ମହିଳା କର୍ମଚାରୀଙ୍କୁ ମିଳିବ କ୍ରେଚ୍‌ ସୁବିଧା

ଜଗତ୍‌ସିଂହପୁର, ୧୮ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁବ୍‌ଶୀଘ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କ୍ରେଚ୍‌ (ଦିନବେଳା ଶିଶୁମାନଙ୍କ ଦେଖାଶୁଣା ପାଇଁ ଗୃହ) ସୁବିଧା ହେବାକୁ ଯାଉଛି। ଛୋଟ ପିଲାଙ୍କୁ ଘରେ ଛାଡି ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯେଉଁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଏଣିତି ଆଉ ସେଭଳି ହେବନାହିଁ । ମା’ମାନେ ସେମାନଙ୍କ ପିଲାଙ୍କୁ (୬ ମାସରୁ ୬ ବର୍ଷର) ସରକାରୀ କାର୍ଯ୍ୟ ଦିବସରେ ସକାଳ ୯ରୁ ରାତି ୭ଟା ପର୍ଯ୍ୟନ୍ତ ଏହି କ୍ରେଚ୍‌ରେ ସୁରକ୍ଷିତ ଭାବେ ଛାଡି ନିଧଡକରେ କାମ କରିପାରିବେ। ଏହି ଖବର ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ ମହିଳା କର୍ମଚାରୀଙ୍କୁ ଆଶ୍ୱସ୍ତ କରିବ ବୋଲି ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ରେଚ୍‌ଟି ଜିଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂର ପ୍ରଥମ ମହଲାରେ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ରାଜ୍ୟ ସରକାର ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ସୁବିଧା ପାଇଁ ପ୍ରଥମ କରି କ୍ରେଚ୍‌ ସୁବିଧା କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଯେଉଁମାନଙ୍କ ବୟସ ୬ ମାସରୁ ୬ ବର୍ଷ ହୋଇଥିବ ସେମାନଙ୍କୁ ଏହି କ୍ରେଚ୍‌ରେ ରହିବାକୁ ସୁବିଧା ମିଳିବ। ବିଶେଷକରି ୬ ମାସରୁ ୩ ବର୍ଷର ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଅଭିଭାବକମାନେ ନାମ ପଞ୍ଜୀକରଣ ପାଇଁ ୨୦୦୦ ଟଙ୍କା ଦେବେ। ତା’ପରେ ପ୍ରତି ମାସରେ ୧୫୦୦ ଟଙ୍କା ହିସାବରେ ଦେୟ ପୈଠ କରିବାକୁ ହେବ। ସରକାରୀ ନିଷ୍ପତ୍ତି ଅନୁଯାୟୀ ଏଠାରେ ଶିଶୁଙ୍କ ଲାଳନପାଳନ, ଯତ୍ନ ସାଙ୍ଗକୁ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପିଲାଙ୍କ ମାନସିକ ଉନ୍ନତି ପାଇଁ ବୟସ ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ। ଉତ୍ତମ ପରିବେଶ ଯୋଗାଇ ଦିଆଯିବ। ଏ ନେଇ ଉତ୍ତମ ତାଲିମପ୍ରାପ୍ତ କ୍ରେଚ୍‌ ସହାୟିକା ନିଯୁକ୍ତି ପାଇବେ । ଯେଉଁମାନେ ଶିଶୁମାନଙ୍କୁ ଏକତ୍ର ଭାବ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ସହାନୁଭୂତିଶୀଳ ହୋଇଥିବେ । ତେବେ କ୍ରେଚ୍‌ ଶୀତତାପ ନିୟନ୍ତ୍ରିତ ରହିବ । ଏହାର ପରିସରରେ ଖାଇବା, ପିଇବା, ଶୋଇବା ଓ ଖେଳିବା ପାଇଁ ଅନେକ ସୁବିଧା ସୁଯୋଗ ରହିବ । ମା’ମାନେ ମଧ୍ୟ ଯେ କୌଣସି ସମୟରେ କ୍ରେଚ୍‌ରେ ପହଞ୍ଚତ୍ ପିଲାଙ୍କୁ ଦେଖିବା ସାଙ୍ଗକୁ ସ୍ତନ୍ୟପାନ କରାଇପାରିବେ । ଏହି ଆଧାରରେ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଶିଶୁ ରହିବା ଭଳି କ୍ରେଚ୍‌ କରାଯିବ । ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି କ୍ରେଚ୍‌ରେ ଜଣେ ସହାୟିକା ଓ ଜଣେ ସୁପରଭାଇଜର ରହିବେ । ଏହାବାଦ୍‌ ଅନ୍ୟ ସରକାରୀ କର୍ମଚାରୀ ମଝିରେ ଆସି ଅନୁଧ୍ୟାନ କରିବେ । ଏବେ କ୍ରେଚ୍‌ କୋଠରି କାମ ଆରମ୍ଭ ହେବାକୁ ଯାଉଛି । ଏଥିରେ ଖାଇବା ଓ ରୋଷେଇ କୋଠରି ମଧ୍ୟ ରହିବ । ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ମହିଳା କର୍ମଚାରୀଙ୍କ ପିଲାମାନେ ଏହି କ୍ରେଚ୍‌ର ସୁବିଧା ହାତେଇ ପାରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ଶୁଭାଶିଷ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ ଓ ବିଶ୍ୱପ୍ରିୟ କାନୁନ୍‌ଗୋ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ କ୍ରେଚ୍‌ କରାଯିବା ଉପରେ ୨୦୧୯ରେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ ପିଟିଶନ୍‌ରେ ଦର୍ଶାଇଥିଲେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଏହି ସୁବିଧା ଉପଲବ୍ଧ ହେଉନାହିଁ । ତେଣୁ କମିଶନ ସରକାରଙ୍କୁ ମହିଳା କର୍ମଚାରୀଙ୍କ ଶିଶୁମାନଙ୍କ ପାଇଁ ରାଜ୍ୟ ସଚିବାଳୟ ବିଲ୍ଡିଂ, ହେଡ୍ସ ଅଫ ଡିପାର୍ଟମେଣ୍ଟ ବିଲଡିଂ, ତୋଷାଳି ଭବନ ସମେତ ଅନ୍ୟ କାର୍ଯ୍ୟାଳୟରେ ଉପରୋକ୍ତ ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନିଅନ୍ତୁ । ଏହା ଉପରେ ଓଏଚ୍‌ଆର୍‌ସି ୨୦୨୨ ମାର୍ଚ୍ଚରେ ରାଜ୍ୟ ସରକାରଙ୍କୁ ମହିଳା କର୍ମଚାରୀଙ୍କ ଶିଶୁଙ୍କ ପାଇଁ କ୍ରେଚ୍‌ ସୁବିଧା କରାଇବାକୁ ନେଇ ପ୍ରଶ୍ନ କରିଥିଲେ। ଏହି ସୁବିଧା ୫୦ରୁ ଅଧିକ ମହିଳା କାମ କରୁଥିବା କାର୍ଯ୍ୟାଳୟ ପାଇଁ ପ୍ରଯୁଜ୍ୟ । ଓଏଚ୍‌ଆର୍‌ସି ପକ୍ଷରୁ ଜଷ୍ଟିସ୍‌ ବିଜୟକ୍ରିଷ୍ଣ ପଟେଲ, ସଭ୍ୟ ଜଷ୍ଟିସ୍‌ ରଘୁବୀର ଦାସ ଏବଂ ଅସିମ ଅମିତାଭ ଦାସଙ୍କ ନେତୃତ୍ୱରେ ବସିଥିବା ପୂର୍ଣ୍ଣ ବେଞ୍ଚ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଶିଶୁ ଉନ୍ନୟନ ବିଭାଗ ସଚିବକୁ ୬ ମାସ ଭିତରେ କ୍ରେଚ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri