Posted inଜାତୀୟ

୪୪% ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୬।୭ (ପି.ଟି.) : ଭାରତର ରାଜ୍ୟ ବିଧାନସଭାଗୁଡ଼ିକରେ ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ନିକଟରେ କରାଯାଇଥିବା ଏକ ରିପୋର୍ଟରେର ଏହା ପ୍ରକାଶ କରାଯାଇଛି। ଦେଶବ୍ୟାପୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଧାୟକମାନେ ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ଘୋଷଣା କରିଥିବା ଆପରାଧିକ ତଥ୍ୟକୁ ଏଡିଆର୍‌ ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ଅନୁଶୀଳନ କରିବା ପରେ ଉପରୋକ୍ତ ତଥ୍ୟ ପଦାକୁ ଆସିଛି।
୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪,୦୩୩ ବିଧାୟକଙ୍କ ମଧ୍ୟରୁ ୪,୦୦୧ ଜଣଙ୍କ ସତ୍ୟପାଠକୁ ଅନୁଧ୍ୟାନ କରାଯାଇଥିଲା। ୧,୧୩୬ ବିଧାୟକ (୨୮ ପ୍ରତିଶତ) ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ପ୍ରତି ଅପରାଧ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। କେରଳରେ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ଜଣ (୭୦%)ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ବିହାରରେ ୨୪୨ରୁ ୧୬୧ ବିଧାୟକ (୬୭ ପ୍ରତିଶତ)ଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ଦିଲ୍ଲୀରେ ୭୦ରୁ ୪୪ (୬୩%), ମହାରାଷ୍ଟ୍ରରେ ୨୮୪ରୁ ୧୭୫(୬୨%), ତେଲଙ୍ଗାନାରେ ୧୧୮ରୁ ୭୨ (୬୧%) ଏବଂ ତାମିଲନାଡୁରେ ୨୨୪ରୁ ୧୩୪ (୬୦%) ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ୭୦ ବିଧାୟକଙ୍କ ମଧ୍ୟରୁ ୩୭ ଜଣ (୫୩ ପ୍ରତିଶତ), ବିହାରର ୨୪୨ ଜଣଙ୍କ ମଧ୍ୟରୁ ୧୨୨ (୫୦%), ମହାରାଷ୍ଟ୍ରର ୨୮୪ ବିଧାୟକଙ୍କ ମଧ୍ୟରୁ ୧୧୪ (୪୦%), ଝାଡ଼ଖଣ୍ଡର ୭୯ ବିଧାୟକଙ୍କ ମଧ୍ୟରୁ ୩୧(୩୯%), ତେଲଙ୍ଗାନାର ୧୧୮ରୁ ୪୬ (୩୯%), ଉତ୍ତରପ୍ରଦେଶର ୪୦୩ ଜଣଙ୍କ ମଧ୍ୟରୁ ୧୫୫(୩୮%)ଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରହିଛି। ମୋଟ ୧୧୪ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ ରହିଥିବାବେଳେ ୧୪ ଜଣଙ୍କ ନାଁରେ ବଳାତ୍କାର ମାମଲା ଥିବା ସେମାନେ ଘୋଷଣା କରିଛନ୍ତି।
ବିଧାୟକମାନଙ୍କ ଆପରାଧିକ ରେକର୍ଡ ବ୍ୟତୀତ ସେମାନଙ୍କ ସମ୍ପତ୍ତି ତାଲିକାର ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୧୩.୬୩ କୋଟି ଟଙ୍କା ବୋଲି ଉକ୍ତ ଅନୁଧ୍ୟାନରୁ ଜଣାପଡ଼ିଛି। ତେବେ ଆପରାଧିକ ମାମଲା ଥିବା ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୬.୩୬ କୋଟି ଟଙ୍କା ହୋଇଥିବାବେଳେ ଆପରାଧିକ ମାମଲା ନ ଥିବା ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୧୧.୪୫ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।
ହାରାହାରି ସମ୍ପତ୍ତିରେ କର୍ନାଟକ ବିଧାୟକମାନେ ଶୀର୍ଷରେ ରହିଛନ୍ତି। ସେଠାର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୬୪.୩୯ କୋଟି ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ୧୭୪ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୮.୨୪ କୋଟି ଏବଂ ମହାରାଷ୍ଟ୍ରର ୨୮୪ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୩.୫୧ କୋଟି ଟଙ୍କା। ଅନ୍ୟପକ୍ଷରେ ତ୍ରିପୁରାର ୫୯ ବିଧାୟକଙ୍କ ହାରାହାରି ସମ୍ପତ୍ତି ସର୍ବନିମ୍ନ ୧.୫୪ କୋଟି ଟଙ୍କା ହୋଇଥିବାବେଳେ ପଶ୍ଚିମବଙ୍ଗର ୨୯୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨.୮୦ କୋଟି ଏବଂ କେରଳରେ ୧୩୫ ବିଧାୟକଙ୍କ ହାରାହାରି ସମ୍ପତ୍ତି ୩.୧୫ କୋଟି ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନୁଶୀଳନ କରାଯାଇଥିବା ୪,୦୦୧ ବିଧାୟକଙ୍କ ମଧ୍ୟରୁ ୮୮ ଜଣ (୨%) ବିଲିୟନେୟାର। ସେମାନଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ। କର୍ନାଟକରେ ୨୨୩ରୁ ସର୍ବାଧିକ ୩୨ ବିଧାୟକ (୧୪%) ବିଲିୟନେୟାର ହୋଇଥିବାବେଳେ ଅରୁଣାଚଳପ୍ରଦେଶର ୫୯ରୁ ୪ ବିଧାୟକ (୭%) ଏବଂ ଆନ୍ଧ୍ରପ୍ରଦେଶର ୧୭୪ରୁ ୧୦ (୬ ପ୍ରତିଶତ) ବିଧାୟକ ବିଲିୟନେୟାର। ମହାରାଷ୍ଟ୍ର, ହିମାଚଳପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ ରହିଥିବା ସେମାନଙ୍କ ସମ୍ପତ୍ତି ଘୋଷଣାନାମାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri