Categories: ଜାତୀୟ

୩୧% ପ୍ରାର୍ଥୀଙ୍କ ନଁ।ରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୧ା୧୦: ବିହାର ବିଧାନସଭା ନିର୍ବାଚନ ଲାଗି ୨୮ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ୧,୦୬୪ ଜଣଙ୍କ ମଧ୍ୟରୁ ୩୧% (୩୨୮)ଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ରିପୋର୍ଟରେ ଦର୍ଶାଯାଇଛି। ଏମାନଙ୍କ ମଧ୍ୟରୁ ୨୩% (୨୨୪) ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ମାମଲା ରହିଛି, ଯେଉଁଥିରେ ୫ ବର୍ଷ ଜେଲ ସହ ଜାମିନ ମିଳି ନ ଥାଏ। ସେହିପରି ୩୫% ଅର୍ଥାତ୍‌ ୩୭୫ ଜଣ ପ୍ରାର୍ଥୀ କୋଟିପତି ଥିବାବେଳେ ୫ ଜଣଙ୍କ ପାଖରେ କୌଣସି ସମ୍ପତ୍ତି ନ ଥିବା ଦର୍ଶାଯାଇଛି।
ଆର୍‌ଜେଡିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ (୭୩%) ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୨୨ (୫୪%)ଙ୍କ ବିରୋଧରେ ସଙ୍ଗିନ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ସେହିଭଳି ଭାଜପାର ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ (୭୨%) ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାବେଳେ ୧୩ (୪୫%) ଜଣଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ଅଛି। ଏଲ୍‌ଜେପିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ (୫୯%)ଙ୍କ ବିରୋଧରେ ଆପରାଧିକ ମାମଲା ଓ ୨୦ (୪୯%) ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ରହିଛି। କଂଗ୍ରେସର ୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ (୫୭%) ଜଣ, ଜେଡିୟୁର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ (୪୩%) ଜଣ ବିଏସ୍‌ପିର ୨୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ (୧୯%) ଜଣ ପ୍ରାର୍ଥୀଙ୍କ ବିିରୋଧରେ ସଙ୍ଗିନ ଆପରାଧିକ ମାମଲା ରହିଛି। ୨୯ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା, ୩ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ଏଥିସହ ୨୧ ଜଣଙ୍କ ବିରୋଧରେ ହତ୍ୟା ମାମଲା ଓ ୬୨ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା ଦର୍ଶାଯାଇଛି। ମୋଟ ୧,୦୬୪ ପ୍ରାର୍ଥୀଙ୍କ ମଧ୍ୟରେ ୩୭୫ (୩୫%) କୋଟିପତି ଥିବାବେଳେ ଆର୍‌ଜେଡିରୁ ୩୯, ଜେଡିୟୁରୁ ୩୧, ଭାଜପାରୁ ୨୪, ଏଲ୍‌ଜେପିରୁ ୩୦, କଂଗ୍ରେସରୁ ୧୪ ଓ ବିଏସ୍‌ପିରୁ ୧୨ କୋଟିପତି ଥିବା ପ୍ରକାଶ।

Share