Categories: ଖେଳ

ଅଲିମ୍ପିକ୍‌ରେ ସାମିଲ ହୋଇପାରେ କ୍ରିକେଟ୍‌

ନୂଆଦିଲ୍ଲୀ,୨୨।୧: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଅଭିଯାନକୁ ତ୍ୱରାନ୍ବିତ କରିଛି। ଆୟୋଜକ କମିଟିରେ ପ୍ରତ୍ୟେକ ୬-୬ଟି ମହିଳା ଏବଂ ପୁରୁଷ ଦଳ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଚଳିତ ବର୍ଷ ଅକ୍ଟୋବରରେ ନିଆଯିବ। ଏହା ପୂର୍ବରୁ ଆୟୋଜକମାନେ ମାର୍ଚ୍ଚରେ ନୂତନ ଖେଳର ଅନ୍ତିମ ତାଲିକା ପ୍ରସ୍ତୁତ କରିବେ।
ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ପରବର୍ତ୍ତୀ ଅଧିବେଶନ ମୁମ୍ବାଇରେ ଅନୁଷ୍ଠିତ ହେବ। ଏଠାରେ କ୍ରିକେଟ ସମ୍ବନ୍ଧରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଆଇସିସି ସଭାପତି ଗ୍ରେଗ ବାରକଲେଙ୍କ ନେତୃତ୍ୱରେ ଆଇସିସିର ଅଲିମ୍ପିକ ୱାର୍କିଂ ଗ୍ରୁପ୍‌ରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ସାମିଲ୍‌ କରାଯାଇଛି।
ଯଦି ୨୦୩୬ ଅଲିମ୍ପିକ୍‌ରେ କ୍ରିକେଟ୍‌ ସାମିଲ କରାଯାଏ ତେବେ ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଦେଖିବାକୁ ମିଳିବ। ଶେଷ ଥର ପାଇଁ ୧୯୦୦ ରେ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ସେତେବେଳେ କେବଳ ବ୍ରିଟେନ ଏବଂ ଆୟୋଜକ ଫ୍ରାନ୍ସର ଦଳ ଖେଳିଥିଲେ।

Share