Posted inଜାତୀୟ

୪୪% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୬।୭ (ପି.ଟି.) : ଭାରତର ରାଜ୍ୟ ବିଧାନସଭାଗୁଡ଼ିକରେ ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ନିକଟରେ କରାଯାଇଥିବା ଏକ ରିପୋର୍ଟରେର ଏହା ପ୍ରକାଶ କରାଯାଇଛି। ଦେଶବ୍ୟାପୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାୟକମାନେ ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ଘୋଷଣା କରିଥିବା ଆପରାଧିକ ତଥ୍ୟକୁ ଏଡିଆର୍‌ ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ଅନୁଶୀଳନ କରିବା ପରେ ଉପରୋକ୍ତ ତଥ୍ୟ ପଦାକୁ ଆସିଛି।
୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରୁ ୪,୦୦୧ ଜଣଙ୍କ ସତ୍ୟପାଠକୁ ଅନୁଧ୍ୟାନ କରାଯାଇଥିଲା। ୧,୧୩୬ ବିଧାୟକ (୨୮ ପ୍ରତିଶତ) ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ପ୍ରତି ଅପରାଧ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। କେରଳରେ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ଜଣ (୭୦%)ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ବିହାରରେ ୨୪୨ରୁ ୧୬୧ ବିଧାୟକ (୬୭ ପ୍ରତିଶତ)ଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ଦିଲ୍ଲୀରେ ୭୦ରୁ ୪୪ (୬୩%), ମହାରାଷ୍ଟ୍ରରେ ୨୮୪ରୁ ୧୭୫(୬୨%), ତେଲଙ୍ଗାନାରେ ୧୧୮ରୁ ୭୨ (୬୧%) ଏବଂ ତାମିଲନାଡୁରେ ୨୨୪ରୁ ୧୩୪ (୬୦%) ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ୭୦ ବିଧାୟକଙ୍କ ମଧ୍ୟରୁ ୩୭ ଜଣ (୫୩ ପ୍ରତିଶତ), ବିହାରର ୨୪୨ ଜଣଙ୍କ ମଧ୍ୟରୁ ୧୨୨ (୫୦%), ମହାରାଷ୍ଟ୍ରର ୨୮୪ ବିଧାୟକଙ୍କ ମଧ୍ୟରୁ ୧୧୪ (୪୦%), ଝାଡ଼ଖଣ୍ଡର ୭୯ ବିଧାୟକଙ୍କ ମଧ୍ୟରୁ ୩୧(୩୯%), ତେଲଙ୍ଗାନାର ୧୧୮ରୁ ୪୬ (୩୯%), ଉତ୍ତରପ୍ରଦେଶର ୪୦୩ ଜଣଙ୍କ ମଧ୍ୟରୁ ୧୫୫(୩୮%)ଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଛି। ମୋଟ ୧୧୪ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ ରହିଥିବାବେଳେ ୧୪ ଜଣଙ୍କ ନାଁରେ ବଳାତ୍କାର ମାମଲା ଥିବା ସେମାନେ ଘୋଷଣା କରିଛନ୍ତି।
ବିଧାୟକମାନଙ୍କ ଆପରାଧିକ ରେକର୍ଡ ବ୍ୟତୀତ ସେମାନଙ୍କ ସମ୍ପତ୍ତି ତାଲିକାର ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୧୩.୬୩ କୋଟି ଟଙ୍କା ବୋଲି ଉକ୍ତ ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ଆପରାଧିକ ମାମଲା ଥିବା ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୬.୩୬ କୋଟି ଟଙ୍କା ହୋଇଥିବାବେଳେ ଆପରାଧିକ ମାମଲା ନ ଥିବା ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୧୧.୪୫ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।
ହାରାହାରି ସମ୍ପତ୍ତିରେ କର୍ନାଟକ ବିଧାୟକମାନେ ଶୀର୍ଷରେ ରହିଛନ୍ତି। ସେଠାର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୬୪.୩୯ କୋଟି ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ୧୭୪ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୮.୨୪ କୋଟି ଏବଂ ମହାରାଷ୍ଟ୍ରର ୨୮୪ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୩.୫୧ କୋଟି ଟଙ୍କା। ଅନ୍ୟପକ୍ଷରେ ତ୍ରିପୁରାର ୫୯ ବିଧାୟକଙ୍କ ହାରାହାରି ସମ୍ପତ୍ତି ସର୍ବନିମ୍ନ ୧.୫୪ କୋଟି ଟଙ୍କା ହୋଇଥିବାବେଳେ ପଶ୍ଚିମବଙ୍ଗର ୨୯୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨.୮୦ କୋଟି ଏବଂ କେରଳରେ ୧୩୫ ବିଧାୟକଙ୍କ ହାରାହାରି ସମ୍ପତ୍ତି ୩.୧୫ କୋଟି ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନୁଶୀଳନ କରାଯାଇଥିବା ୪,୦୦୧ ବିଧାୟକଙ୍କ ମଧ୍ୟରୁ ୮୮ ଜଣ (୨%) ବିଲିୟନେୟାର। ସେମାନଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ। କର୍ନାଟକରେ ୨୨୩ରୁ ସର୍ବାଧିକ ୩୨ ବିଧାୟକ (୧୪%) ବିଲିୟନେୟାର ହୋଇଥିବାବେଳେ ଅରୁଣାଚଳପ୍ରଦେଶର ୫୯ରୁ ୪ ବିଧାୟକ (୭%) ଏବଂ ଆନ୍ଧ୍ରପ୍ରଦେଶର ୧୭୪ରୁ ୧୦ (୬ ପ୍ରତିଶତ) ବିଧାୟକ ବିଲିୟନେୟାର। ମହାରାଷ୍ଟ୍ର, ହିମାଚଳପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ରହିଥିବା ସେମାନଙ୍କ ସମ୍ପତ୍ତି ଘୋଷଣାନାମାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri