Posted inଜାତୀୟ

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ପୁଣି ଆକ୍ରମଣ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର, ୫।୭: ଜମ୍ମୁ-କଶ୍ମୀର ପୁଳଓ୍ବାମା ଜିଲାରେ ରବିବାର ପୁଣି ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସକାଳ ୭ଟା ୪୦ରେ ଆତଙ୍କବାଦୀମାନେ ୧୮୨ ବାଟାଲିୟନ ସିଆର୍‌ପିଏଫ୍‌ ଟିମ୍‌କୁ ଲକ୍ଷ୍ୟ କରି ଆଇଇଡ଼ି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୪ ଦିନ ତଳେ ଜୁଲାଇ ୧ରେ ସୋପୋରରେ ଏଭଳି ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଥିଲେ। ଏଥିରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri