Categories: ଖେଳ

ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍‌ରେ ପାଖାପାଖି ଅଧା ମ୍ୟାଚ୍‌ ଖେଳ ସରିଛି। କିନ୍ତୁ ଏଥର ସର୍ବାଧିକ ଛକା ମାରିବା ତାଲିକାରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥର ରୋହିତ ଶର୍ମା ଏବଂ କିରଣ ପୋଲାର୍ଡ ସର୍ବାଧିକ ଛକା ମାରିବା ତାଲିକାରେ ପଛରେ ପଡିଯାଇଛନ୍ତି। ସର୍ବାଧିକ ଛକା ତାଲିକାର ଶୀର୍ଷରେ ଅଛନ୍ତି କିଙ୍ଗସ ଏକାଦଶ ପଞ୍ଜାବର ନିକୋଲାସ ପୁରାନ। ସେ ଏପର୍ଯ୍ୟନ୍ତ ୧୬ଟି ଛକା ମାରିଛନ୍ତି। କିନ୍ତୁ ଏହା ଦୁଃଖର ବିଷୟ ଯେ ପଞ୍ଜାବ ଦଳ କ୍ରମାଗତ ଭାବେ ମ୍ୟାଚ ପରାଜୟ ଭୋଗୁଛି। ସଞ୍ଜୁ ସାମସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସାମସନ ଏପର୍ଯ୍ୟନ୍ତ ୧୬ଟି ଛକା ମାରିଛନ୍ତି। ଦୁଇଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ନିଶ୍ଚିତ ବିଜୟ ଦେଇଥିବା ରାହୁଲ ଟେୟୋଟିଆ ମଧ୍ୟ ଏପର୍ଯ୍ୟନ୍ତ ୧୫ଟି ଛକା ମାରିଛନ୍ତି। ସେ ଗୋଟିଏ ଓଭରରେ ୫ଟି ଛକା ମାରିଛନ୍ତି। ଏହି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୫ଟି ଛକା ମାରିଛନ୍ତି। ପଞ୍ଚମ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅଟନ୍ତି। ରୋହିତ ଏପର୍ଯ୍ୟନ୍ତ ୧୪ଟି ଛକା ମାରିଛନ୍ତି।

Share