କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍ ବେଳେ ଖେଳାଳିଙ୍କ ଝଗଡ଼ାରେ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ୧୭ ବର୍ଷୀୟ ସ୍କୁଲ ଖେଳାଳିଙ୍କୁ ମାରପିଟ୍ କରିବା ସନ୍ଦେହରେ ଗିରଫ କରାଯାଇଛି। କଲମ୍ବୋର ଏକ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଇଲ୍ଡ ପ୍ରୋବେଶନ କଷ୍ଟଡିରେ ରଖାଯାଇଛି। ଗତ ୮ ତାରିଖରେ ଖେଳାଯାଇଥିବା ମ୍ୟାଚ୍ରେ ଦୁଇ ଖେଳାଳିଙ୍କ ମଧ୍ୟରେ ପିଇବା ପାଣିକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ଫର୍ନାଣ୍ଡୋଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ପୂର୍ବରୁ ପ୍ରିନ୍ସ ଅଫ୍ ଓ୍ବେଲ୍ସ କଲେଜର କୋଚ୍ ଥିଲେ।