ଟ୍ରକ୍‌ ପଛରେ ଧକ୍କା ଦେଇ ଜଳିଗଲା ଟ୍ରକ୍‌: ଚାଳକ ଗୁରୁତର

ଦେବଗଡ଼,୧୩।୬(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ରଜାମୁଣ୍ଡା ନିକଟସ୍ଥ ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କାଦେଇ ଅନ୍ୟ ଏକ ଲୁହା ପଥର  ବୋଝେଇ ଟ୍ରକ୍‌ ଜଳିଯାଇଥିବା ଜଣାପଡିଛି । ଏଥିସହ ଟ୍ରକ୍‌ ଚାଳକ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ,  ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ଦେବଗଡ଼ ଆଡକୁ ମୁହଁ କରି ଠିଆ ହୋଇଥିବା ଏକ ଟ୍ରକ(ନଂ-ଡବ୍ଲୁବି-୨୩-ଡି-୮୬୬)କୁ ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକ (ଓଡି-୧୪-ପି-୮୫୭୧)ଧକ୍କା ଦେଇଥିଲା । ଫଳରେ ଉକ୍ତ ଲୁହା ପଥର ବୋଝେଇ ଟ୍ରକର ଇଞ୍ଜିନ୍‌ରେ ହଠାତ ନିଆଁ ଲାଗିଯାଇ ବିଦ୍ୟୁତ ବେଗରେ ଏହା ଟ୍ରକ୍‌ର କ୍ୟାବିନକୁ ବ୍ୟାପୀ ଯାଇଥିଲା । ଏହି ସମୟରେ ଟ୍ରକ୍‌ର ଚାଳକ
ମଣ୍ଟୁ କିଶାନ ଜୀବନ ବଞ୍ଚାଇବାକୁ ଯାଇ ଟ୍ରକ୍‌ କ୍ୟାବିନର କବାଟ ଖୋଲି ବାହାରକୁ ଡେଇଁ ପଡିଥିଲେ। ମାତ୍ର ଏହା ପୂର୍ବରୁ ତାଙ୍କ ଶରୀରର ବିଭିନ୍ନ ଅଂଶ ନିଆଁରେ ପୋଡି ଯାଇଥିଲା । ଅନ୍ୟପକ୍ଷରେ ଠିଆ ହୋଇଥିବା ଟ୍ରକ୍‌ର ପଛପଟେ ମଧ୍ୟ ନିଆଁ ଲାଗିଯାଇଥିଲା। ତେବେ ଉକ୍ତ ଟ୍ରକର ଚାଳକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରକଟିକୁ ନିକଟସ୍ଥ ଏକ ସର୍ଭିସିଂ(ୱାସ ସେଣ୍ଟର)କୁ ନେଇଯାଇ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ।
ସୂଚନାପାଇ ଦେବଗଡ଼ ଦମକଳ ବାହୀନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁ ଲାଗିଥିବା ଲୁହା ପଥି ବୋଝେଇ ଟ୍ରକରୁ ନିଆଁକୁ ଲିଭାଇଥିଲେ। ତେବେ ଟ୍ରକ୍‌ର ଇଞ୍ଜିନଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ଜଣାପଡିଛି । ଆହତ ହୋଇଥିବା ଟ୍ରକ୍‌ ଚାଳକ ମଣ୍ଟୁଙ୍କ ଘର ସମ୍ବଲପୁର ଜିଲା ଢୁଡିଖୋଳ (କୁଚିଣ୍ଡା)ବୋଲି ଜଣାପଡିଛି। ଆହତ ଚାଳକ ମଣ୍ଟୁଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri