Posted inଖେଳ

ଫିଟ୍‌ନେସ ଚିନ୍ତାରେ କ୍ରିକେଟ ପ୍ରତିଭା: ନଦୀ ବାଲିରେ ଦୌଡ଼, କିଲାପଡ଼ିଆରେ ୱାର୍ମଅପ

କଟକ ଅଫିସ,୨୦ା୮- ଖେଳ ପଡ଼ିଆରେ ବି କରୋନା କଟକଣା ଲାଗିଛି। ଗତ ମାର୍ଚ୍ଚ ୨୨ରୁ ଏ ପର୍ଯ୍ୟନ୍ତ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ଅଭ୍ୟାସ ବନ୍ଦ ଯୋଗୁଁ ସେମାନଙ୍କ ଫିଟନେସ ଉପରେ ପ୍ରଭାବ ପଡ଼ୁଛି। ଏଭଳି ସ୍ଥିତିରେ ରାଜ୍ୟର ୪ମହିଳା କ୍ରିକେଟ ଖେଳାଳି ଫିଟ୍‌ ରହିବା ପାଇଁ ଚଳାଇଛନ୍ତି ଅହରହ ପ୍ରୟାସ। ମହାନଦୀ ବାଲିରେ ଦୌଡ଼ିବା ହେଉ କି କିଲାପଡ଼ିଆରେ ୱାର୍ମଅପ୍‌। ପ୍ରତ୍ୟେକଦିନ ଏମାନଙ୍କୁ ଷ୍ଟାଡିୟମ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏହି ଖେଳାଳିମାନେ ହେଲେ ୧୯ବର୍ଷରୁ କମ ମହିଳା ଦଳର ଅଧିନାୟିକା ଶୁଭ୍ର ନିର୍ଝରିଣୀ ସ୍ବାଇଁ, ରାଜ୍ୟ ସିନିୟର ଦଳର ଉଇକେଟ କିପର ଓ ଓପନର ବ୍ୟାଟ୍ସଓମ୍ୟାନ ଶିଳ୍ପା ସ୍ବାଇଁ, ଅଫ୍‌ସ୍ପିନର ରାଜଶ୍ରୀ ସ୍ବାଇଁ ଓ ୧୯ବର୍ଷରୁ କମ୍‌ ଦଳର ଲେଗସ୍ପିନର ଭବାନୀ ଧଡ଼ା। ନିଜକୁ ଫିଟ୍‌ ରଖିବା ସହ କ୍ୟାରିୟରକୁ ନେଇ ଦେଖିଥିବା ସ୍ବପ୍ନ ପୂରଣ ପାଇଁ ଚିନ୍ତିତ ବୋଲି ଏହି ୪ ପ୍ରତିଭାବାନ ଖେଳାଳି କହିଛନ୍ତି।
ଶୁଭ୍ର ନିର୍ଝରିଣୀଙ୍କ ଘର ସିଡ଼ିଏ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ୩ଜଣ ମଙ୍ଗଳାବାଗ ଅଞ୍ଚଳରେ ରୁହନ୍ତି। ଲକଡାଉନ ଘୋଷଣା ହେବା ପରେ ପ୍ରଥମ କିଛି ଦିନ ଅଭ୍ୟାସ ବନ୍ଦ ରହିଥିଲା। ପରିସ୍ଥିତି ସ୍ବାଭାବିକ ହେବା ସହ କଟକଣା କୋହଳ ହୋଇଯିବ ବୋଲି ଆଶା କରିଥିଲେ ଏହି ଖେଳାଳିମାନେ। ହେଲେ ଦିନକୁ ଦିନ କଟକଣା କଡ଼ାକଡ଼ି ହେବା ଯୋଗୁ ଏମାନେ ନିଜ ଘରେ ଶାରୀରିକ ଅଭ୍ୟାସ ଆରମ୍ଭ କରିଥିଲେ। ଛାତ ଉପରେ ନିଜ ପ୍ରଚେଷ୍ଟାରେ ଫିଟନେସ ପାଇଁ ଉଦ୍ୟମ ଚଳାଇଥିଲେ। ପରେ ଫୋନ ଯୋଗେ କଥାବାର୍ତ୍ତା ହୋଇ ୪ଜଣଯାକ ମିଶି ଅଭ୍ୟାସକୁ ଓହ୍ଲାଇବେ ବୋଲି ସ୍ଥିର କରିଥିଲେ। ୪ଜଣ ଯାକ ସାଇକେଲ ଯୋଗେ ଆସି ତଳ ବାଲିଯାତ୍ରା ପଡ଼ିଆ ନିକଟରେ ଏକତ୍ର ହୁଅନ୍ତି। ପରେ ନଦୀ ବାଲିରେ ଦୌଡ଼ିବା ସହ କିଲାପଡ଼ିଆରେ ଘଣ୍ଟାଘଣ୍ଟା ଧରି ୱାର୍ମଅପ କରୁଥିବା ଦେଖିବାକୁ ମିଳେ। ଗତ ୩ ମାସ ହେବ ଏମାନେ ନଦୀବାଲି ଓ କିଲା ପଡ଼ିଆରେ ଅଭ୍ୟାସ କରୁଛନ୍ତି। ଏବେ କିଛି ଦିନ ହେବ ଅଳ୍ପବହୁତେ କ୍ରିକେଟ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ଏମାନେ କ୍ରିକେଟ ଏକାଡେମୀ କିମ୍ବା ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ ନାହିଁ। ନିଜ ଭବିଷ୍ୟତକୁ ନଜରରେ ରଖି ପରିଶ୍ରମ କରୁଛୁ ବୋଲି ଏହି ୪ ଖେଳାଳି କହିଥିଲେ।
ବାପା ସୁଧାଂଶୁ ମୋହନ ସ୍ବାଇଁ ମା’ ରଶ୍ମିତା ସ୍ବାଇଁଙ୍କ ଝିଅ ଶୁଭ୍ର ରାଜ୍ୟ ୧୯ବର୍ଷରୁ କମ୍‌ ଦଳର ଜଣେ ପ୍ରତିଭାବାନ ଖେଳାଳି। ଡାହାଣହାତୀ ବ୍ୟାଟ୍ସଓମ୍ୟାନ ଓ ମିଡ଼ିୟମ ପେସବୋଲର ଶୁଭ୍ର ୧୯ବର୍ଷରୁ କମ୍‌ ଦଳର ଅଧିନାୟିକା ରହିବା ପରେ ୨୩ବର୍ଷରୁ କମ୍‌ ଦଳର ଉପଅଧିନାୟିକା ଅଛନ୍ତି। ସେହିପରି ଯତୀନ କୁମାର ସ୍ବାଇଁ ଓ ରଞ୍ଜୁବାଳା ସ୍ବାଇଁଙ୍କ ଝିଅ ଶିଳ୍ପା ଉଇକେଟ କିପର ଓ ଓପନର ଭାବେ ରାଜ୍ୟ ସିନିୟର ଦଳରୁ ପ୍ରତିନିଧିତ୍ୱ କରନ୍ତି। ଗୁଣନିଧି ସ୍ବାଇଁ ଓ ସଂଯୁକ୍ତା ସ୍ବାଇଁଙ୍କ ଝିଅ ରାଜଶ୍ରୀ ଅଲରାଉଣ୍ଡର ଭାବେ ସିନିୟର ଦଳରେ ଖେଳିଥାନ୍ତି। ଅଫସ୍ପିନ ଓ ବ୍ୟାଟିଂରେ ରାଜଶ୍ରୀଙ୍କର ଦକ୍ଷତା ରହିଛି। ଭବାନୀ ଜଣେ ନବାଗତ ଚେହେରା। ବଳରାମ ଧଡ଼ା ଓ ବାସନ୍ତୀ ଧଡ଼ାଙ୍କ ଝିଅ ଭବାନୀ ଗତ ୩ବର୍ଷ ହେବ କ୍ରିକେଟ ଖେଳୁଛନ୍ତି। ଲେଗସ୍ପିନ ବୋଲିଂ କରୁଥିବା ଭବାନୀ ରାଜ୍ୟ ପକ୍ଷରୁ ୧୯ବର୍ଷରୁ କମ୍‌ ଦଳରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: ସ୍ବାମୀଙ୍କୁ ମିଳିଲା ଏଭଳି ଦଣ୍ଡ

ରାୟଗଡା,୨୪।୧୨(ଆଶିଷ ରଞ୍ଜନ ପଣ୍ଡା)- ସ୍ତ୍ରୀ ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri