ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍‌ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଥିଲା। ବାଲି ଝଡ଼ ଯୋଗୁ ଜାହାଜଟି ଭାସି ନ ପାରି ବାଲିରେ ଅଟକି ରହିଥିଲା। ଜାହାଜଟି ଏସିଆ ଏବଂ ୟୁରୋପ ମଧ୍ୟରେ ପଣ୍ୟ ପରିବହନ କରିଥାଏ। ଫଳରେ ୧୯୩.୩ କିଲୋମିଟର ଦୀର୍ଘ କେନାଲର ଉଭୟ ପଟରେ ୪୫୦ରୁ ଅଧିକ ଜାହାଜ ଅଟକି ରହିଥିଲେ। ବିରାଟକାୟ ଜାହାଜରୁ ପଣ୍ୟ ଖଲାସ ପାଇଁ ଯୋଜନା କରାଯାଇଥିଲା। ତେବେ ସୋମବାର ଜାହାଜଟି ପୁଣି ପାଣିରେ ଭାସିବା ଆରମ୍ଭ କରିଛି। ଜାହାଜଟି ପୁଣି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି। ବାଲିରେ ଲାଖି ରହିଥିବାରୁ ରବିବାର ଉଚ୍ଚ ଜୁଆର ପରେ ମଧ୍ୟ ଏହା ଭାସି ନ ଥିଲା। ତେଣୁ କେନାଲରେ ଜାହାଜ ଚଳାଚଳ ଠପ୍‌ ହୋଇ ଯାଇଥିଲା। ଏହି କେନାଲ ଦେଇ ପୃଥିବୀର ମୋଟ କାରବାରର ୧୨ ପ୍ରତିଶତ ସମ୍ପନ୍ନ ହୋଇଥାଏ। ଜାହାଜ ଅଟକି ରହିଥିବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ପୃଥିବୀ ବ୍ୟାପୀ ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ଆଶଙ୍କା ରହିଥିଲା। ମାତ୍ର ବିରାଟକାୟ ଜାହାଜଟି ପୁଣି ଭାସିବା ଆରମ୍ଭ କରିବା ଯୋଗୁ ଏହି ଆଶଙ୍କା ଦୂର ହୋଇଛି। ଜାହାଜଟି ଭାସିବା ପାଇଁ କେନାଲରେ ଏହା ଅଟକି ରହିଥିବା ସ୍ଥାନରୁ ୨୭ ହଜାର କ୍ୟୁବିକ ମିଟର ବାଲି ଖନନ କରାଯାଇ କେନାଲକୁ ୧୮ ମିଟର ଗଭୀର କରାଯାଇଥିଲା। ସୂଚନାଯୋଗ୍ୟ, ସୁଏଜ୍‌ କେନାଲ ଦେଇ ପ୍ରତିଦତିନ ୫୦ରୁ ଅଧିକ ଜାହାଜ ଚଳାଚଳ କରିଥାନ୍ତି। ଏଭର ଗିଭେନ୍‌ ଜାହାଜ ଅଯକି ରହିବା ଯୋଗୁ ପ୍ରତିଦିନ ୪୦୦ ନିୟୁତ ଡଲାରର କ୍ଷତି ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri