ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି

କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର ଉପାନ୍ତ ଅଞ୍ଚଳ ମହାକାଳପଡା ଓ ରାଜନଗର ବ୍ଲକରେ ଆଉ ସୀମିତ ନାହିଁ। ରାଜକନିକା ବ୍ଲକରେ ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏହା ଏବେ ଜିଲା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲିଟିଛି। ସେପ୍ଟେମ୍ବର ୩୦ରେ କୋଇଲିପୁର ଗ୍ରାମର ପୀତାମ୍ବର ରାଉତଙ୍କୁ କେତେଜଣ ଚିଙ୍ଗୁଡି ଘେରି ବ୍ୟବସାୟୀ ଅପହରଣ କରି ନେଇଥିବା ସମ୍ପର୍କରେ ତାଙ୍କ ସ୍ତ୍ରୀ ପ୍ରତିମା ଜୁନ୍‌ ୬ରେ ଖବରଦାତା ସମ୍ବଳିନୀ ଜରିଆରେ ପ୍ରକାଶ କରିବା ପରେ ଘଟଣା ଲୋକଳୋଚନକୁ ଆସିଛି। ଏନେଇ ପ୍ରତିମା ରାଜକନିକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ସେହିପରି ୨୦୧୯ରେ ଚିଙ୍ଗୁଡି ଘେରି ବିବାଦ ପାଇଁ ରାଜନଗର କୁରୁଣ୍ଟି ଗ୍ରାମର ଜଣେ ଯୁବକଙ୍କୁ ସାପ ଗ୍ୟାଙ୍ଗର ସଦସ୍ୟମାନେ ଅପହରଣ କରି ନିର୍ଯାତନା ଦେବାସହ ମାରି ଦେଇଥିଲେ। ଅପରପକ୍ଷେ ଚିଙ୍ଗୁଡି ଘେରି ନିମନ୍ତେ ନାଳ ଓ ଜଙ୍ଗଲ ଜମି ଜବରଦଖଲ କରାଯାଉଛି। ଏସବୁ ଘେରି ପାଇଁ ଆସିଥିବା ଲୁଣା ପାଣି ଚାଷ ଜମରେ ମାଡିଯିବା ଯୋଗୁ ଫସଲ ନଷ୍ଟ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ସୃଷ୍ଟି ହେଉଛି। ୨୦୧୭ରେ ଜିଲା ପ୍ରଶାସନ ନିକଟରେ ଏଭଳି ଏକ ଅଭିଯୋଗ ହେବାପରେ ଚାଷୀ ଓ ଚିଙ୍ଗୁଡି ଘେରି ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରିକୁ ଭଙ୍ଗା ଯାଇଥିଲା।  ଗତ ଜୁନ୍‌ରେ ମହାକାଳପଡା ବ୍ଲକ ଅନ୍ତର୍ଗତ ରାମନଗର ସେତୁ ନିକଟ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ହୋଇଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସମ୍ପର୍କରେ ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର, ଅମରବର ବିଶ୍ୱାଳ, ରଣଜିତ ସ୍ବାଇଁ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡା ଜିଲାରେ ବେଆଇନ ଚିଙ୍ଗୁଡି ଘେରି ପରିବେଶକୁ ଅଶାନ୍ତ କରିଛି। ଅନେକ ସମୟରେ ସାଧରଣ ଲୋକେ ଅସାଧୁ ଘେରି ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସମୟ ଉପଯୋଗୀ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଜିଲା ପୋଲିସ ପାଇଁ ସମସ୍ୟା ବଢ଼ିବ।
ଏସମ୍ପର୍କରେ ଏଏସପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କହିଛନ୍ତି, ବେଆଇନ ଚିଙ୍ଗୁଡି ଘେରିକୁ ନେଇ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ଅଭିଯୋଗ ହେବାପରେ ଜିଲା ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପରିକି ଜିଲାରେ ଗଢ଼ି ଉଠିଥିବା ସାପ ଗ୍ୟାଙ୍ଗର ବହୁ ସଦସ୍ୟଙ୍କୁ ଗିରଫ କରାଯାଇଛି। ରାଜକନିକାର ଅପହରଣ ମାମଲାର ତଦନ୍ତ ଚାଲିଛିି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏଏସ୍‌ପି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri