Categories: ଖେଳ

ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ

ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଫଗାନ ନିକଟରେ ନିର୍ବନ୍ଧ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ହେବ। ତେବେ ପ୍ରଥମ ସ୍ତ୍ରୀଙ୍କଠାରୁ ଅସଗରଙ୍କର ୫ଟି ସନ୍ତାନ ଅଛନ୍ତି। ତିନୋଟି ଫର୍ମାଟରେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଭଲ ରେକର୍ଡ ସହ ଅସଗରଙ୍କୁ ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ବୋଲି ଗଣନା କରାଯାଏ। ଅସଗର ଆଫଗାନ ୨୦୦୯ରେ ସ୍କଟଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

Share