Posted inଖେଳ

ଫିଟ୍‌ନେସ ଚିନ୍ତାରେ କ୍ରିକେଟ ପ୍ରତିଭା: ନଦୀ ବାଲିରେ ଦୌଡ଼, କିଲାପଡ଼ିଆରେ ୱାର୍ମଅପ

କଟକ ଅଫିସ,୨୦ା୮- ଖେଳ ପଡ଼ିଆରେ ବି କରୋନା କଟକଣା ଲାଗିଛି। ଗତ ମାର୍ଚ୍ଚ ୨୨ରୁ ଏ ପର୍ଯ୍ୟନ୍ତ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଅଭ୍ୟାସ ବନ୍ଦ ଯୋଗୁଁ ସେମାନଙ୍କ ଫିଟନେସ ଉପରେ ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ ରାଜ୍ୟର ୪ମହିଳା କ୍ରିକେଟ ଖେଳାଳି ଫିଟ୍‌ ରହିବା ପାଇଁ ଚଳାଇଛନ୍ତି ଅହରହ ପ୍ରୟାସ। ମହାନଦୀ ବାଲିରେ ଦୌଡ଼ିବା ହେଉ କି କିଲାପଡ଼ିଆରେ ୱାର୍ମଅପ୍‌। ପ୍ରତ୍ୟେକଦିନ ଏମାନଙ୍କୁ ଷ୍ଟାଡିୟମ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏହି ଖେଳାଳିମାନେ ହେଲେ ୧୯ବର୍ଷରୁ କମ ମହିଳା ଦଳର ଅଧିନାୟିକା ଶୁଭ୍ର ନିର୍ଝରିଣୀ ସ୍ବାଇଁ, ରାଜ୍ୟ ସିନିୟର ଦଳର ଉଇକେଟ କିପର ଓ ଓପନର ବ୍ୟାଟ୍ସଓମ୍ୟାନ ଶିଳ୍ପା ସ୍ବାଇଁ, ଅଫ୍‌ସ୍ପିନର ରାଜଶ୍ରୀ ସ୍ବାଇଁ ଓ ୧୯ବର୍ଷରୁ କମ୍‌ ଦଳର ଲେଗସ୍ପିନର ଭବାନୀ ଧଡ଼ା। ନିଜକୁ ଫିଟ୍‌ ରଖିବା ସହ କ୍ୟାରିୟରକୁ ନେଇ ଦେଖିଥିବା ସ୍ବପ୍ନ ପୂରଣ ପାଇଁ ଚିନ୍ତିତ ବୋଲି ଏହି ୪ ପ୍ରତିଭାବାନ ଖେଳାଳି କହିଛନ୍ତି।
ଶୁଭ୍ର ନିର୍ଝରିଣୀଙ୍କ ଘର ସିଡ଼ିଏ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୩ଜଣ ମଙ୍ଗଳାବାଗ ଅଞ୍ଚଳରେ ରୁହନ୍ତି। ଲକଡାଉନ ଘୋଷଣା ହେବା ପରେ ପ୍ରଥମ କିଛି ଦିନ ଅଭ୍ୟାସ ବନ୍ଦ ରହିଥିଲା। ପରିସ୍ଥିତି ସ୍ବାଭାବିକ ହେବା ସହ କଟକଣା କୋହଳ ହୋଇଯିବ ବୋଲି ଆଶା କରିଥିଲେ ଏହି ଖେଳାଳିମାନେ। ହେଲେ ଦିନକୁ ଦିନ କଟକଣା କଡ଼ାକଡ଼ି ହେବା ଯୋଗୁ ଏମାନେ ନିଜ ଘରେ ଶାରୀରିକ ଅଭ୍ୟାସ ଆରମ୍ଭ କରିଥିଲେ। ଛାତ ଉପରେ ନିଜ ପ୍ରଚେଷ୍ଟାରେ ଫିଟନେସ ପାଇଁ ଉଦ୍ୟମ ଚଳାଇଥିଲେ। ପରେ ଫୋନ ଯୋଗେ କଥାବାର୍ତ୍ତା ହୋଇ ୪ଜଣଯାକ ମିଶି ଅଭ୍ୟାସକୁ ଓହ୍ଲାଇବେ ବୋଲି ସ୍ଥିର କରିଥିଲେ। ୪ଜଣ ଯାକ ସାଇକେଲ ଯୋଗେ ଆସି ତଳ ବାଲିଯାତ୍ରା ପଡ଼ିଆ ନିକଟରେ ଏକତ୍ର ହୁଅନ୍ତି। ପରେ ନଦୀ ବାଲିରେ ଦୌଡ଼ିବା ସହ କିଲାପଡ଼ିଆରେ ଘଣ୍ଟାଘଣ୍ଟା ଧରି ୱାର୍ମଅପ କରୁଥିବା ଦେଖିବାକୁ ମିଳେ। ଗତ ୩ ମାସ ହେବ ଏମାନେ ନଦୀବାଲି ଓ କିଲା ପଡ଼ିଆରେ ଅଭ୍ୟାସ କରୁଛନ୍ତି। ଏବେ କିଛି ଦିନ ହେବ ଅଳ୍ପବହୁତେ କ୍ରିକେଟ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଏମାନେ କ୍ରିକେଟ ଏକାଡେମୀ କିମ୍ବା ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ ନାହିଁ। ନିଜ ଭବିଷ୍ୟତକୁ ନଜରରେ ରଖି ପରିଶ୍ରମ କରୁଛୁ ବୋଲି ଏହି ୪ ଖେଳାଳି କହିଥିଲେ।
ବାପା ସୁଧାଂଶୁ ମୋହନ ସ୍ବାଇଁ ମା’ ରଶ୍ମିତା ସ୍ବାଇଁଙ୍କ ଝିଅ ଶୁଭ୍ର ରାଜ୍ୟ ୧୯ବର୍ଷରୁ କମ୍‌ ଦଳର ଜଣେ ପ୍ରତିଭାବାନ ଖେଳାଳି। ଡାହାଣହାତୀ ବ୍ୟାଟ୍ସଓମ୍ୟାନ ଓ ମିଡ଼ିୟମ ପେସବୋଲର ଶୁଭ୍ର ୧୯ବର୍ଷରୁ କମ୍‌ ଦଳର ଅଧିନାୟିକା ରହିବା ପରେ ୨୩ବର୍ଷରୁ କମ୍‌ ଦଳର ଉପଅଧିନାୟିକା ଅଛନ୍ତି। ସେହିପରି ଯତୀନ କୁମାର ସ୍ବାଇଁ ଓ ରଞ୍ଜୁବାଳା ସ୍ବାଇଁଙ୍କ ଝିଅ ଶିଳ୍ପା ଉଇକେଟ କିପର ଓ ଓପନର ଭାବେ ରାଜ୍ୟ ସିନିୟର ଦଳରୁ ପ୍ରତିନିଧିତ୍ୱ କରନ୍ତି। ଗୁଣନିଧି ସ୍ବାଇଁ ଓ ସଂଯୁକ୍ତା ସ୍ବାଇଁଙ୍କ ଝିଅ ରାଜଶ୍ରୀ ଅଲରାଉଣ୍ଡର ଭାବେ ସିନିୟର ଦଳରେ ଖେଳିଥାନ୍ତି। ଅଫସ୍ପିନ ଓ ବ୍ୟାଟିଂରେ ରାଜଶ୍ରୀଙ୍କର ଦକ୍ଷତା ରହିଛି। ଭବାନୀ ଜଣେ ନବାଗତ ଚେହେରା। ବଳରାମ ଧଡ଼ା ଓ ବାସନ୍ତୀ ଧଡ଼ାଙ୍କ ଝିଅ ଭବାନୀ ଗତ ୩ବର୍ଷ ହେବ କ୍ରିକେଟ ଖେଳୁଛନ୍ତି। ଲେଗସ୍ପିନ ବୋଲିଂ କରୁଥିବା ଭବାନୀ ରାଜ୍ୟ ପକ୍ଷରୁ ୧୯ବର୍ଷରୁ କମ୍‌ ଦଳରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri