Categories: ଖେଳ

ଏହି କ୍ରିକେଟରଙ୍କ ସ୍ତ୍ରୀମାନେ ପାଲଟିଛନ୍ତି କରୋନା ଯୋଦ୍ଧା, ବଞ୍ଚାଉଛନ୍ତି ଜୀବନ

ସାରା ବିଶ୍ୱ ଏବେ କରୋନା ସହ ଲଢୁଛି। ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ତ୍ରାଣକର୍ତ୍ତା ସାଜିଛନ୍ତି ଡାକ୍ତର। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଭାରତରେ ଡାକ୍ତରଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। କ୍ରିକେଟ ଦୁନିଆରେ ଏମିତି କିଛି କ୍ରିକେଟର ଅଛନ୍ତି ଯାହାଙ୍କ ସ୍ତ୍ରୀ ଡାକ୍ତର।
ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ବାକର ୟୁନିସ୍‌ଙ୍କ ସ୍ତ୍ରୀ ଫରୟାଲ ୟୁନିସ୍‌ ପେଶାରେ ଜଣେ ଡାକ୍ତର। ସେ ପ୍ରତିଦିନ ହସ୍ପିଟାଲରେ ଯାଇ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସ୍ତ୍ରୀଙ୍କ ଏଭଳି କାମରେ ତାଙ୍କୁ ସଲାମ କରିଛନ୍ତି ଓ୍ବାକର। ସେ ହସ୍ପିଟାଲ ଯିବାସମୟରେ ବହୁତ ଭୟ ଲାଗୁଥିବା ଓ୍ବାକର କହିଛନ୍ତି।

ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାଭିଡଙ୍କ ସ୍ତ୍ରୀ ମଧ୍ୟ ଜଣେ ଡାକ୍ତର। ସେ ମେଡିକାଲ ସର୍ଜନ ଅଛନ୍ତି।

ପାକିସ୍ତାନର ପ୍ରସିଦ୍ଧ ଖେଳାଳି ଶହିଦ୍‌ ଆଫିଦ୍‌ଙ୍କ ସ୍ତ୍ରୀ ନାଦିୟା ମଧ୍ୟ ପେଶାରେ ଜଣେ ଡାକ୍ତର।

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସ୍ତ୍ରୀ ଅଞ୍ଜଳି ପେଶାରେ ଜଣେ ଡାକ୍ତର ଥିଲେ। କିନ୍ତୁ ବିବାହ ପରେ ସେ ଚାକିରି ଛାଡିଥିଲେ।

Share