Posted inଖେଳ

ଟିମ୍‌ ଇଣ୍ଡିଆକୁ ମିଳିପାରେ ନୂଆ କୋଚ୍‌, ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଲଗାତାର ୮ ଥର ପାଇଁ ଗୋଟିଏ ଢ଼ଙ୍ଗରେ ଆଉଟ୍‌ ହେବାକୁ ନେଇ ବିସିସିଆଇର ଚିନ୍ତା ବଢ଼ିଛି। ଏଥିଲାଗି ଦଳରେ ସୁଧାର ଆଣିବାକୁ ବୋର୍ଡ କୋଚିଂ ଷ୍ଟାଫ୍‌ଙ୍କୁ ମଜଭୂତ କରିବାକୁ ଚାହୁଁଛି। ନୂଆ ବିକଳ୍ପ ଖୋଜୁଛି। ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ କ’ଣ ଗମ୍ଭୀରଙ୍କ ଉପରୁ ବୋର୍ଡର ଭରସା ଉଠି ଯାଇଛି ବୋଲି ପ୍ରଶ୍ନ ଉଠିଛି।

ବିସିସିଆଇ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ନେଇ ଜାନୁଆରୀ ୧୧ରେ ବୈଠକ ଡାକିଥିଲା। ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ବୈଠକରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅନେକ ବିଷୟରେ ଚର୍ଚ୍ଚା ହୋଇଥିଲା। ପରେ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂରେ ସୁଧାରଣ ଆଣିବାକୁ ହେଲେ ଗମ୍ଭୀରଙ୍କ ସହାୟକ ଷ୍ଟାଫ୍‌ଙ୍କୁ ମଜଭୂତ କରିବାର ଆବଶ୍ୟକତା ଥିବା ନିଷ୍କର୍ସ ବାହାରିଥିଲା। ଏଥିଲାଗି ଜଣେ ବ୍ୟାଟିଂ କୋଚ୍‌ଙ୍କ ନିଯୁକ୍ତି ହୋଇପାରେ, ଯାହାକୁ ନେଇ ବୋର୍ଡ ବିକଳ୍ପ ଖୋଜିବା ଆରମ୍ଭ କରିଛି।

ରିପୋର୍ଟ ମୁତାବକ, ବ୍ୟାଟିଂ କୋଚ୍‌ ଲାଗି ଘରୋଇ କ୍ରିକେଟରେ ଦକ୍ଷତା ଥିବା କ୍ରିକେଟରଙ୍କୁ ଦେଖାଯାଉଛି। ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ଆସିନାହିଁ। ତେବେ ଗମ୍ଭୀରଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି। ବର୍ତ୍ତମାନର ସପୋର୍ଟ ଷ୍ଟାଫ୍‌ଙ୍କ ମଧ୍ୟରେ କୌଣସି ବ୍ୟାଟିଂ କୋଚ୍‌ ନାହାନ୍ତି। ଅଭିଷେକ ନାୟାର ଏବଂ ରେୟାନ ଟେନ୍‌ ଡେଶକାଟେ ଆସିଷ୍ଟାଷ୍ଟ କୋଚ୍‌ ଭୂମିକାରେ ଅଛନ୍ତି। ଏଥିଲାଗି ବୋର୍ଡ ଏଭଳି ପଦକ୍ଷେପ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri