Categories: ଖେଳ

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତେବେ ମ୍ୟାଚ୍‌ ଚାଲିଥିବା ବେଳେ ଅଷ୍ଟ୍ରେଲିୟାର ୨ ପୂର୍ବତନ କ୍ରିକେଟର ଆଦାମ ଗିଲକ୍ରିଷ୍ଟ ଏବଂ ଶାନେ ଓ୍ବୋର୍ନେ ଏକ ବଡ ଭୁଲ କରିଦେଇଛନ୍ତି। ଗତ ସପ୍ତାହରେ ମହମ୍ମଦ ସିରାଜଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସେମାନେ ସିରାଜଙ୍କ ପରିବର୍ତ୍ତେ ନବଦୀପ ସାଇନିଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିଛି ସମୟ ପରେ ଏହି ଭୁଲକୁ ନେଇ ଲୋକମାନେ ଟୁଇଟ୍‌ କରିବା ଆରମ୍ଭ କରିଦେଇଥିଲେ। ପରେ ଏହି ଭୁଲ ପାଇଁ ଗିଲକ୍ରିଷ୍ଟ କ୍ଷମା ପ୍ରାର୍ଥନା କରିଥିଲେ। ସେ ଏକ ବଡ଼ ଭୁଲ କରିଦେଇଥିବା ଗିଲ ଟୁଇଟ୍‌ କରି କହିଛନ୍ତି।

Share