Posted inଖେଳ

ମୁମ୍ବାଇରେ ୫ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିଲେ ଜଶସ୍ବୀ ଜୈସ୍ବାଲ: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ ବ୍ୟାଟର ଜଶସ୍ବୀ ଜୈସ୍ବାଲ। ଟେଷ୍ଟଠାରୁ ଆରମ୍ଭ କରି ଟି୨୦ ରେ ନିଜର ପ୍ରତିଭା ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ଟେଷ୍ଟ ପଦାର୍ପଣରେ ଶତକ ହାସଲ କରିବା ପରେ ମାତ୍ର କେଇଟା ମ୍ୟାଚରେ ଦୁଇଟି ଦ୍ୱିଶତକ ହାସଲ କରି ସାରିଲେଣି।

ଜୈସ୍ବାଲ ଏକ ଗରିବ ପରିବାରରୁ ଆସିଥିଲା ବେଳେ କ୍ରିକେଟ ଖେଳିବା ପାଇଁ ସେ ଅନେକ ତପସ୍ୟା କରିଛନ୍ତି। ଯାହାର ଫଳ ଏବେ ତାଙ୍କୁ ମିଳିବା ଆରମ୍ଭ ହୋଇଛି। ପିଲାଦିନୁ ତାଙ୍କର ସଂଘର୍ଷ ବିଷୟରେ ଲୋକମାନେ ଅନେକ ଜାଣିଛନ୍ତି। ଏବେ ଜୈସ୍ବାଲଙ୍କ ଖୁସିର ଦିନ ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ ଜଶସ୍ବୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି।

ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ କ୍ରିକେଟର ଜୈସ୍ବାଲ ବାନ୍ଦ୍ରା ପୂର୍ବର ଏକ ସ୍ଥାନରେ ୫.୩୮ କୋଟି ଟଙ୍କାରେ ଫ୍ଲାଟ କିଣିଛନ୍ତି। ଏଥିରେ କୁହାଯାଇଛି ଯେ ଏହି ନିର୍ମାଣାଧୀନ ୧,୧୧୦ ବର୍ଗଫୁଟ ବିଶିଷ୍ଟ ଆପାର୍ଟମେଣ୍ଟ ପାଇଁ ଡିଲ୍ ଜାନୁୟାରୀ ୭, ୨୦୨୪ ରେ ପଞ୍ଜୀକୃତ ହୋଇଥିଲା।

ଏହି ନିର୍ମାଣାଧୀନ ପ୍ରକଳ୍ପ ଆଦାନୀ ରିଅଲିଟି ନିର୍ମାଣ କରୁଛି। ଆପାର୍ଟମେଣ୍ଟର ନିର୍ମାଣ ଏବଂ ହସ୍ତାନ୍ତର ଚଳିତ ବର୍ଷ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri