ସିଆଣିଆ ପାଗଳା

ଡ. ଗୌରହରି ରାଉତ

ଆର ସାଇର ସନା ପାଗଳା ହେଇଗଲା- ଏକଥା ଯେ ଶୁଣିଲା ସେ ଆଉଜଣକୁ କହିଲା। ଆଉଜଣେ କହିଲା ଆର ଜଣକୁ। ଏମିତି ଏମିତି କାନରୁ ଦି’ କାନ, ଦି’ କାନରୁ ତିନି କାନ ହେଇ କଥା ଖେଳିଗଲା ଚାରିଆଡ଼େ। ଗାଁରୁ ତିନି ଗାଁ ଡେଇଁ ଚାରିଆଡ଼ ରାଷ୍ଟ୍ର ହେଲା ଏକଥା। ଆରେ ବାବା ଭଲ ମଣିଷର ପୁଣି ଏ କି ଦଶା? କେହି ୟା’ର ଟେର ପାଇଲେନି। କାଲିର ଭଲ ମଣିଷଟା ଆଜି ପାଗଳା ହେବା କଥା ଶୁଣି ଲୋକେ ସହଜରେ ବିଶ୍ୱାସ କରିପାରିଲେନି। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଆହା ଭଲ ମଣିଷଟା ପାଗଳା ହେଇଗଲା। ସନା ପାଗଳା କାହା ସହ କଥା ହେଲାନି। ଘୁଙ୍ଗାପଣ ସାଙ୍ଗକୁ ଲୋକ ଭୟ। କୌଣସି ବାହାର ଲୋକଙ୍କୁ ଦେଖିଲେ ଅନ୍ଦି ସନ୍ଧିରେ ଲୁଚିଯିବାକଥା ଆହୁରି ବିସ୍ମିତ କରୁଥିଲା ଲୋକମାନଙ୍କୁ l
ସନା ଏମିତି ସେମିତି ଲୋକ ନ ଥିଲା। ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ସେ ବୁଦ୍ଧି ବାଣ୍ଟିପାରୁଥିଲା। ମାସ ମାସ ବର୍ଷ ବର୍ଷ- ଏମିତି ବିତିଗଲାଣି ପନ୍ଦର କି କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ। ଲୋକଙ୍କୁ ଦେଖି ଲୁଚୁଥିବା ସନା କିନ୍ତୁ ନିଜ ପରିବାର ପାଇଁ ଘୁଙ୍ଗା ନୁହେଁ। ବାହାର ଲୋକ କେହି ନ ଥିଲେ ଘର ଭିତରେ ଆରାମରେ ବୁଲେ, ସଦସ୍ୟଙ୍କ ସହ ଭଲ ମନ୍ଦ କଥା ବି ହୁଏ। ତା’ର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲାପରେ ଲୋକେ ଜାଣିଲେ ଯେ ପ୍ରକୃତରେ ସେ ଘୁଙ୍ଗା ନୁହେଁ – ଜାଣି ସିଆଣିଆ ସନା ପାଗଳା।
ହେଲେ କାରଣ କ’ଣ ? ଅସଲ କଥା ହେଲା- ତିନି ଗାଁର ଲୋକଙ୍କୁ ବୁଦ୍ଧି ବାଣ୍ଟିବା ଅବସରରେ ବହୁତ ଲୋକଙ୍କଠାରୁ ଅପର୍ଯ୍ୟାପ୍ତ ଧାରକରଜ କରବା ପରେ ଶୁଝିବା ତା’ ପକ୍ଷରେ ଅସମ୍ଭବ ହୋଇପଡ଼େ। ତହୁଁ ଏକ ଅଭିନବ ଉପାୟ ପାଞ୍ଚିଲା। ସମସ୍ତଙ୍କୁ ଭୁଆଁ ବୁଲେଇ ତହିଁ ଆରଦିନ ସକାଳୁ ସକାଳୁ ହେଇଗଲା ଘୁଙ୍ଗା ପାଗଳା। ଧାରକରଜ ଦେଇଥିବା ଲୋକେ ଯେତେବେଳେ ଦେଖିଲେ ସନାର ଏ ଅବସ୍ଥା, ଆଉ ବା କ’ଣ କହିବେ? କାନ ମୁଣ୍ଡ ଆଉଁଶି ଚୁପ ରହିଲେ। ସନା କିନ୍ତୁ ଭାରି ଚାଲାଖ। ଘର ଲୋକଙ୍କଠାରୁ ବାହାରର ସବୁ ଖବର ରଖୁଥାଏ। ଯେତେବେଳେ ନିଶ୍ଚିତ ହେଇଗଲା- କରଜ ଦେଇଥିବା ଲୋକେ ଦୀର୍ଘଦିନ ପରେ ସେସବୁ କଥା ଭୁଲିଗଲେଣି, ସେତେବେଳେ ସନାର ଘୁଙ୍ଗାପଣ ଠିକ୍‌ ହେଲା। ଧୀରେ ଧୀରେ ଘରୁ ଦୁଆରକୁ ଗୋଡ଼ କାଢ଼ିଲା, ଗାଁ ଦାଣ୍ଡରେ ଚଲା ବୁଲା କଲା ଓ ଲୋକଙ୍କ ସହ କଥାବାର୍ତ୍ତା କରି ମିଶିବାକୁ ଆରମ୍ଭ କଲା। କରଜ କଥା ଲୋକେ ପାସୋରି ଦେଲେଣି, ସେଥିପାଇଁ ସନା ପାଗଳା ଏବେ ଭଲ ହେଇଗଲାଣି।
ପ୍ରିୟ ପାଠକେ, ଏଇ ସନା ପାଗଳାମାନେ ଆପଣମାନଙ୍କ ଚାରିପାଖରେ ବି ଅଛନ୍ତି। ଆପଣଙ୍କ ଭିତରୁ ତାଙ୍କ ଜାଲରେ କେହି ପଡ଼ିଥିବେ କି ନା ତା’ ତ ଆମେ ଜାଣୁନା, ହେଲେ ସେମାନେ ନିଶ୍ଚିତ ଘୂରିବୁଲୁଛନ୍ତି। ଏଇ ବହୁବର୍ଣ୍ଣି ବିଚିତ୍ର ଚରିତ୍ରମାନେ ଆପଣଙ୍କୁ ଲଣ୍ଡା କରିବା ପାଇଁ ବିଭିନ୍ନ ପାଞ୍ଚ ଓ ପେଞ୍ଚ କରନ୍ତି, ସେମାନଙ୍କ ପେଞ୍ଚ କୌଶଳ ଭିନ୍ନ ଭିନ୍ନ। ଚାରିପାଖକୁ ସତର୍କ ଦୃଷ୍ଟି ରଖି ଚାଲୁଥିବା ଏଇ ସନା ପାଗଳାମାନେ କେବଳ ଧାରକରଜ ନୁହେଁ, ଆହୁରି ଅନେକ ଭାବରେ ଲୋକଙ୍କୁ ଶୋଷଣ କରନ୍ତି ଓ ଖସିଯିବା ପାଇଁ ଏଭଳି ପାଗଳର ଅଭିନୟ କରିପାରନ୍ତି। ତାହା ପୁଣି ଏତେ ନିଖୁଣ ଯେ ସାଧାରଣ ଲୋକେ ଭକୁଆ ହୁଅନ୍ତି ଯାହା। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ସନା ବୋଲି ସିନା ଏହା କରିପାରିଲା, ନଇଲେ ଆମ ତୁମ ପରି ଲୋକଙ୍କର ଏତେ ବୁଦ୍ଧି କାହିଁ? ଆପଣ ଯାହା କୁହନ୍ତୁ, ସନାକୁ ଗୁରୁ ବୋଲି ମାନିବାକୁ ପଡ଼ିବ।
ଏଇ ବହୁବର୍ଣ୍ଣି ବିଚିତ୍ର ଏଣ୍ଡୁଅମାନେ କିପରି ବିଭିନ୍ନ ପ୍ରକାର ଅଭିନୟ କରି ଆସନ୍ନ ବିପଦରୁ ଖସିଯାଇପାରନ୍ତି, ତା’ର ଆଉ କିଛି ନମୁନା ନେବା। ଧର – ଯୌଥ ପରିବାରରେ କିଛି ସମସ୍ୟା ହେଲା କିମ୍ବା ବିଶୃଙ୍ଖଳା ଉପୁଜିଲା। ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ନ୍ୟାୟରେ ସେ ସବୁର ମୀମାଂସା ବା ସମାଧାନ କରିବା ତ ମୁରବିର ଦାୟିତ୍ୱ। କିନ୍ତୁ ତା’ ହୁଏନି ଅନେକ କ୍ଷେତ୍ରରେ। କାଦୁଅରେ ପଶିବ କିଏ, ଗୋଡ଼ ଧୋଇବ କିଏ? ‘ଆପେ ବଞ୍ଚିଲେ ବାପର ନାଁ।’ ଅପାରଗ ମୁରବି ଏଥିରୁ ରକ୍ଷା ପାଇବା ପାଇଁ ସନା ପାଗଳାର ଅଭିନୟ ଆରମ୍ଭ କରିଦିଅନ୍ତି। ଏଇ ଯେମିତି- ଘରର ସବୁ ସଦସ୍ୟ ବସି ଆଲୋଚନା କରୁଥିଲା ବେଳେ ଏମାନଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୁଏ, ହାଇ ବି.ପି. ସାଙ୍ଗକୁ ଆହୁରି କେତେ କ’ଣ ବାହାରେ । ମୁରବିଙ୍କର ଏ ଅବସ୍ଥା ଦେଖି ଅନ୍ୟ ସଦସ୍ୟଙ୍କର ଅନୁକମ୍ପା ଆସିବା ସ୍ବାଭାବିକ। ସେଇଠି ଠପ ହୁଏ ଆଲୋଚନା। ଆସନ୍ନ ମରୁ ଝଡ଼ର ସୂଚନା ପାଇଲେ ମରୁଯାତ୍ରୀ ଓଟ ଯେମିତି ମରୁବାଲିରେ ଶୋଇଯାଏ ଓ ଝଡ଼ ଥମିଲେ ପୁଣି ଝାଡ଼ି ଝୁଡ଼ି ହେଇ ଷଣ୍ଢା ଟେକି ଚାଲେ, ଠିକ୍‌ ସେମିତି ପରିସ୍ଥିତି ଅସମ୍ଭାଳ/ଅଣାୟତ୍ତ ହେବାର ସୂଚନା ପାଇଲେ ଏ ପ୍ରଜାତିର ସନାମାନଙ୍କର ବି.ପି. ବଢ଼ିଯାଏ, ମୁଣ୍ଡ ବିନ୍ଧେ। ସମସ୍ୟାର ଝଡ଼ ଚାଲିଯିବା ପରେ ବି.ପି. ଆପଣା ଛାଏଁ ଭଲ ହୋଇଯାଏ। ଏମାନେ ପୁଣି ଷଣ୍ଢା ଟେକି ନୀରୋଗ ମଣିଷ ହେଇଯାନ୍ତି।
ପାଠକମାନଙ୍କ ପାଇଁ ଆଉ ଗୋଟିଏ ଉଦାହରଣ ଥୋଇବା। ମୁରବି ଥିଲାବେଳେ ଘରର ସମୂହ ଧନ/ସମୂହ ଅର୍ଥ ଆତ୍ମସାତ୍‌ କରିଥିବା କଥା ଅନ୍ୟ ସଦସ୍ୟମାନେ ଜାଣିବାପରେ ସେସବୁର ହିସାବ ଯେତେବେଳେ ମାଗନ୍ତି, ସେତେବେଳେ ବି ଏମାନେ ସନା ପାଗଳା ହୋଇ ସ୍ବଗତୋକ୍ତି କରୁଥାନ୍ତି – ଆରେ ବାପା, ଚାରିଆଡ଼ୁ କ’ଣ ଜାଲ ପଡ଼ିଲାଣି ! ଶିକାରୀ ଚାରିଆଡ଼ୁ ମୃଗୁଣୀର ବାଟ ବନ୍ଦ କରିଦେବା ଫଳରେ ଈଶ୍ୱରଙ୍କ ଶକ୍ତି ଯେମିତି ତା’ ପାଇଁ ଅମୋଘ ଉପାୟ ଥିଲା, ସେମିତି ଏମାନଙ୍କର ଅମୋଘ ଉପାୟ ହେଲା ଚତୁରତାର ସହ ଅଭିନୟ କରିବା। ଅବଶ୍ୟ ମୃଗୁଣୀ ନିର୍ମାୟା ଥିଲା। କିନ୍ତୁ ପ୍ରତ୍ୟହ କୂଟ କପଟର ମାୟା ଜାଲ ବିଛାଉଥିବା ଏମାନେ ହେଲେ ପୋଖତ ମାୟାଧର। ମାୟା ସରୋବରରେ ସ୍ନାନ କରି ମାୟା ଶକ୍ତିକୁ ମଜଭୁତ କରୁଥାନ୍ତି ନିଜ ଭିତରେ। ବର୍ତ୍ତିବାର ବାଟ ନ ପାଇଲେ ଏମାନେ ସନା ପାଗଳା ସାଜନ୍ତି। ଆମ ତୁମ ପରି ସମସ୍ତେ କ’ଣ ଆଜ୍ଞା ସନା ପାଗଳା ହେଇପାରିବେ? ଏଥିପାଇଁ କପଟ କଳାର ଉପସ୍ଥିତ ବୁଦ୍ଧି ଥିବା ଦରକାର। ତା’ ସହ ନିଖୁଣ ଅଭିନୟ କରିବାର କଳା ଜ୍ଞାନ ବି ଆବଶ୍ୟକ। ଅଭିନୟ ଧରାପଡ଼ିଗଲେ ତ କଥା ସରିଲା! ସୁତରାଂ ସମସ୍ତେ ଏଥିରେ ମାହିର ନୁହନ୍ତି।
ଆଉ କେହି ଚିହ୍ନନ୍ତୁ କି ନ ଚିହ୍ନନ୍ତୁ, ଆମେ କିନ୍ତୁ ଏମାନଙ୍କୁ ଭଲଭାବରେ ଚିହ୍ନିଥାଉ। ସେଥିପାଇଁ ଦୂରରୁ ଏମାନଙ୍କ ଚାରି ଖୁରାକୁ ଦଣ୍ଡବତଟିଏ କରି ଆମ ବାଟରେ, ଆମ ବାଗରେ ବାଦଶାହୀ ଛାଣ୍ଟରେ ଚାଲିଥାଉ। ଏମାନେ ହେଲେ ବହୁବର୍ଣ୍ଣି ଏଣ୍ଡୁଅ। ପରିବେଶ, ପରିସ୍ଥିତି ଅନୁସାରେ ରଙ୍ଗ ବଦଳାଉଥାନ୍ତି। ଶାଗୁଆ ଗଛରେ ରହି ଏଣ୍ଡୁଅ ଯଦି ହଳଦିଆ ରଙ୍ଗ ବାହାର କରେ ତେବେ ତ ସେ ଶିକାରୀ ହାତରେ ଧରାପଡ଼େ! ତେଣୁ ସାଧୁ ସାବଧାନ, ଏଭଳି ସିଆଣିଆ ପାଗଳାମାନଙ୍କୁ ସତର୍କ ଦୃଷ୍ଟି ରଖି ଚାଲନ୍ତୁ। ତା’ ହେଲେ ଆପଣଙ୍କର ମଙ୍ଗଳ, ସମାଜର ବି।
ଇ – ୨୪/ ୩, ୟୁନିଟ-୯ (ଫ୍ଲାଟ)
ଭୁବନେଶ୍ୱର, ମୋ:୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri