ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି

କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର ଉପାନ୍ତ ଅଞ୍ଚଳ ମହାକାଳପଡା ଓ ରାଜନଗର ବ୍ଲକରେ ଆଉ ସୀମିତ ନାହିଁ। ରାଜକନିକା ବ୍ଲକରେ ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏହା ଏବେ ଜିଲା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲିଟିଛି। ସେପ୍ଟେମ୍ବର ୩୦ରେ କୋଇଲିପୁର ଗ୍ରାମର ପୀତାମ୍ବର ରାଉତଙ୍କୁ କେତେଜଣ ଚିଙ୍ଗୁଡି ଘେରି ବ୍ୟବସାୟୀ ଅପହରଣ କରି ନେଇଥିବା ସମ୍ପର୍କରେ ତାଙ୍କ ସ୍ତ୍ରୀ ପ୍ରତିମା ଜୁନ୍‌ ୬ରେ ଖବରଦାତା ସମ୍ବଳିନୀ ଜରିଆରେ ପ୍ରକାଶ କରିବା ପରେ ଘଟଣା ଲୋକଳୋଚନକୁ ଆସିଛି। ଏନେଇ ପ୍ରତିମା ରାଜକନିକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ସେହିପରି ୨୦୧୯ରେ ଚିଙ୍ଗୁଡି ଘେରି ବିବାଦ ପାଇଁ ରାଜନଗର କୁରୁଣ୍ଟି ଗ୍ରାମର ଜଣେ ଯୁବକଙ୍କୁ ସାପ ଗ୍ୟାଙ୍ଗର ସଦସ୍ୟମାନେ ଅପହରଣ କରି ନିର୍ଯାତନା ଦେବାସହ ମାରି ଦେଇଥିଲେ। ଅପରପକ୍ଷେ ଚିଙ୍ଗୁଡି ଘେରି ନିମନ୍ତେ ନାଳ ଓ ଜଙ୍ଗଲ ଜମି ଜବରଦଖଲ କରାଯାଉଛି। ଏସବୁ ଘେରି ପାଇଁ ଆସିଥିବା ଲୁଣା ପାଣି ଚାଷ ଜମରେ ମାଡିଯିବା ଯୋଗୁ ଫସଲ ନଷ୍ଟ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ସୃଷ୍ଟି ହେଉଛି। ୨୦୧୭ରେ ଜିଲା ପ୍ରଶାସନ ନିକଟରେ ଏଭଳି ଏକ ଅଭିଯୋଗ ହେବାପରେ ଚାଷୀ ଓ ଚିଙ୍ଗୁଡି ଘେରି ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରିକୁ ଭଙ୍ଗା ଯାଇଥିଲା।  ଗତ ଜୁନ୍‌ରେ ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ସେତୁ ନିକଟ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ହୋଇଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସମ୍ପର୍କରେ ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର, ଅମରବର ବିଶ୍ୱାଳ, ରଣଜିତ ସ୍ବାଇଁ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡା ଜିଲାରେ ବେଆଇନ ଚିଙ୍ଗୁଡି ଘେରି ପରିବେଶକୁ ଅଶାନ୍ତ କରିଛି। ଅନେକ ସମୟରେ ସାଧରଣ ଲୋକେ ଅସାଧୁ ଘେରି ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସମୟ ଉପଯୋଗୀ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଜିଲା ପୋଲିସ ପାଇଁ ସମସ୍ୟା ବଢ଼ିବ।
ଏସମ୍ପର୍କରେ ଏଏସପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କହିଛନ୍ତି, ବେଆଇନ ଚିଙ୍ଗୁଡି ଘେରିକୁ ନେଇ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ଅଭିଯୋଗ ହେବାପରେ ଜିଲା ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରିକି ଜିଲାରେ ଗଢ଼ି ଉଠିଥିବା ସାପ ଗ୍ୟାଙ୍ଗର ବହୁ ସଦସ୍ୟଙ୍କୁ ଗିରଫ କରାଯାଇଛି। ରାଜକନିକାର ଅପହରଣ ମାମଲାର ତଦନ୍ତ ଚାଲିଛିି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏଏସ୍‌ପି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri