କ୍ରିକେଟର ଏହି ସବୁ ଫିଲ୍ମ ଦର୍ଶକଙ୍କ ମନରେ ଛାଡିଛି ଛାପ

ମୁମ୍ବାଇ: ଆଉ ମାତ୍ରେ ଘଣ୍ଟାକର ଅପେକ୍ଷା। ଦଳବଳ ସହ ପ୍ରସ୍ତୁତ ରୋହିତ ବାହିନୀ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ହେବ କଡା ଟକ୍କର। କେବଳ ଭାରତୀୟ ନୁହଁନ୍ତି ସାରା ବିଶ୍ୱରେ ଫାଇନାଲ ମ୍ୟାଚ ପାଇଁ କ୍ରେଜ ଦେଖିବାକୁ ମିଳିଛି। ତେବେ କ୍ରିକେଟ ପାଇଁ କ୍ରେଜ ଏବେର ନୁହେଁ ବହୁ ପୂର୍ବରୁ। ବହୁ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତୀୟମାନେ ହିଁ କ୍ରିକେଟ ପାଇଁ ସବୁଠାରୁ କ୍ରେଜି ଥାଆନ୍ତି। ସେଥିପାଇଁ ତ ଅନ୍ୟସବୁ ପର୍ବ ପରି କ୍ରିକେଟ ବିଶ୍ୱକପକୁ ଏକ ଗ୍ରାଣ୍ଡ ଫେଷ୍ଟିଭାଲ ଭାବେ ପାଳନ କରିଥାନ୍ତି। ଏନେଇ ଭାରତରେ ବହୁତ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇଛି। ଯେଉଁଗୁଡିକ ସତ ଘଟଣା ଉପରେ ଆଧାରିତ।
କ୍ରିକେଟ ଉପରେ ଆଧାରିତ ଦେଶର ପ୍ରଥମ ଫିଲ୍ମ ୧୯୫୯ରେ ଅର୍ଥାତ୍‌ ୬୪ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା। ଫିଲ୍ମର ନାଁ ଥିଲା ଲଭ୍‌ ମ୍ୟାରେଜ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ସୁପର ହିଟ୍‌ ହୋଇଥିଲେ। ଏହାପରେ କ୍ରିକେଟକୁ ନେଇ ଗୋଟିକ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲା ବଲିଉଡ। ଏମ.ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରି, ଘୁମର, ସଚ୍ଚିନ: ଏ ବିଲିୟନ ଡ୍ରିମ୍ସ, ୮୩: ୧୯୮୩ କ୍ରିକେଟ ବିଶ୍ୱକପ, ଜନ୍ନତ, ଅଜହର, ଇକବାଲ, ଦ ଜୋୟା ଫ୍ୟାକ୍ଟର ଇତ୍ୟାଦି। ଦର୍ଶକଙ୍କ ମନ କିଣି ନେଇଥିବା ଏହି ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି।

Share