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବା ହାଇଡ୍ରୋମେଟ୍ରି ନିର୍ଦ୍ଦେଶାଳୟରୁ ମିଳିଥିବା ଗତ ୩ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି।
ସାଧାରଣତଃ ଭୂତଳକୁ ୫ ମିଟର ପର୍ଯ୍ୟନ୍ତ ରହୁଥିବା ଜଳସ୍ତର ଲୋକଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଇ ଦେଇଥାଏ ବୋଲି ଆକଳନ କରାଯାଇଛି। ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ ଜିଲାର ଶିଳ୍ପସଂସ୍ଥାଗୁଡିକ ମାନୁନାହାନ୍ତି। ପ୍ରାୟ ସମସ୍ତ ଶିଳ୍ପସଂସ୍ଥା ପରିସରରେ ୧୫/୨୦ଟି ଲେଖାଏ ବୋରୱେଲ ଖନନ କରାଯାଇ ଆଖିବୁଜା ଭୂତଳ ଜଳ ବ୍ୟବହାର କରାଯାଉଛି। ଏଥିଯୋଗୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନଳକୂପ ଖୋଳିଲେ ପାଣି ବାହାରୁ ନାହିଁ। ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ୨୦୧୮ରୁ ୨୦୨୦ ମୌସୁମୀ ପୂର୍ବରୁ ଓ ପରେ ଭୂତଳ ଜଳସ୍ତର ସ୍ଥିତିକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି, ଯାହାକି ଉଲ୍ଲେଖ ଟେବୁଲରେ ଦର୍ଶାଯାଇଛି। ଏହା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ସେତେଟା ପ୍ରଭାବ ପଡୁ ନ ଥିଲେ ହେଁ ଜିଲାର ବିଶେଷ କରି ଦାନଗଦି ଓ ସୁକିନ୍ଦା ବ୍ଲକ ଅଞ୍ଚଳବାସୀଙ୍କ ପାଇଁ ଜଳ କ୍ଲିଷ୍ଟତା ଏକ ପ୍ରମୁଖ ସମସ୍ୟା ହୋଇଛି। ନିୟମାନୁଯାୟୀ ଜିଲାର ଶିଳ୍ପ ସଂସ୍ଥାଗୁଡିକ ଜଳସମ୍ପଦ ବିଭାଗ ନିକଟରେ ଚୁକ୍ତି କରି ସେମାନେ କେତେ ପରିମାଣର ଭୂତଳ ଜଳ ବ୍ୟବହାର କରୁଛନ୍ତି ତାହା ଫ୍ଲୋମିଟର ବସାଇ ଦର୍ଶାଇବା କଥା। ଗୋଟେ ପ୍ଲାଣ୍ଟ ଯେତିକି ପରିମାଣର ପାଣି ବ୍ୟବହାର କରୁଛି ତା’ର ସବିଶେଷ ତଥ୍ୟ ଜଳ ସମ୍ପଦ ବିଭାଗ ନିକଟରେ ଦାଖଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ଭିନ୍ନ ସମ୍ପୃକ୍ତ କମ୍ପାନୀ ଭୂତଳ ଜଳ ନେବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହିସବୁ ନିର୍ଦ୍ଦେଶନାମାକୁ ଶିଳ୍ପାନୁଷ୍ଠାନଗୁଡିକ କାର୍ଯ୍ୟକାରୀ କରୁନାହାନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଭୂତଳ ଜଳ ବ୍ୟବହାର ଅନୁଯାୟୀ ଜଳକର ଆଦାୟ କରାଯାଉଛି। ଏଥିପାଇଁ ନିୟମିତ ଭାବେ ପରିଦର୍ଶନରେ ଯାଇ ନିରୀକ୍ଷଣ ହେଉଛି। ଶିଳ୍ପସଂସ୍ଥାଗୁଡ଼ିକଠାରୁ ମାସିକ ପ୍ରାୟ ୧ କୋଟି ୯୦ ଲକ୍ଷ ଏବଂ ବାର୍ଷିକ ପ୍ରାୟ ୨୨ କୋଟି ଟଙ୍କା ଭୂତଳ ଜଳକର ଆଦାୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri