ଛକ ଜଗିଛି ପୋଲିସ, ଗଳିରେ ଅପରାଧ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଛୋଟ ବଡ଼ ଚୋରି, ଲୁଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟୁଛି। କଥାକଥାକେ ଲୋକଙ୍କୁ ହତ୍ୟା କରାଯାଉ ଥିବାବେଳେ ଦିନ ଦ୍ୱିପ୍ରହରରେ ମୋବାଇଲ, ସାଇକେଲ, ବାଇକ୍‌ ଚୋରି ହେଉଛି। ସେହପରି ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରୁଛନ୍ତି । ଗତ ସପ୍ତାହକ ମଧ୍ୟରେ ଏଠାରେ ୨ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଥିବାବେଳେ ଗୋଟିଏ ରାତିରେ ଶାନ୍ତି ନଗରରେ ଘର ତାଲା ଭାଙ୍ଗି ଚୋରି ହେବା ସହିତ ୨ଟି ବାଇକ୍‌ ଚୋରି ହୋଇଛି। ସହରରେ ଚାଲିଥିବା ନିଶା ଏବଂ ସଟ୍ଟା କାରବାର ଯୋଗୁ ଏଠାରେ ଅପରାଧ ବଢ଼ି ଚାଲିଛି। ପୋଲିସର ଢିଲା ପାଟ୍ରୋଲିଂର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଥିବା ମତପ୍ରକାଶ ପାଇଛି ।

ବରଗଡ଼ ସହରରେ ଜିଲା ପୋଲିସ ମୁଖ୍ୟାଳୟ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ସମେତ ଟାଉନ ଥାନା ରହିଛି। ସହରର ପୂର୍ବପଟେ ବରାହଗୋଡ଼ା ଟୋଲପ୍ଲାଜା ନିକଟରେ ଗ୍ରାମାଞ୍ଚଳ ଥାନା ଥିବା ବେଳେ ପଶ୍ଚିମପଟେ ଅନତି ଦୂରରେ ସଦର ଥାନା ରହିଛି। ସହର ମଧ୍ୟରେ ୨ ପୋଲିସ ଫାଣ୍ଡି ମଧ୍ୟ ରହିଛି। ଲମ୍ବା ବିଲ୍‌ଡ଼ିଂ-ଭଟଲି ଛକ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୧ ରହିଥିବାବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୨ ରହିଛି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ୍‌ ଟାୱାର ରହିଛି। ଏଭଳି ଥାନା, ଫାଣ୍ଡିଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ ରହିଥିବା ସତ୍ତ୍ବେ ସହରରେ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଦିନକୁ ଦିନ ଅଧିକ ସକ୍ରିୟ ହୋଇ ପଡ଼ୁଛନ୍ତି। ପୋଲିସ ସହରର କେତେକ ନିର୍ଦ୍ଦିଷ୍ଟ ଛକ ସ୍ଥାନରେ ଜଗି ରହି ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି । ଅନ୍ୟପଟେ ସହରର ଗଳିକନ୍ଦି, ଖୋଲା ପଡ଼ିଆକୁ ନିରାପଦ ସ୍ଥାନ ଭାବି ଅପରାଧୀମାନେ ସେଠାରେ ସଟ୍ଟା, ନିଶା କାରବାରଠାରୁ ଆରମ୍ଭ କରି ଚୋରି, ହତ୍ୟା ଭଳି ଅପରାଧ ଯୋଜନା କରୁଛନ୍ତି।

ସହରର ବିଭିନ୍ନ ଗଳିକନ୍ଦିରେ କଫ ସିରପ୍‌ ବୋତଲ ପଡ଼ି ରହିଛି। ଏପରିକି ଏସ୍‌ପି ଅଫିସ କାନ୍ଥକୁ ଲାଗି ପୌର କାର୍ଯ୍ୟାଳୟ ପଟକୁ ଯାଇଥିବା ଗଳିରାସ୍ତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ସେଠାରେ ମଧ୍ୟ ବହୁ ପରିମାଣର କଫ ସିରପ୍‌ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ସେହିପରି ଜର୍ଜ ହାଇସ୍କୁଲ ପଡ଼ିଆ, ନୂଆ ଜିରା ବ୍ରିଜ ନିକଟ, ରେଳ ଷ୍ଟେଶନ ରାସ୍ତା, ପାଣିଛତର ଓଭରବ୍ରିଜ, କଟାପାଲି ରାସ୍ତା, ସହର ଉପକଣ୍ଠରେ ଯାଇଥିବା ଫୋରଲେନ୍‌ ରାସ୍ତାରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ମେଳି କରି ସେଠାରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି ।

ସହରରେ ଏଭଳି ଅପରାଧ ବଢ଼ି ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂ ମଧ୍ୟ ଦିନକୁ ଦିନ ଢ଼ିଲା ହୋଇ ଯାଉଥିବା ପରିଲକ୍ଷିତ ହେଉଛି। ଧର୍ମକୁ ଆଖିଠାର ଭଳି ପିସିଆର୍‌ ପଇଁତରା ମାରୁଛି। ହେଲେ ପୂର୍ବଭଳି ଆଉ ପିସିଆର୍‌ ବାଇକ୍‌ ସହରରେ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସେହିପରି ସହରରେ ରହିଥିବା ଫାଣ୍ଡି ନଂ-୧ରେ ପୂର୍ବରୁ ପୋଲିସ କର୍ମଚାରୀମାନେ ଅବସ୍ଥାନ କରି ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ବାହାରୁଥିଲେ। କିନ୍ତୁ ଉକ୍ତ ଫାଣ୍ଡିରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସେହିପରି ସହରରେ ଅପରାଧୀମାନେ ସକ୍ରିୟ ହେଲେ ପୂର୍ବରୁ ପୋଲିସ ବିଭିନ୍ନ ଛକ ସ୍ଥାନରେ ନାକା ବନ୍ଦୀ କରି ଯାଞ୍ଚ କରୁଥିଲା। କିନ୍ତୁ ତାହା ମଧ୍ୟ ଆଉ ହେଉନାହିଁ। ଏଭଳି ଢିଲା ପାଟ୍ରୋଲିଂର ସୁଯୋଗ ନେଇ ସହରରେ ଅପରାଧୀମାନେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri