କଙ୍ଗନା ମାମଲାରେ ହ୍ରିତିକ୍‌ଙ୍କୁ ପଠାଯିବ ସମନ, ଅଣ୍ଟା ଭିଡିଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତାଙ୍କ ସହ ଜଡ଼ିତ ଏକ ମାମଲାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ହ୍ରିତିକ ରୋଶନଙ୍କୁ ସମନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଘଟଣାଟି ୨୦୧୬ର ହୋଇଥିବା ବେଳେ ଏକ ଇ ମେଲ୍‌କୁ ନେଇ ଅଭିନେତାଙ୍କୁ ସମନ କରାଯିବ। ୨୦୨୦ ଡିସେମ୍ବରରେ ହ୍ରିତିକ୍‌ଙ୍କ ଚାରି ବର୍ଷ ପୁରୁଣା କେସ୍‌କୁ କ୍ରାଇମ୍‌ବ୍ରାଞ୍ଚର ଇଣ୍ଟେଲିଜେନ୍ସ ୟୁନିଟ୍‌(ସିଆଇୟୁ)କୁ ଟ୍ରାନ୍ସଫର କରାଯାଇଥିଲା। ଏହା ପୂର୍ବରୁ ସାଇବର ପୋଲିସ ଘଟଣାର ଯାଞ୍ଚ କରୁଥିଲା।

୨୦୧୬ରେ ହ୍ରିତିକ୍‌ କଙ୍ଗନାଙ୍କ ଆକାଉଣ୍ଟରୁ ଶହେରୁ ଅଧିକ ଇମେଲ ମିଳିଥିବା ନେଇ ଅଭିଯୋଗ କରିଥିଲେ। ଜବାବରେ କଙ୍ଗନା ପ୍ରେମରେ ଥିବା କହିବା ସହ ଅଭିନେତାଙ୍କୁ ଇମେଲ କରିଥିବା କହିଥିଲେ। ଅପରପକ୍ଷେ ଯେଉଁ ଆଇଡିରୁ କଙ୍ଗନାଙ୍କୁ ଇମେଲ ପଠାଯାଇଛି ତାହା ତାଙ୍କର ନୁହେଁ ବୋଲି ହ୍ରିତିକ୍‌ କହିଥିଲେ। ଘଟଣା ପରେ ସେମାନେ ପରସ୍ପରକୁ ଏକାଧିକ ଲିଗାଲ ନୋଟିସ୍‌ ପଠାଇଥିଲେ। ଏଣୁ ହ୍ରିତିକ୍‌ଙ୍କ ପରେ କଙ୍ଗନାଙ୍କୁ ଜେରା କରାଯାଇପାରେ।

Share