ଶ୍ରମିକ ବେଶରେ ରାଜଧାନୀ ବସ୍ତିରେ ଅପରାଧୀ ଗ୍ୟାଙ୍ଗ୍‌: ବନ୍ଦ ଘରୁ ଚୋରି, ଏକୁଟିଆ ପାଇଲେ ଲୁଟୁଥିଲେ

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀ ବସ୍ତିରେ ଆଡ୍ଡା ଜମାଇଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ରାଜରାସ୍ତାରୁ କଲୋନୀ ସବୁଠି ରାଜୁତି କରୁଛନ୍ତି। କରୋନା କଟକଣା ଭିତରେ କମିଶନରେଟ ପୋଲିସକୁ ଚକ୍‌ମା ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଅପରାଧୀଙ୍କ ଆଡ୍ଡା ସମ୍ପର୍କରେ ସୁରାକ ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଛି। ଶାନ୍ତିପଲ୍ଲୀ ବସ୍ତିରୁ ଏକ ବଡ଼ ଅପରାଧୀ ଗ୍ୟାଙ୍ଗ୍‌କୁ ଧରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଗ୍ୟାଙ୍ଗ୍‌ର ଦୁଇ ମାଷ୍ଟରମାଇଣ୍ଡ୍‌ ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍‌। ସେମାନେ ହେଲେ ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ଥାନାଞ୍ଚଳର ସନ୍ତୋଷ ରେଡ୍ଡୀ ଓରଫ ସନ୍ତୁ, ପୁରୀ ଜିଲା ଅସ୍ତରଙ୍ଗ ଥାନାଞ୍ଚଳର ଭାସ୍କର ମହାପାତ୍ର ଓରଫ ଶିବ ଓ କଟକ ଜିଲା ବାଙ୍କୀ ଥାନା ଗୟଳବାଙ୍କ ଗ୍ରାମର ସଞ୍ଜୀବ କୁମାର ସିଂ ଓରଫ ପପୁ। ସେମାନଙ୍କଠାରୁ ୮୭ ଗ୍ରାମର ସୁନା ଓ ୪୦ ଗ୍ରାମର ରୁପା ଅଳଙ୍କାର ସହ ଅନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌ ବସ୍ତିରେ ରହି ଶ୍ରମିକ ବେଶରେ ଲୁଟ୍‌, ଡକାୟତି ଆଦି ବହୁ ଅପରାଧ ଘଟାଇଥିବା ଜଣାପଡ଼ିଛି। ସେହିଭଳି ବିଭିନ୍ନ ଥାନାରେ ୩ ଅଭିଯୁକ୍ତଙ୍କ ନାମରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ କହିଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ରାତିରେ ସାଇକେଲ ଧରି ଶ୍ରମିକ ବେଶରେ ଘୂରି ବୁଲୁଥିଲେ। ସାଇକେଲରେ ଶାବଳ ଓ ଅନ୍ୟାନ୍ୟ ଘର ତାଡିବା ସାମଗ୍ରୀ ବାନ୍ଧି ଟାର୍ଗେଟ କରିଥିବା ଘରୁ ଅତି ଚତୁରତାର ସହ ଲୁଟପାଟ କରି ଫେରାର ହୋଇଯାଉଥିଲେ। ବାଟରେ ଯାହାକୁ ପାଉଥିଲେ ଲୁଟୁଥିଲେ। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୭ଟି , ଲକ୍ଷ୍ମୀସାଗର ଓ ବଡଗଡ ଥାନା ଅଞ୍ଚଳରେ ୨ଟି ଡକାୟତି କରିଥିବା ସେମାନେ କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ମଞ୍ଚେଶ୍ୱର ଥାନାଞ୍ଚଳରେ ରହୁଥିବା ଓଡିଶୀ ନୃତ୍ୟଶିଳ୍ପୀ ଜ୍ୟୋତିର୍ମୟୀ ଦାସ ଘରକୁ ପଳାଇଥିଲେ। କିଛିଦିନ ଧରି ଘର ବନ୍ଦ ଥିବା ଦେଖି ଅଭିଯୁକ୍ତ ସନ୍ତୁ, ଶିବ, ପପୁ ଓ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ଶ୍ରମିକ ବେଶରେ ସାଇକେଲରେ ଯାଇ ଗ୍ରୀଲ୍‌ ତାଡ଼ି ଘର ଭିତରକୁ ପଶିଥିଲେ। ଲୁହା ଆଲମିରା ଲକର ତାଡି ସେଥିରୁ ୬୦ ଗ୍ରାମର ସୁନା ଓ ଓଡିଶୀ ନୃତ୍ୟରେ ବ୍ୟବହୃତ ସାମଗ୍ରୀକୁ ଚୋରି କରି ଫେରାର ହୋଇଥିଲେ। ଜ୍ୟୋତିର୍ମୟୀ ଫେରିବା ପରେ ଘରୁ ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଶୁକ୍ରବାର ସ୍ପେଶାଲ ସ୍କ୍ବାଡ୍‌ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ାଉ କରି ସେମାନଙ୍କୁ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri