Categories: ଖେଳ

ଧର୍ମ ପରିବର୍ତ୍ତନ କଲେ ଏହି କ୍ରିକେଟର୍‌

ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାର କ୍ରିକେଟର ବିଜୋର୍ନ ଫୋର୍ଟୁଇନ ଇସଲାମ ଧର୍ମ ଗ୍ରହଣ କରିଛନ୍ତି। ଏହି ୨୬ ବର୍ଷୀୟ କ୍ରିକେଟର ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ପବିତ୍ର ରମଜାନ ମାସରେ, ବିଜୋର୍ନ ଫୋର୍ଟୁଇନ ତାଙ୍କ ସ୍ତ୍ରୀଙ୍କ ସହ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏବେ ତାଙ୍କର ନୂଆ ନାମ ହେଉଛି ଇମାଦ। ଫୋର୍ଟୁଇନ୍‌ ସାଥୀ ଖେଳାଳି ତବରେଜ ଶାମସିଙ୍କ ସ୍ତ୍ରୀ ଖାତିଜା ଶାମସି ଫୋର୍ଟୁଇନ ଏବଂ ତାଙ୍କ ସ୍ତ୍ରୀଙ୍କ ଫଟୋ ଶେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିର୍ଜୋନଙ୍କ ସ୍ତ୍ରୀଙ୍କ ନାମ ମିଶେକ ଏସେନ। ଇସଲାମ ଧର୍ମ ଗ୍ରହଣ କରିବାରେ ଫର୍ଚୁଇନ ଇସଲାମ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ପ୍ରମୁଖ ଖେଳାଳି ହୋଇପାରିଛି। ୨୦୧୧ରେ, ମଧ୍ୟମ ପେସର୍‌ ୱେନ ପାର୍ନେଲ ମଧ୍ୟ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲେ।

Share