Categories: ଜାତୀୟ

୧୮% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ଗାନ୍ଧୀନଗର, ୩୧ା୧୦: ଗୁଜରାଟର ୮ ବିଧାନସଭା ଆସନ ଲାଗି ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମଇଦାନରେ ଥିବା ୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ ଅର୍ଥାତ୍‌ ୧୮% ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ୭ ଜଣଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ରହିଛି। ଦଳୀୟ ଭିତ୍ତିରେ ଦେଖିବାକୁ ଗଲେ, ଭାରତୀୟ ଟ୍ରାଇବାଲ ପାର୍ଟିର ୨ ଜଣରୁ ଜଣେ, ଭାଜପାର ୮ ଜଣରୁ ୩, କଂଗ୍ରେସର ୮ ଜଣରୁ ୨, ସ୍ବାଧୀନ ପ୍ରାର୍ଥୀଙ୍କ କ୍ଷେତ୍ରରେ ୫୩ରୁ ୮ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଏଡିଆର୍‌ ଦର୍ଶାଇଛି।

Share