Categories: ଜାତୀୟ

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ପୂର୍ବରୁ ରାହୁଲଙ୍କୁ କେବଳ ଭାଜପା ସହିତ ଲଢ଼େଇ କରିବାକୁ ପଡୁଥିଲା। କିନ୍ତୁ ସୋମବାରର ବୈଠକ ପରେ ରାହୁଲଙ୍କ ବିରୋଧୀ ତାଲିକାରେ ଦଳୀୟ ସଦସ୍ୟ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି। ଏବେ ଭାଜପା ସହିତ ରାହୁଲଙ୍କୁ ନିଜ ଦଳ ସହିତ ମଧ୍ୟ ଲଢ଼ିବାକୁ ପଡ଼ିବ। ୨୦୧୯ରେ ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଏକ ବଡ଼ ଭୁଲ୍‌ ଥିଲା ବୋଲି ଦଳରେ ଚର୍ଚ୍ଚା ଆରମ୍ଭ ହେଲାଣି। ଘର କଥା ଏବେ ବାହାରେ ପଡ଼ିବାରୁ ରାହୁଲ ବୈଠକରେ ନିଜର ମତପୋଷଣ କରି ତାହା ବରିଷ୍ଠ ନେତାଙ୍କୁ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁକାବିଲା କରିବା ଲାଗି ଦଳରେ ସମକ୍ଷକ ନେତୃତ୍ୱର ଆବଶ୍ୟକତା ଉପରେ ସଦସ୍ୟମାନେ ମତ ଦେଇଛନ୍ତି। ତେବେ ଚିଠି ଲେଖି ଏହାକୁ ସାର୍ବଜନିକ କରାଇବା ନେଇ ରାହୁଲ ମର୍ମାହାତ ହୋଇଥିବା କୁହାଯାଉଛି।

Share