Posted inଖେଳ

କ୍ରିକେଟର୍‌ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ

ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ ସଂଗ୍ରହ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ରାଞ୍ଚିର ମେନ ରୋଡରେ ରହୁଥିବା ରିଷି ଛାବ୍ରା କ୍ରିକେଟସ୍ର ଜଣେ ଜବରଦସ୍ତ ପ୍ରଶଂସକ ଅଟନ୍ତି। ସେ କ୍ରିକେଟ ସମ୍ବନ୍ଧୀୟ ଜିନିଷ ପାଞ୍ଚଶହରୁ ଅଧିକ ସଂଗ୍ରହ ଅଛି। ସେଥିମଧ୍ୟରୁ ଟିମ ଇଣ୍ଡିଆର ଅନେକ ଖେଳାଳିଙ୍କ ଜର୍ସି, ବ୍ୟାଟ୍ସ, ଟସ ମୁଦ୍ରା, ପୁସ୍ତକ, ଖେଳାଳିଙ୍କ କ୍ୟାପ ଏବଂ ମ୍ୟାଚ ପୂର୍ବରୁ ୧୦୦ରୁ ଅଧିକ ମ୍ୟାଚ ପାଇଁ ଟିକେଟ ରହିଛି। ଏହାସହ ରିଷି ଦେଶ ବାହାରକୁ କ୍ରିକେଟ୍‌ ଦେଖିବାକୁ ଯାନ୍ତି। ରିଷିଙ୍କ ସ୍ତ୍ରୀ ରାଧିକା ମଧ୍ୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଏବଂ ସ୍ବାମୀ-ସ୍ତ୍ରୀ କ୍ରିକେଟ ମ୍ୟାଚ ଉପଭୋଗ କରିବା ପାଇଁ ଦେଶ ତଥା ବିଦେଶ ଭ୍ରମଣ କରନ୍ତି।
ଟିମ ଇଣ୍ଡିଆ ସମେତ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ପାକିସ୍ଥାନ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଭଳି ଅନେକ ଦେଶର ଖେଳାଳିଙ୍କ ୧୪୦ରୁ ଊର୍ଦ୍ଧ୍ୱ ଜର୍ସି ରିଷି ରଖିଛନ୍ତି। ଏହା ବ୍ୟତୀତ ୧୯୮୫ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବେସେଜ୍‌ ଏବଂ ହେଜେସ କପର ଅନ୍ତିମ ମ୍ୟାଚ ସହିତ ଜଡିତ ଏକ ବ୍ୟାଟ ମଧ୍ୟ ଅଛି। ଯାହା ସେହି ଟୁର୍ନାମେଣ୍ଟରେ ଜଡିତ ଥିବା ୭ ଟି ଦେଶର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଛି। ସେହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚସ୍‌ରେ ରବି ଶାସ୍ତ୍ରୀ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟ ପ୍ରଦାନ କରିଥିଲେ ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଏକ କାର ପାଇଥିଲେ। ଯେଉଁଥିରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ବସି ଷ୍ଟାଡିୟମ ଚାରିପାଖ ବୁଲିଥିଲେ।
ସଚିନ ତେନ୍ଦୁଲକରଙ୍କ ସହିତ ରିଷିଙ୍କର ଦୁଇଟି ଜର୍ସି ରହିଛି। ଯେଉଁଥିରେ ସଚିନ ନିଜେ ରିଷିଙ୍କୁ ଏକ ଅଟୋଗ୍ରାଫ ଦେଇଥିଲେ। ଦ୍ୱିତୀୟ ଜର୍ସି ୨୦୧୩ରେ ସଚିନଙ୍କ ଶେଷ ୨୦୦ ତମ ଟେଷ୍ଟରେ ପିନ୍ଧିଥିଲେ। ସେହି ଟେଷ୍ଟକୁ ଧ୍ୟାନରେ ରଖି ସଚିନ ପାଇଁ ବିସିସିଆଇ ଦ୍ୱାରା ସେହି ଜର୍ସି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା ।ଏହା ବ୍ୟତୀତ ତାଙ୍କ ପାଖରେ ବୀରେନ୍ଦ୍ର ସେହ୍ବାଗ, ଧୋନୀ, ଶ୍ରୀସନ୍ତଙ୍କ ସମେତ ଅନେକ ବଡ ଖେଳାଳିଙ୍କ ଜର୍ସି ଅଛି। ଏହା ବ୍ୟତୀତ ରିଷି ଛାବ୍ରାଙ୍କର ୩ଟି ଟସ ମୁଦ୍ରା ମଧ୍ୟ ଅଛି । ଯାହା ଅନ୍ତର୍ଜାତୀୟ ଏକ ଦିନିକିଆ ମ୍ୟାଚରେ ଟସ କରାଯାଇଥିଲା। ଏକ ସଂପୂର୍ଣ୍ଣ କ୍ରିକେଟ ବୁକର ଏକ ଗ୍ୟାଲେରୀ ମଧ୍ୟ ଅଛି। ରିଷି କହିଛନ୍ତି ଯେ, ପ୍ରତ୍ୟେକ ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ଏକ ପୁସ୍ତକ ପ୍ରକାଶ ପାଇଥାଏ। ଯେଉଁଥିରେ ସେହି ମ୍ୟାଚ ସହିତ ଜଡିତ ସମସ୍ତ ଜିନିଷ ସେଥିରେ ଲେଖାଥାଏ। ଏହା ବ୍ୟତୀତ ରିଷିଙ୍କ ପାଖରେ ୧୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ ମଧ୍ୟ ରହିଛି। ରିଷି ଏପର୍ଯ୍ୟନ୍ତ ୮୯ଟି ଆନ୍ତର୍ଜାତୀୟ ମ୍ୟାଚର ସାକ୍ଷୀ ହୋଇପାରିଛନ୍ତି। ସେ ମ୍ୟାଚ ଦେଖିବା ପାଇଁ ସାରା ଦେଶ ତଥା ବିଦେଶ ଭ୍ରମଣ କରନ୍ତି। କିନ୍ତୁ ୨୦୧୯ରେ ବିବାହ ପରେ ରିଷି ତାଙ୍କ ସ୍ତ୍ରୀ ରାଧିକା ଛାବ୍ରାଙ୍କ ସହ ମ୍ୟାଚ ଦେଖିବାକୁ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri