Categories: ଖେଳ

ପୁଣି ବାପା ହେବେ କି ପାଣ୍ଡ୍ୟା!

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବାପା ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଖ୍ରୀଷ୍ଟମାସ ଅବସରରେ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ନତାଶାଙ୍କ ଫଟୋ ଦେଖି ୟୁଜର୍ସ ତାଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ କରୁଛନ୍ତି। ଗତ ବର୍ଷ ନତାଶା ହଠାତ୍‌ ତାଙ୍କ ବିବାହ ଏବଂ ଗର୍ଭଧାରଣ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କରୋନା ମଧ୍ୟରେ ବିବାହ ପରେ ଦୁହେଁ ଜୁଲାଇ ୨୦୨୦ରେ ନିଜ ସନ୍ତାନ ଅଗସ୍ତ୍ୟଙ୍କୁ ଦୁନିଆକୁ ସ୍ବାଗତ କରିଥିଲେ। ଖ୍ରୀଷ୍ଟମାସ ଅବସରରେ ପାଣ୍ଡା ଶେୟାର କରିଥିବା ଫଟୋରେ ନତାଶା ଷ୍ଟାନକୋଭିକଙ୍କ ବେବି ବମ୍ପ ସ୍ପଷ୍ଟ ଦେଖାଯାଉଛି। ତେବେ ପାଣ୍ଡ୍ୟା-ନଶାଶା ଏନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ। ଫଟୋ ଶେୟାର କରି ହାର୍ଦ୍ଦିକ ତାଙ୍କ ପ୍ରଶଂସକମାନଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି।

Share