ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର

ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍‌ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର ପରଫର୍‌ମାନ୍ସ ପାଇଁ ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ଫିଲ୍ମ ଆଲାନଙ୍କ ପ୍ରଥମ ଥିଲା। ପ୍ରଥମ ଫିଲ୍ମରେ ସର୍ବଶ୍ରେଷ୍ଠ ପୁରସ୍କାର ପାଇ ସେ ଭାବବିହ୍ବଳ ହୋଇପଡ଼ିଥିଲେ। ଆଖିର ଲୁହକୁ ଆଉ ଅଟକାଇ ପାରି ନ ଥିଲେ।

ଏହି ପୁରସ୍କାରର ଆୟୋଜନ ଭର୍ଚୁଆଲସ୍ତରରେ କରାଯାଇଥିଲା। ଆଲାନ ପୁରସ୍କାର ଜିତିବା ପରେ ଅଭିଭାଷଣରେ କହିଥିଲେ, ଧନ୍ୟବାଦ। ଆପଣ ସମସ୍ତଙ୍କୁ ଶୁଭେଚ୍ଛା। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି ଏଥିପାଇଁ ଯେ ଆପଣମାନଙ୍କ ଯୋଗୁ ଆଜି ଏହି ପୁରସ୍କାର ଜିତିପାରିଛି। ମୋତେ ସମସ୍ତେ ଭୋଟ୍‌ ଦେଇ ଚୟନ କରିଥିବାରୁ ସମସ୍ତଙ୍କ ନିକଟରେ ଋଣୀ। ମୋ ପରିବାରକୁ ଧନ୍ୟବାଦ ଦେବାକୁ ଚାହିଁବି ବୋଲି କହିଥିଲେ। ସେ କହିଥିଲେ, ମୋର ବିଶ୍ୱାସ ହେଉନି ଯେ ମୁଁ କାନ୍ଦୁଛି ବୋଲି। ମୁଁ ଚାହିଁବି ମୋତେ ଦ୍ୱିତୀୟ ଫିଲ୍ମରେ କାମ କରିବାର ସୁଯୋଗ ମିଳୁ।

ଆଲାନଙ୍କ ଏହି କଥା ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ତାଙ୍କର ଭାବପ୍ରବଣ ଭାଷଣ ଟ୍ରେଣ୍ଡ କରୁଛି।

ଆଲାନ ଫିଲ୍ମ ‘ମିନାରୀ’ରେ ଡେଭିଡ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମକୁ ସୁପରିଚିତ ହଲିଉଡ୍‌ ଆକ୍ଟର ବ୍ରେଡ୍‌ ପିଟ୍‌ ପ୍ରଯୋଜନା କରିଥିଲେ।

Share