Categories: ଖେଳ

ବୋର୍ଡର କ୍ଲିନ୍‌ ଚିଟ୍‌ ପରେ ଆଇପିଏଲ୍‌ରେ ପନ୍ତ ତୁଲାଇବେ ‘ଡବଲ୍‌ ରୋଲ୍‌’

ନୂଆଦିଲ୍ଲୀ,୧୨।୩: ଆଇପିଏଲ୍‌ ୨୦୨୪ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖେଳିବେ କି ନାହିଁ ତାହା ଉପରେ ଚାଲିଥିବା ସସପେନ୍ସ ଏବେ ଶେଷ ହୋଇଛି। ବିସିସିଆଇ ପକ୍ଷରୁ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌ ଦିଆଯାଇଛି। ଯେଉଁଥିରେ ସେ ଆଇପିଏଲ୍‌ର ୧୭ତମ ସିଜନରେ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।

ବିସିସିଆଇର ଏହି ରିପୋର୍ଟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆଶ୍ୱସ୍ତ ହୋଇଛି। କାରଣ ଦଳ ପାଇଁ ପନ୍ତ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଉଭୟ ବ୍ୟାଟ୍ସମ୍ୟାନ୍‌ ଏବଂ ଉଇକେଟକିପର ଭୂମିକାରେ ସେ ନଜର ଆସିବାକୁ ଥିବାରୁ ଆଇପିଏଲ୍‌ରେ ତାଙ୍କର ‘ଡବଲ୍‌ ରୋଲ୍‌’ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ। ଏହାଛଡ଼ା ସେ ଦିଲ୍ଲୀ ଅଧିନାୟକ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିବେ।

ପ୍ରକାଶ ଯେ, ବିସିସିଆଇ ପକ୍ଷରୁ ମଙ୍ଗଳବାର ଏକ ମେଡିକାଲ ଏବଂ ଫିଟନେସ୍‌ ରିପୋର୍ଟ ତାଲିକା ଜାରି କରାଯାଇଛି। ଏଥିରେ ପନ୍ତଙ୍କୁ ନେଇ ଅପ୍‌ଡେଟ୍‌ ଆସିଛି। ସେ ଫିଟ୍‌ ହୋଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିପାରିବେ ବୋଲି କୁହାଯାଇଛି।

Share