ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର ତଥା ଏଏପିର ରାଜ୍ୟ ସଭା ଏମ୍‌ପି ହରଭଜନ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜନୀତି ସହ ଜଡ଼ିତ ଥିଲେ ହେଁ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି।

କଂଗ୍ରେସ, ଏଏପି ଭଳି ଅନେକ ବିରୋଧୀ ଦଳ ପକ୍ଷରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ରକୁ ଅସ୍ବିକାର କରାଯାଇଛି। ଏହାକୁ ନେଇ ହରଭଜନ କହିଛନ୍ତି, ମୋର ସୌଭାଗ୍ୟ ଯେ ଏବେ ମନ୍ଦିର ହେଉଛି। ସମସ୍ତଙ୍କୁ ସେଠାକୁ ଯିବା ଉଚିତ। ଆଶୀର୍ବାଦ ନେବା ଉଚିତ। ତେବେ କେହି ଯାଆନ୍ତୁ କିମ୍ବା ନ ଯାଆନ୍ତୁ, ଭଗବାନଙ୍କ ଉପରେ ମୋର ବିଶ୍ୱାସ ରହିଥିବାରୁ ମୁଁ ନିଶ୍ଚିତ ଭାବେ ଯିବି। କେଉଁ ଦଳ ସେଠାକୁ ଯାଉଛି କି ଯାଉନାହିଁ ତାର ମୋତେ ଫରକ ପଡେନା ବୋଲି ସେ କହିଛନ୍ତି।

ଏହାଛଡ଼ା ହରଭଜନ ଅନ୍ୟ ଦଳଗୁଡ଼ିକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ଯଦି କଂଗ୍ରେସ ଯିବାକୁ ଚାହୁଁଛି ତେବେ ଯାଉ। ଯଦି କେହି ମୋର ସେଠାକୁ ଯିବା ନେଇ ପ୍ରଶ୍ନ ଉଠନ୍ତି ତେବେ ସେ କରୁଥାନ୍ତୁ। ମୁଁ ଭଗବାନଙ୍କ ଉପରେ ବିଶ୍ୱାସ କରେ। ମୋ’ ଜୀବନରେ ଯାହାବି ହେଉଛି ସବୁକିଛି ଭଗବାନଙ୍କ କୃପା। ଏଣୁ ତାଙ୍କ ଆଶୀର୍ବାଦ ନେବାକୁ ଯିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri