Posted inଫୁରସତ

ନିୟମ କଡ଼ାକଡ଼ି କଲା YouTube: ଏମିତି କଣ୍ଟେଣ୍ଟ କ୍ରିଏଟ୍‌ କଲେ ବ୍ୟାନ୍‌ ହୋଇଯିବ ଆକାଉଣ୍ଟ, ଏହି ତାରିଖରୁ ଲାଗୁ ହେବ ନିୟମ

ଅନ୍‌ଲାଇନରେ କଣ୍ଟେଣ୍ଟ କ୍ରିଏଟ୍‌ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍‌ସାର୍ଟିଫାଏଡ୍‌ ଗାମ୍ବଲିଂ ଏବଂ ଓ୍ବେବସାଇଟକୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ ପ୍ଲାଟଫର୍ମରୁ ବ୍ୟାନ୍‌ ବା ନିଷିଦ୍ଧ କରାଯିବ। ଏହା ସହିତ କମ୍ପାନୀ ସେହି କ୍ରିଏଟରଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରିବ। ଯେଉଁମାନେ ସେମାନଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁରେ ଗୁଗ୍‌ଲ ଦ୍ୱାରା ଅନୁମୋଦିତ ଜୁଆ ସହ ଜଡ଼ିତ ଲୋଗୋ କିମ୍ବା ଲିଙ୍କ୍‌ ଦେଖାନ୍ତି।

YouTube କହିଛି ଯେ, ଏହି ନିଷ୍ପତ୍ତି କାସିନୋ ଗେମ୍‌ ଏବଂ ଆପ୍ସ ସମେତ ଜୁଆ ବିଷୟବସ୍ତୁର ସୃଷ୍ଟିକର୍ତ୍ତାମାନଙ୍କୁ ପ୍ରଭାବିତ କରିବ, ବିଶେଷକରି ଯୁବ ଦର୍ଶକଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ। ଆପଣଙ୍କୁ କହିରଖୁଛୁ ଯେ, ଦର୍ଶକଙ୍କୁ ଜୁଆ ସାଇଟ୍‌ ଏବଂ ଆପ୍ସକୁ ପୁନଃନିର୍ଦ୍ଦେଶିତ କରିବା ପୂର୍ବରୁ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଏବେ ଯଦି କୌଣସି କ୍ରିଏଟର କୌଣସି ଜୁଆ ସାଇଟ୍‌ କିମ୍ବା ଆପ୍‌ରୁ ଗ୍ୟାରେଣ୍ଟି ରିଟର୍ଣ୍ଣିଂ ପାଇବାକୁ ଦାବି କରନ୍ତି, ତେବେ ତାଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ।

ମାର୍ଚ୍ଚ ୧୯ରୁ ଲାଗୁ ହେବ ନୂଆ ନିୟମ

ଏହା ସହିତ YouTube ସେହି ଭିଡିଓଗୁଡ଼ିକ ଉପରେ ବୟସ ପ୍ରତିବନ୍ଧକ ଲାଗୁ କରିବ। ଯାହା କୌଣସି ଅନଲାଇନ କାସିନୋ ସାଇଟ୍‌ କିମ୍ବା ଆପ ପ୍ରଚାର କରୁଥିବ। ସାଇନ ଆଉଟ ହୋଇଥିବା ଦର୍ଶକ ଏବଂ ୧୮ ବର୍ଷରୁ କମ୍‌ ବୟସର ଦର୍ଶକମାନଙ୍କୁ ଏପରି ଭିଡିଓ ଦେଖାଯିବ ନାହିଁ। ଏହି ସମସ୍ତ ନିୟମ ମାର୍ଚ୍ଚ ୧୯ରୁ କାର୍ଯ୍ୟକାରୀ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୁଗ୍‌ଲର ଅନ୍‌ଲାଇନ ଜୁଆ ସମ୍ପର୍କରେ ଏକ କଠୋର ନୀତି ଅଛି। ଭାରତରେ କମ୍ପାନୀ ଜୁଆ ସମ୍ବନ୍ଧୀୟ ବିଜ୍ଞାପନଗୁଡ଼ିକୁ ନିଷେଧ କରିଛି ଏବଂ ଅନ୍‌ଲାଇନ୍‌ ଜୁଆ ଖେଳର ପ୍ରଚାରକୁ ଅନୁମତି ଦିଏ ନାହିଁ।

ଭାରତରେ ପ୍ରତି ମାସରେ ବହୁ ସଂଖ୍ୟକ ଲୋକ ଅନ୍‌ଲାଇନ ଜୁଆ ସାଇଟ୍‌ ପରିଦର୍ଶନ କରନ୍ତି। ଡିଜିଟାଲ ଇଣ୍ଡିଆ ଫାଉଣ୍ଡେଶନର ଏକ ରିପୋର୍ଟ ଦର୍ଶାଉଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ମାଧ୍ୟମରେ ତିନି ମାସରେ ଚାରୋଟି ଅବୈଧ ଜୁଆସ୍ଥଳ ପ୍ରାୟ ୪.୩ କୋଟି ପରିଦର୍ଶନ ରେକର୍ଡ କରିଛି। ଏହା ବ୍ୟତୀତ ସିଧାସଳଖ URL ମାଧ୍ୟମରେ ମଧ୍ୟ ଏହି ସାଇଟ୍‌ଗୁଡ଼ିକରେ ୧୦୦ କୋଟିରୁ ଅଧିକ ପରିଦର୍ଶନ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri