Posted inଫୁରସତ

ନିୟମ କଡ଼ାକଡ଼ି କଲା YouTube: ଏମିତି କଣ୍ଟେଣ୍ଟ କ୍ରିଏଟ୍‌ କଲେ ବ୍ୟାନ୍‌ ହୋଇଯିବ ଆକାଉଣ୍ଟ, ଏହି ତାରିଖରୁ ଲାଗୁ ହେବ ନିୟମ

ଅନ୍‌ଲାଇନରେ କଣ୍ଟେଣ୍ଟ କ୍ରିଏଟ୍‌ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍‌ସାର୍ଟିଫାଏଡ୍‌ ଗାମ୍ବଲିଂ ଏବଂ ଓ୍ବେବସାଇଟକୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ ପ୍ଲାଟଫର୍ମରୁ ବ୍ୟାନ୍‌ ବା ନିଷିଦ୍ଧ କରାଯିବ। ଏହା ସହିତ କମ୍ପାନୀ ସେହି କ୍ରିଏଟରଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରିବ। ଯେଉଁମାନେ ସେମାନଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁରେ ଗୁଗ୍‌ଲ ଦ୍ୱାରା ଅନୁମୋଦିତ ଜୁଆ ସହ ଜଡ଼ିତ ଲୋଗୋ କିମ୍ବା ଲିଙ୍କ୍‌ ଦେଖାନ୍ତି।

YouTube କହିଛି ଯେ, ଏହି ନିଷ୍ପତ୍ତି କାସିନୋ ଗେମ୍‌ ଏବଂ ଆପ୍ସ ସମେତ ଜୁଆ ବିଷୟବସ୍ତୁର ସୃଷ୍ଟିକର୍ତ୍ତାମାନଙ୍କୁ ପ୍ରଭାବିତ କରିବ, ବିଶେଷକରି ଯୁବ ଦର୍ଶକଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ। ଆପଣଙ୍କୁ କହିରଖୁଛୁ ଯେ, ଦର୍ଶକଙ୍କୁ ଜୁଆ ସାଇଟ୍‌ ଏବଂ ଆପ୍ସକୁ ପୁନଃନିର୍ଦ୍ଦେଶିତ କରିବା ପୂର୍ବରୁ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଏବେ ଯଦି କୌଣସି କ୍ରିଏଟର କୌଣସି ଜୁଆ ସାଇଟ୍‌ କିମ୍ବା ଆପ୍‌ରୁ ଗ୍ୟାରେଣ୍ଟି ରିଟର୍ଣ୍ଣିଂ ପାଇବାକୁ ଦାବି କରନ୍ତି, ତେବେ ତାଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ।

ମାର୍ଚ୍ଚ ୧୯ରୁ ଲାଗୁ ହେବ ନୂଆ ନିୟମ

ଏହା ସହିତ YouTube ସେହି ଭିଡିଓଗୁଡ଼ିକ ଉପରେ ବୟସ ପ୍ରତିବନ୍ଧକ ଲାଗୁ କରିବ। ଯାହା କୌଣସି ଅନଲାଇନ କାସିନୋ ସାଇଟ୍‌ କିମ୍ବା ଆପ ପ୍ରଚାର କରୁଥିବ। ସାଇନ ଆଉଟ ହୋଇଥିବା ଦର୍ଶକ ଏବଂ ୧୮ ବର୍ଷରୁ କମ୍‌ ବୟସର ଦର୍ଶକମାନଙ୍କୁ ଏପରି ଭିଡିଓ ଦେଖାଯିବ ନାହିଁ। ଏହି ସମସ୍ତ ନିୟମ ମାର୍ଚ୍ଚ ୧୯ରୁ କାର୍ଯ୍ୟକାରୀ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୁଗ୍‌ଲର ଅନ୍‌ଲାଇନ ଜୁଆ ସମ୍ପର୍କରେ ଏକ କଠୋର ନୀତି ଅଛି। ଭାରତରେ କମ୍ପାନୀ ଜୁଆ ସମ୍ବନ୍ଧୀୟ ବିଜ୍ଞାପନଗୁଡ଼ିକୁ ନିଷେଧ କରିଛି ଏବଂ ଅନ୍‌ଲାଇନ୍‌ ଜୁଆ ଖେଳର ପ୍ରଚାରକୁ ଅନୁମତି ଦିଏ ନାହିଁ।

ଭାରତରେ ପ୍ରତି ମାସରେ ବହୁ ସଂଖ୍ୟକ ଲୋକ ଅନ୍‌ଲାଇନ ଜୁଆ ସାଇଟ୍‌ ପରିଦର୍ଶନ କରନ୍ତି। ଡିଜିଟାଲ ଇଣ୍ଡିଆ ଫାଉଣ୍ଡେଶନର ଏକ ରିପୋର୍ଟ ଦର୍ଶାଉଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ମାଧ୍ୟମରେ ତିନି ମାସରେ ଚାରୋଟି ଅବୈଧ ଜୁଆସ୍ଥଳ ପ୍ରାୟ ୪.୩ କୋଟି ପରିଦର୍ଶନ ରେକର୍ଡ କରିଛି। ଏହା ବ୍ୟତୀତ ସିଧାସଳଖ URL ମାଧ୍ୟମରେ ମଧ୍ୟ ଏହି ସାଇଟ୍‌ଗୁଡ଼ିକରେ ୧୦୦ କୋଟିରୁ ଅଧିକ ପରିଦର୍ଶନ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri