ଫିଲ୍ମ ଜଗତରେ ଏଣ୍ଟ୍ରି କଲେ ଧୋନୀ

କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଜଗତରେ ପାଦ ଥାପିଛନ୍ତି। ହେଲେ ସେ ଅଭିନେତା ଭାବରେ ନୁହେଁ ବରଂ ନିର୍ମାତା ଭାବେ ଫିଲ୍ମ ଜଗତରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଧୋନୀ ସାଉଥ ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫିଲ୍ମର ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ ହୋଇସାରିଛିି । ଖୁବ୍‌ଶୀଘ୍ର ଅଫିସିଆଲ ଭାବେ ଏହାର ଘୋଷଣା କରାଯିବ। ତେବେ ଧୋନୀଙ୍କ ଏହି ଫିଲ୍ମରେ ହିରୋଇନ ନୟନତାରା ହେବେ ବୋଲି ଶୁଣାଯାଉଛି। ଧୋନିଙ୍କ ଏହି ଫିଲ୍ମଟି ଏକ ତାମିଲ ଫିଲ୍ମ ହେବ ବୋଲି କୁହାଯାଉଛି।

Share