ବ୍ରଜରାଜନଗରରେ କ୍ରାଇମ୍‌ବ୍ରାଞ୍ଚ ଡିଜି

ଝାରସୁଗୁଡ଼ା ଅଫିସ୍‌, ୩୦ା୧:ବ୍ରଜରାଜନଗର ଗାନ୍ଧୀଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ପୋଲିସ୍‌ ଏଏସ୍‌ଆଇଙ୍କ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଛନ୍ତି। ଘଟଣାର ୭ଘଣ୍ଟା ପରେ କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରା ବ୍ରଜରାଜନଗର ଗାନ୍ଧୀଛକ ଗୁଳିକାଣ୍ଡସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ପରିଦର୍ଶନ ବେଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର,ଏସ୍‌ପି ରାହୁଲ ଜୈନ ପ୍ରମୁଖ ପୋଲିସ୍‌ ଅଧିକାରୀ ଉପସ୍ଥିତ ଥିଲେ।