‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି ଦେଖିବା ପାଇଁ ସେହି ସେଲିବ୍ରେଟେଡ୍‌ ରାଇଟର କିଏ ହେବାକୁ ଯାଉଛନ୍ତି। ୨୦୨୫ ପାଇଁ ଭାରତୀୟଙ୍କ ଲାଗି ଆଶା ଉଜ୍ଜ୍ୱଳ କରିଥିବା ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ କାନାଡା ଜନ୍ମିତ ହଙ୍ଗେରୀୟ-ବ୍ରିଟିଶ ଲେଖକ ଡେଭିଡ୍‌ ସାଲାଏ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କ ଷଷ୍ଠ ଉପନ୍ୟାସ ‘ଫ୍ଲେଶ୍‌’ ଏହି ପୁରସ୍କାର ପାଇଥିବା ବେଳେ ହଙ୍ଗେରୀୟ ବଂଶୋଦ୍ଭବ ପ୍ରଥମ ଲେଖକ ଭାବେ ଡେଭିଡ୍‌ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବୁକର୍‌ ପୁରସ୍କାର ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ବଳୟ ବୃଦ୍ଧି ପାଇଛି।
ଡେଭିଡ୍‌ ଜାନୁଆରୀ ୧୯୭୪ରେ କାନାଡାର ମଣ୍ଟ୍ରିଏଲ୍‌ରେ କାନାଡୀୟ ମାତା ଓ ହଙ୍ଗେରୀୟ ପିତାଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ଇହୁଦୀ ପରିବାରରେ ଜନ୍ମିତ ଡେଭିଡ୍‌ଙ୍କ ପରିବାର ବେରୁଟ୍‌ ଚାଲିଯାଇଥିଲେ। ଲେବାନନ୍‌ରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ସେହି ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ସେମାନେ ଲଣ୍ଡନ ଚାଲିଯାଇଥିଲେ। ସେଠାକାର ସସେକ୍ସ ହାଉସ ସ୍କୁଲରେ ସେ ପଢ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ ସାହିତ୍ୟ ନେଇ ଅଧ୍ୟୟନ କରିଥିଲେ। ସେଠାରୁ ସ୍ନାତକ ହାସଲ କରିବା ପରେ ସେ ଲଣ୍ଡନର କେତେକ ସଙ୍ଗଠନରେ ସେଲ୍ସ କ୍ଷେତ୍ରରେ ଚାକିରି କରିଥିଲେ। ସେହି ଚାକିରି ତାଙ୍କୁ ଭଲ ନ ଲାଗିବାରୁ ସେ ବେଲଜିୟମ୍‌ର ବ୍ରସେଲ୍ସକୁ ଚାଲିଯାଇଥିଲେ। କିନ୍ତୁ ସେଠାରେ ସେ ବେଶି ସମୟ ରହିପାରିଲେ ନାହିଁ। ଶେଷରେ ଡେଭିଡ୍‌ ଲେଖକ ହେବାର ଉଚ୍ଚାକାଂକ୍ଷା ନେଇ ହଙ୍ଗେରୀର ପେକ୍ସକୁ ଚାଲିଯାଇଥିଲେ। ସେହିଠାରେ ହିଁ ତାଙ୍କ ସୃଜନଶୀଳତା ଶୀର୍ଷ ଛୁଇଁଥିଲା। ତାଙ୍କ ଉପନ୍ୟାସ ‘ଅଲ୍‌ ଦାଟ ମ୍ୟାନ୍‌ ଇଜ୍‌’ ଓ ‘ଟର୍ବୁଲେନ୍ସ’ ପାଠକୀୟ ସ୍ବୀକୃତି ପାଇଥିଲା। ଏପରିକି ଅଲ୍‌ ଦାଟ ମ୍ୟାନ୍‌ ଇଜ୍‌ ୨୦୧୬ ମ୍ୟାନ ବୁକର୍‌ ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା। ମାତ୍ର ତାହା ୨୦୧୬ ଗୋର୍ଡନ ବର୍ନ ପୁରସ୍କାର ଜିତିଥିଲା।
କେବଳ ଉପନ୍ୟାସ ନୁହେଁ, ଡେଭିଡ୍‌ ମଧ୍ୟ ବିବିସି ପାଇଁ ଅନେକ ରେଡିଓ ନାଟକ ଲେଖିଛନ୍ତି। ତାଙ୍କର ୨୦୧୮ରେ ସଂକ୍ଷିପ୍ତ କାହାଣୀ ପୁସ୍ତକ ‘ଟର୍ବୁଲେନ୍ସ’ ବିବିସି ରେଡିଓ-୪ ପାଇଁ ୧୫ ମିନିଟ୍‌ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇ ବହୁ ଶ୍ରୋତା ସୃଷ୍ଟି କରିଥିଲା। ଟର୍ବୁଲେନ୍ସ ଅନ୍ତର୍ଭୁକ୍ତ ୧୨ଟି କାହାଣୀ ଅନ୍ତର୍ଜାତୀୟ ଉଡ଼ାଣରେ ଲୋକଙ୍କ ହାବଭାବକୁ ଅନୁସରଣ କରିଥିବା ବେଳେ ଏକବିଂଶ ଶତାବ୍ଦୀରେ ପରିବାର ଓ ବନ୍ଧୁତ୍ୱର ବିଶ୍ୱାୟନକୁ ଅନୁସନ୍ଧାନ କରିଥିବା କୁହାଯାଏ। ତେବେ ସେ ତାଙ୍କର ପ୍ରଥମ ଉପନ୍ୟାସ ‘ଲଣ୍ଡନ ଆଣ୍ଡ୍‌ ଦି ସାଉଥ-ଇଷ୍ଟ’ ପାଇଁ ବେଟ୍ଟି ଟ୍ରାସ୍କ ପୁରସ୍କାର ସହ ଜେଫ୍ରି ଫାବର୍‌ ମେମୋରିଆଲ ପୁରସ୍କାର ଜିତିଥିଲେ। ତା’ପରେ ସେ ଇନୋସେଣ୍ଟ (୨୦୦୯), ସ୍ପ୍ରିଙ୍ଗ (୨୦୧୧) ଓ ଫ୍ଲେଶ (୨୦୨୫) ନାମରେ ତିନୋଟି ଉଚ୍ଚକୋଟୀର ଉପନ୍ୟାସ ଲେଖିଛନ୍ତି। କୁହାଯାଇଥାଏ ଏକ ଟ୍ରାନ୍ସଆଟଲାଣ୍ଟିକ୍‌ ପୃଷ୍ଠଭୂମି
ଡେଭିଡ୍‌ଙ୍କ ବ୍ୟକ୍ତିଗତ ଇତିହାସ ବହନ କରୁଥିବା ବେଳେ ତାଙ୍କ କଥାବସ୍ତୁର ବ୍ୟାପ୍ତି ଅନ୍ତରାଷ୍ଟ୍ରୀୟ। ସେ କାନାଡାରେ ଜନ୍ମ ହୋଇ ଲଣ୍ଡନ୍‌ରେ ବଢ଼ିବା ଓ ହଙ୍ଗେରୀରେ ସୃଜନଶୀଳତାକୁ ସ୍ପଷ୍ଟ ଅକାର ଦେବା ପରେ ଏବେ ଭିଏନାରେ ସହଧର୍ମିଣୀଙ୍କ ସହ ରହୁଛନ୍ତି। ଭ୍ରମଣଶୀଳ ଜୀବନ ତାଙ୍କ ସୃଜନ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସମୀକ୍ଷକମାନେ କହିଥାଆନ୍ତି। ତାଙ୍କ ବୁକର୍‌ ବିଜୟୀ ଉପନ୍ୟାସ ‘ଫ୍ଲେଶ’ ଜଣେ ହଙ୍ଗେରୀୟଙ୍କ ଜୀବନୀ ଉପରେ ଆଧାରିତ। ଏହା ଏକ ସମ୍ମୋହନକାରୀ ଉପନ୍ୟାସ, ଯେଉଁଥିରେ ନାୟକ ହେଉଛନ୍ତି ଇଷ୍ଟଭାନ୍‌। ସେ ପରବର୍ତ୍ତୀ ସମୟରେ ଲଣ୍ଡନ ଯାଇ ସେଠାରେ ବିପୁଳ ସମ୍ପତ୍ତିର ମାଲିକ ହୋଇଛନ୍ତି। କାହାଣୀ ହଙ୍ଗେରୀର ସେହି ଲାଜକୁଳା କିଶୋରଠାରୁ ଆରମ୍ଭ ହୁଏ, ଯାହାଙ୍କ ଜୀବନ ଜଣେ ବୟସ୍କ ତଥା ବିବାହିତା ପଡ଼ୋଶୀଙ୍କ ସହ ଏକ ଗୋପନ ସମ୍ପର୍କରେ ପରିବର୍ତ୍ତିତ ହୁଏ। ଏକ ସମ୍ପର୍କ ଯାହା ସେ ବୁଝିପାରୁ ନାହାନ୍ତି, କିନ୍ତୁ ତାହା ତାଙ୍କ ଜୀବନକୁ ଏକ ବିନାଶକାରୀ ପଥ ଆଡ଼କୁ ଠେଲି ହୋଇଯାଉଥିବା ଲେଖକ ଉପନ୍ୟାସରେ ବର୍ଣ୍ଣନା କରିଛନ୍ତି। ଇଷ୍ଟଭାନ୍‌ ଏକବିଂଶ ଶତାବ୍ଦୀର ଧନ ଓ କ୍ଷମତାର ଜୁଆରରେ ଭାସିଯାଉଛନ୍ତି। ନିଜର ପ୍ରେମ, ଅନ୍ତରଙ୍ଗତା, ସ୍ଥିତି ଓ ସମ୍ପତ୍ତି ପାଇଁ ପ୍ରତିଯୋଗିତାମୂଳକ ଆବେଗଗୁଡ଼ିକ ତାଙ୍କୁ ଅକଳ୍ପନୀୟ ଧନ ଜିତାଏ, ଯଦିଓ ସେଗୁଡ଼ିକ ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଉଥିବା ଅନୁଭବ ହୁଏ। ଉଚ୍ଚାକାଂକ୍ଷା ଓ ଅଧଃପତନର ଫେଣ୍ଟାଫେଣ୍ଟି କଥାବସ୍ତୁ ଫ୍ଲେଶକୁ ଭିନ୍ନ ଏକ ପାଠକୀୟ ଆଦୃତି ଦେଇଛି ବୋଲି ସମୀକ୍ଷକମାନେ କହିଥାଆନ୍ତି।
ଡେଭିଡ୍‌ ତାଙ୍କ ପୁରସ୍କାର ଗ୍ରହଣ ଅବସରରେ କହିଛନ୍ତି, ପୁସ୍ତକଟି ତାଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଉଦ୍ୟମ ଭଳି ଅନୁଭବ ହୋଇଥିଲା, ଏଇ ଯେମିତି ଅନ୍ତରଙ୍ଗ ବିଷୟବସ୍ତୁଠାରୁ ଏହାର ସିଧାସଳଖ ଶିରୋନାମା ପର୍ଯ୍ୟନ୍ତ। ରୋଡି ଡୋଇଲଙ୍କ ଅଧ୍ୟକ୍ଷତାରେ ବୁକର୍‌ ବିଚାରକମଣ୍ଡଳୀ ‘ଫ୍ଲେଶ୍‌’କୁ ଏହାର ପୂର୍ଣ୍ଣ ଏକକତା ପାଇଁ ପ୍ରଶଂସା କରିଥିଲେ।
ଡେଭିଡ୍‌ କହନ୍ତି ଯେ, ସେ ବର୍ଷ ବର୍ଷ ଧରି କାମ କରିଥିବା ଅନ୍ୟ ଏକ ଉପନ୍ୟାସ ପରିତ୍ୟାଗ କରିବା ପରେ ଫ୍ଲେଶ୍‌ ଲେଖିବା ଆରମ୍ଭ କରିଥିଲେ।
କିନ୍ତୁ ଏହା ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର ଦେଇଥିବାରୁ ସେ ଆଗକୁ ଆହୁରି ଅଧିକ ଭଲ ଲେଖିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri