Categories: ଜାତୀୟ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି କି ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ଗୁମାର ମଙ୍ଗଳବାର ଇସ୍ତଫା ଦେବେ । ଆହୁରି ମଧ୍ୟ କୁହାଯାଉଛି କି ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ସାକ୍ଷାତ୍ ହୋଇପାରେ । ଏହାପରେ ଉଭୟ ରାଜଭବନ ଯାଇ ପାରନ୍ତି ।
ଏଏନଆଇର ସୂତ୍ରରୁ ଜଣାପଡିଛି କି ଲାଲୁ ପ୍ରସାଦ ଯାବଦ ସବୁ ଆଙ୍ଗଲରୁ ଏହା ଉପରେ ନଜର ରଖିଛନ୍ତି । ଏପଟେ ବିହାର ରାଜନୀତିରେ ବା ଏନଡିଏ ମେଣ୍ଟରେ ଫାଟକୁ ଦେଖି ଭାରତୀୟ ଜନତା ପାର୍ଟି(ଭାଜପା) କୋର ଗ୍ରୁପ ବୈଠକ ଡାକିଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ବୈଠକ ବସିବ ।

Share