Posted inଜାତୀୟ

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ,୨୬ା୬:ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୟେଡ୍‌ଙ୍କ ପୋଲିସ ଆକ୍ରମଣ ଦ୍ୱାରା ଗତ କିଛିଦିନ ତଳେ ଆମେରିକାରେ ମୃତ୍ୟୁ ଘଟିଛି। ଏହା ପରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନୂଆ ଯୋଜନା ହାତକୁ ନେବ ବୋଲି କମ୍ପାନୀ ସୂଚନା ଦେଇଛି।
୧୯୭୫ଠାରୁ ଫେୟାର ଆଣ୍ଡ ଲଭ୍‌ଲି ବଜାରକୁ ଆସିଛି। ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳାପଣ ହଟାଇବାରେ ଏହି କ୍ରିମ୍‌ ଭଲ କାମ କରିଥାଏ ବୋଲି ପ୍ରଡକ୍ଟ ମାର୍କେଟିଂ କ୍ୟାମ୍ପେନରେ କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି କ୍ରିମ୍‌ ଫେସ୍‌କ୍ରିମ୍‌ ବର୍ଗରେ ମାର୍କେଟ ଲିଡର ରହି ଆସିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସାର୍ବଜନୀନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରତା ବିଭିନ୍ନତାକୁ ଦର୍ଶାଇବା ସହ ଏହାକୁ ସେଲିବ୍ରେଶନ ଲାଗି ଏବେ ଅଗ୍ରସର ହେଉଛି। ପ୍ୟାକେଜିଂ ଏବଂ ବ୍ରାଣ୍ଡ କମ୍ୟୁନିକେଶନରେ ବିଭିନ୍ନ ପରିବର୍ତ୍ତନ ଅଣାଯାଇଛି। ସେହିଭଳି ଗତବର୍ଷ କମ୍ପାନୀ ଏହାର ପ୍ୟାକେଜିଂରୁ ଫେୟାର- ଫେୟାରନେସ୍‌, ହ୍ବାଇଟ୍‌-ହ୍ବାଇଟ୍‌ନିଂ,ଲାଇଟ୍‌-ଲାଇଟନିଂ ଭଳି ଶବ୍ଦକୁ ହଟାଇ ଦେଇଥିଲା। ଫେୟାର ଆଣ୍ଡ ଲଭ୍‌ଲିର ନୂଆ ନାମକୁ ନେଇ ନିୟାମକ ମଞ୍ଜୁରୀକୁ ଅପେକ୍ଷା ରହିଛି। ଆଗାମୀ କିଛି ମାସରେ ପରିବର୍ତ୍ତିତ ପ୍ୟାକ୍‌ ଏବଂ ନୂଆ ନାମ ସହ ପ୍ରଡକ୍ଟ ବଜାରରେ ଉପଲବ୍ଧ ହେବ। ଗତ ସପ୍ତାହରେ ଜନସନ ଆଣ୍ଡ ଜନସନ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି। ଏହା ବଜାରରେ ଉପଲବ୍ଧ କରାଉଥିବା ନୁଟ୍ରୋଜିନା ଫାଇନ ଆଣ୍ଡ ଫେୟାରନେସ ପ୍ରଡକ୍ଟ ବିକ୍ରି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। କଳାପଣ ଏବଂ ଦାଗ ହଟାଇବା ଦିଗରେ ଏହି ପ୍ରଡକ୍ଟକୁ କମ୍ପାନୀ ବଜାରକୁ ଛାଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

୯ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଇସ୍ରାଏଲରେ ପହଞ୍ଚିଲେ ମୋଦି, ବିମାନବନ୍ଦରରେ ନେତାନ୍ୟାହୁଙ୍କୁ ଆଲିଙ୍ଗନ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ତାଙ୍କ ବିମାନ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରେ ଅବତରଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ…

ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

ଗାଁ ଦାଣ୍ଡରେ ବସିଥିବାବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍‌, ଆଉ ତା’ ପରେ…

ଧର୍ମଶାଳା,୨୫ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ଦରକୁଣ୍ଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ କାର୍‌ ମାଡ଼ି ଯିବାରୁ…

ମିଳିନି ଟୋକନ, ବିକ୍ରି ହୋଇନି ଧାନ: ବିଦ୍ୟୁତ୍ ବିଲ୍ ବାବଦକୁ ଅଫିସରେ ଧାନ ଗଦା କଲେ ଚାଷୀ

ଭେଡେନ,୨୫।୨(ହୃଷିକେଶ ଖମାରୀ): ବରଗଡ଼ ଜିଲାରେ ଅନେକ ଚାଷୀ ଏପର୍ଯ୍ୟନ୍ତ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି । ଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri