Posted inଖେଳ

ଆହତ ସମସ୍ୟାରେ ମୁମ୍ବାଇର ଏକାଧିକ ଖେଳାଳି , ଏଥର ନୂଆ କ’ଣ ?

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ଶ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିରେ ଭାଗ ନେଉଥିବା ଦଳ ଗୁଡ଼ିକର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୃହ ପ୍ରତ୍ୟାବର୍ତ୍ତନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରିବାକୁ ଲକ୍ଷ୍ୟ ରଖିଛି ଏହି ଫ୍ରାଞ୍ଚାଇଜ୍‌ ଦଳ। ଏକାଧିକ ଖେଳାଳିଙ୍କ ଆହତ ସମସ୍ୟା ମୁଖ୍ୟ କୋଚ୍‌ ମାର୍କ ବାଉଚରଙ୍କୁ କିଛି ପରିମାଣରେ ଚିନ୍ତାରେ ରଖିଛି। ସ୍ପିନ୍‌ ବିଭାଗ ଯଦିଓ ଟିକେ ଦୁର୍ବଳ ଲାଗୁଛି ତେବେ ଯଶପ୍ରୀତ୍‌ ବୁମ୍‌ରାଙ୍କ ନେତୃତ୍ୱାଧୀନ ପେସ୍‌ ବାହିନୀ ଏବଂ ପାଓ୍ବର-ପ୍ୟାକେଡ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଦଳକୁ ଆଗକୁ ନେଇଯିବା ଆଶା ରହିଛି।

ଗତ ସିଜନରେ ମୁମ୍ବାଇ ଦଳ ୧୪ ଗେମ୍‌ରୁ ୮ଟିରେ ବିଜୟଲାଭ କରି ଲିଗ୍‌ ପର୍ଯ୍ୟାୟରେ ୪ର୍ଥ ସ୍ଥାନରେ ରହିଥିଲା। ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଦଳ ଯଦିଓ ପରାସ୍ତ କରିଥିଲା ତେବେ କ୍ୱାଲିଫାୟର-୨ରେ ଗୁଜରାଟ ଜାଏଣ୍ଟ୍ସଠାରୁ ହାରି ଯାଇଥିଲା। ଆହତ ସମସ୍ୟା ଯୋଗୁ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚରେ ଖେଳିବା ସମ୍ଭାବନା ନାହିଁ। ପାଦରେ ସମସ୍ୟା ଏବଂ ସ୍ପୋଟର୍‌ସ ହାର୍ଣ୍ଣିଆ ଯୋଗୁ ସେ ଗତ ୩ ମାସ ମଧ୍ୟରେ ଏକାଧିକ ଅସ୍ତ୍ରୋପଚାର କରାଇଛନ୍ତି। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ରିହାବରେ ଅଛନ୍ତି। ନେଟ୍ସରେ ଗୋଡ଼ ଭାଙ୍ଗିବା ଯୋଗୁ ଜାସନ ବେହରେନଡର୍ଫ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଇଂଲଣ୍ଡର ବାମହାତୀ ସ୍ପିନର ଲ୍ୟୁକ ଉଡ୍‌ ତାଙ୍କ ସ୍ଥାନରେ ସାମିଲ ହୋଇଛନ୍ତି। ଗେରାଲ୍ଡ କୋଜି ଯଦିଓ ଦଳରେ ଯୋଗ ଦେଇଛନ୍ତି ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଇନ୍‌ ଇଞ୍ଜୁରିରୁ ସମ୍ପୂର୍ଣ୍ଣ ମୁକୁଳି ନାହାନ୍ତି। ତେଣୁ ସେ ଦଳର ପ୍ରଥମ କିଛି ମ୍ୟାଚ ଖେଳିବା ସମ୍ଭାବନା ନାହିଁ। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ଦିଲଶାନ ମଦୁଶଙ୍କା ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅନ୍‌କ୍ୟାପେଡ ମିଡିୟମ ପେସର କ୍ୱେନା ମାଫାକାଙ୍କୁ ଦଳରେ ସାମିଲ କରାଯାଇଛି।

ଏଥର ନୂଆ କ’ଣ ?
ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ସେ ଦଳର ନେତୃତ୍ୱ ନେବେ। ପ୍ରଥମ ଥରପାଇଁ ଜଣେ ଭାରତୀୟ ଟି୨୦ ଅଧିନାୟକ ଆଇପିଏଲ୍‌ରେ ଅନ୍ୟ ଜଣେ ଖେଳାଳି ଅଧିନରେ ଖେଳିବେ। ଅତିରିକ୍ତ ଚାପ ନ ଥିବାରୁ ରୋହିତ କିପରି ବିସ୍ପୋରକ ବ୍ୟାଟିଂ କରୁଛନ୍ତି ତା’ ଉପରେ ମଧ୍ୟ ନଜର ରହିବ। ଦଳରେ ୬ ନୂଆ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେମାନେ ହେଲେ କୋଜି, କ୍ୱେନା ମାଫାକା, ଲ୍ୟୁକ୍‌ ଉଡ୍‌, ନୂଓ୍ବାନ ଥୁଶରା, ରୋମାରିଓ ଶେଫର୍ଡ ଓ ମହମ୍ମଦ ନବି। ଲସିଥ ମାଲିଙ୍ଗାଙ୍କ ଆକ୍ସନରେ ବୋଲିଂ କରୁଥିବା ଥୁଶରା ନିକଟରେ ବାଂଲାଦେଶ ବିପକ୍ଷ ଏକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ ସହ ୫ ଉଇକେଟ ସଫଳତା ପାଇଥିଲେ। ଅନ୍‌କ୍ୟାପେଡ ଖେଳାଳିଙ୍କ ମଧ୍ୟରେ ଶ୍ରେୟାସ ଗୋପାଳ ଭେଟେରାନ ସ୍ପିନର ପୀୟୂଷ ଚାଓ୍ବଲାଙ୍କ ବ୍ୟାକ୍‌ଅପ୍‌ଭାବେ ରହିବେ।

ଦୃଢ଼ ବ୍ୟାଟିଂ ଲାଇନ୍‌ଅପ୍‌
ଭାରତୀୟ ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଲାଇନ୍‌ଅପ୍‌ ଶକ୍ତିଶାଳୀ। ସୂର୍ଯ୍ୟକୁମାର ଯାଦବ ଫିଟ୍‌ ହୋଇଗଲେ ଟପ୍‌ ଅର୍ଡରର ୫ ସ୍ଥାନରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ମୁଖ୍ୟତଃ ନିର୍ଭର କରିବ। ଟିମ୍‌ ଡାଭିଡ୍‌ ୬ ନମ୍ବର ସ୍ଥାନରେ ଆସିବେ। କିଶନ ଓ ତିଳକ ଲେଫ୍ଟ-ରାଇଟ କମ୍ବିନେଶନକୁ ସନ୍ତୁଳିତ କରିବେ। ପ୍ରି-ସିଜନ ଖବରଦାତା ସମ୍ମିଳନୀରେ ହାର୍ଦ୍ଦିକ ପ୍ରକାଶ କରି ସାରିଛନ୍ତି ଯେ ସେ ବୋଲିଂ କରିବା ପାଇଁ ସମ୍ପୂର୍ଣ୍ଣ ଫିଟ୍‌। ଏହା ଦଳର ସନ୍ତୁଳନକୁ ଅଧିକ ମଜଭୁତ କରିବ। ଶେଫର୍ଡ ଓ ନବିଙ୍କ ଉପସ୍ଥିତିରେ ମୁମ୍ବାଇ ଆଉ ୨ ଜଣ କ୍ୱାଲିଟି ଅଲ୍‌ରାଉଣ୍ଡର ପାଇବ। ମାତ୍ର ନିହାତି ଆବଶ୍ୟକ ନ ହେଲେ ମୁମ୍ବାଇ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି କୋଚ୍‌ ବାଉଚର ସୂଚନା ଦେଇ ସାରିଛନ୍ତି।

ବୁମ୍‌ରାଙ୍କ ଉପରେ ନଜର
ବୁମ୍‌ରାଙ୍କ ଉପସ୍ଥିତି ମୁମ୍ବାଇର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି। ସେ କୌଣସି ପରିସ୍ଥିତିରେ ବୋଲିଂ ପାଇଁ ଦକ୍ଷତା ରଖିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ଏବଂ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଚମତ୍କାର ଫର୍ମରେ ଥିବା ପ୍ରମାଣିତ କରିଛନ୍ତି। ତେବେ ସୂର୍ଯ୍ୟକୁମାର ଅଧିକ ମ୍ୟାଚ ମିସ୍‌ ନ କରନ୍ତୁ ବୋଲି ଦଳ ନିଶ୍ଚିତ ଚାହିଁବ। କାରଣ କିଶନ ଗତ ନଭେମ୍ବର ପରଠାରୁ ଶୀର୍ଷସ୍ତରର ମ୍ୟାଚ ଖେଳି ନାହାନ୍ତି। ବେହରନଡର୍ଫଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରିପାରେ। ସେ ଜଣେ ପାଓ୍ବାରପ୍ଲେ ସ୍ପେଶାଲିଷ୍ଟ। ମଦୁଶଙ୍କା ଓହରିଯିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଜିଙ୍କ ଅନୁପସ୍ଥିତି ମଧ୍ୟ ଦଳର ସନ୍ତୁଳନକୁ ବିଗାଡ଼ିପାରେ।

ଦୁର୍ବଳ ସ୍ପିନ୍‌ ବିଭାଗ
ମୁମ୍ବାଇ ଦଳର ସ୍ପିନ ବିଭାଗ ଦୁର୍ବଳ ଲାଗୁଛି। ଚାଓ୍ବଲା ଗତ ସିଜନରେ ଭଲ ପ୍ରଦର୍ଶନ କରି ୧୬ ଗେମ୍‌ରୁ ୨୨ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ସେ ଥିଲେ ୪ର୍ଥ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ତେବେ ସେ କିଛିଦିନ ତଳେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ଭଲ ଖେଳିପାରି ନାହାନ୍ତି। ୭ ମ୍ୟାଚରୁ ସେ ୮.୪୦ ଇକୋନୋମିରେ ମାତ୍ର ୪ଟି ଉଇକେଟ ନେଇଛନ୍ତି। ୩୫ ବର୍ଷର ଚାଓ୍ବଲା ଏଥର ମଧ୍ୟ ମୁମ୍ବାଇ ସ୍ପିନ୍‌ ବିଭାଗର ନେତୃତ୍ୱ ନେବେ। କୁମାର କାର୍ତ୍ତିକେୟ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ପ୍ରଭାବୀ ହୋଇପାରି ନାହାନ୍ତି। ଗତ ସିଜନରେ ସେ ୮ ମ୍ୟାଚରୁ ୫ଟି ଉଇକେଟ ନେଇଥିଲେ। ତାଙ୍କ ଇକୋନୋମି ହାର ଥିଲା ୮.୭୩। ଶ୍ରେୟସ ଗୋପାଳ ଗତ ୩ ଆଇପିଏଲ୍‌ ସିଜନରେ ମାତ୍ର ୪ଟି ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି।
ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଆଇପିଏଲ୍‌ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଏହି ସମୟ ମଧ୍ୟରେ ମୁମ୍ବାଇ ୪ଟି ମ୍ୟାଚ ଖେଳିବ। ଗୁଜରାଟ ଟାଇଟନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩ଟି ବାହାର (ଆଓ୍ବେ) ଗେମ୍‌ ଖେଳିବା ପରେ ହୋମ୍‌ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁକାବିଲା କରିବ। ତୃତୀୟ ମ୍ୟାଚପରେ ଦଳ ୫ ଦିନର ବ୍ରେକ୍‌ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri